Advertisment

ସ୍ୱିସ ବ୍ୟାଙ୍କରେ ଅନୀଲ ଅମ୍ବାନୀଙ୍କ ୮୧୪ କୋଟି କଳାଧନ, ଫାଙ୍କିଛନ୍ତି ୪୨୦ କୋଟିର ଟିକସ

ମୁମ୍ବାଇ: ବଢ଼ିଲା ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ଅଡ଼ୁଆ। ସେ ସ୍ୱିସ ବ୍ୟାଙ୍କରେ ରଖିଛନ୍ତି ଶହଶହ କୋଟିର କଳାଧନ। ୨ଟି ଆକାଉଣ୍ଟରେ ସେ ୮୧୪ କୋଟି ଟଙ୍କାରୁ ଅଧିକ କଳାଧନ ଜମା ରଖିଥିବା ଜାଣିବାକୁ ପାଇଛି ଆୟକର ବିଭାଗ। ସେ ସ୍ୱିସ ବ୍ୟାଙ୍କରେ ଏତେ ପରିମାଣର କଳା ଟଙ୍କା ଜମା ରଖି ଭାରତରେ ୪୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା କହିଛି ଆୟକର ବିଭାଗ। ଏଥିସହ ଏନେଇ ଅନୀଲ ଅମ୍ବାନୀଙ୍କ ପାଖକୁ ବିଭାଗ […]

author-image
Hemant Lenka
ଅଦ୍ୟତନ ହୋଇଛି
ସ୍ୱିସ ବ୍ୟାଙ୍କରେ ଅନୀଲ ଅମ୍ବାନୀଙ୍କ ୮୧୪ କୋଟି କଳାଧନ, ଫାଙ୍କିଛନ୍ତି ୪୨୦ କୋଟିର ଟିକସ

anil-ambani

ମୁମ୍ବାଇ: ବଢ଼ିଲା ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ଅଡ଼ୁଆ। ସେ ସ୍ୱିସ ବ୍ୟାଙ୍କରେ ରଖିଛନ୍ତି ଶହଶହ କୋଟିର କଳାଧନ। ୨ଟି ଆକାଉଣ୍ଟରେ ସେ ୮୧୪ କୋଟି ଟଙ୍କାରୁ ଅଧିକ କଳାଧନ ଜମା ରଖିଥିବା ଜାଣିବାକୁ ପାଇଛି ଆୟକର ବିଭାଗ। ସେ ସ୍ୱିସ ବ୍ୟାଙ୍କରେ ଏତେ ପରିମାଣର କଳା ଟଙ୍କା ଜମା ରଖି ଭାରତରେ ୪୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା କହିଛି ଆୟକର ବିଭାଗ।

Advertisment

ଏଥିସହ ଏନେଇ ଅନୀଲ ଅମ୍ବାନୀଙ୍କ ପାଖକୁ ବିଭାଗ ପକ୍ଷରୁ ନୋଟିସ କରାଯାଇଛି। ସ୍ୱିସ ବ୍ୟାଙ୍କରେ କଳାଧନ ରଖିଥିବାରୁ ଅନୀଲଙ୍କ ବିରୋଧରେ ମାମଲାର କରି ଏହାର ତଦନ୍ତ ଆରମ୍ଭ କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି। ଶିଳ୍ପପତି ମୁକେଶ ଅମ୍ବାନିଙ୍କ ସାନଭାଇ ହେଉଛନ୍ତି ୬୩ ବର୍ଷୀୟ ଅନୀଲ।

ଆୟକର ବିଭାଗ କହିଛି, ଅନୀଲ ଅମ୍ବାନୀ ଜାଣିଶୁଣି ଏହି ଠକେଇ କରିଛନ୍ତି। ସେ ଭାରତୀୟ ଟିକସ ଅଧିକାରୀଙ୍କ ଆଗରେ ନିଜର ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ଓ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିନାହାନ୍ତି। ଟିକସ ଫାଙ୍କିବା ପାଇଁ ସେ ଜାଣିଶୁଣି ଏପରି କରିଛନ୍ତି।

Advertisment

ଏଥିପାଇଁ ଚଳିତ ମାସ ଆରମ୍ଭରୁ ଆୟକର ବିଭାଗ ଗୋଟିଏ କାରଣ ଦର୍ଶାଅ ନୋଟିସ ପଠାଇଥିଲା। କଳା ଧନ (ଅଘୋଷିତ ବିଦେଶୀ ଆୟ ଓ ସଂପତ୍ତି) ଟିକସ ଅଧିନିୟମ ୨୦୧୫ର ଧାର ୫୦ ଓ ୫୧ ଅନୁଯାୟୀ ଅନୀଲ ତଦନ୍ତର ସମ୍ମୁଖୀନ ହେବେ। ଏହି ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ସର୍ବାଧିକ ୧୦ ବର୍ଷ ଜେଲଦଣ୍ଡ ସହ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିବ।

ପୂରା ପ୍ରସଙ୍ଗରେ ଜବାବ ରଖିବାକୁ ଆୟକର ବିଭାଗ ତାଙ୍କୁ ଅଗଷ୍ଟ ୩୧ ଯାଏ ସମୟ ଦେଇଛି। ସେ ଲିଖିତ ଭାବେ ପୂରା ଘଟଣା ସମ୍ପର୍କରେ ବିଭାଗକୁ ଅବଗତ କରାଇବେ। ଆର୍ଥିକ ବର୍ଷ ୨୦୧୨-୧୩ରୁ ୨୦୧୯-୨୦ ମଧ୍ୟରେ ସେ ଏହି କଳାଟଙ୍କା ବିଦେଶରେ ରଖିଥିଲେ। ବାହାମାସ ଓ ବ୍ରିଟିସ ଭର୍ଜିନ ଆଇଲାଣ୍ଡରେ ଅନୀଲଙ୍କର ଥିବା ଦୁଇଟି କମ୍ପାନୀ ନାମରେ ଏତେ ପରିମାଣର କଳାଟଙ୍କା ସ୍ୱିସ ବ୍ୟାଙ୍କରେ ରଖାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଅନୀଲ ଅମ୍ବାନୀ କିମ୍ବା ତାଙ୍କ କମ୍ପାନୀ ପକ୍ଷରୁ ଆୟକର ବିଭାଗର ଏପରିତ ଅଭିଯୋଗ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ଏଯାଏ ମିଳିନି।