/odisha-reporter/media/post_attachments/uploads/2020/03/epfo-650.jpg)
epfo 650
ନୂଆଦିଲ୍ଲୀ: ଆଜି ଜୁଲାଇ ମାସର ଶେଷ ତାରିଖ। ପୂର୍ବ ସୂଚନା ଅନୁଯାୟୀ ଆଜି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPFO)ରେ ସାମିଲ ଥିବା ୬ କୋଟିରୁ ଅଧିକ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ଆସିପାରେ ୨୦୨୦-୨୧ର ବାର୍ଷିକ ସୁଧ। ଯାହାକି ୮.୫% ରହିଛି। ଏଥିପାଇଁ ସରକାର ଅନୁମୋଦନ ଦେଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ଶ୍ରମ ମନ୍ତ୍ରାଳୟର ଅନୁମୋଦନ ପରେ ଏହି ୮.୫% ସୁଧ ରାଶି ଜୁଲାଇ ଶେଷ ସୁଦ୍ଧା EPFO ​​ଗ୍ରାହକଙ୍କ ଆକାଉଣ୍ଟରେ ଆସିବ ବୋଲି ସୂଚନା ରହିଛି।
ଏହା ପୂର୍ବରୁ, ଗତ ଆର୍ଥିକ ବର୍ଷରେ ୨୦୧୯-୨୦ରେ କେଓ୍ୱାଇସି ବ୍ୟାଘାତ ହେବାରୁ ଅନେକ ଇପିଏଫଓ ଗ୍ରାହକଙ୍କୁ ସୁଧ ପାଇବା ପାଇଁ ୮ ରୁ ୧୦ ମାସ ପର୍ଯ୍ୟନ୍ତ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା। ଏବେ ଦେଶରେ ୬.୪୪ କୋଟିରୁ ଅଧିକ ପିଏଫ୍ ଆକାଉଣ୍ଟଧାରୀ ରହିଛନ୍ତି। ଇପିଏଫ୍ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୫% ରଖିଛି। ଯାହାକି ପୂର୍ବ ଆର୍ଥିକ ବର୍ଷ ସହିତ ସମାନ। ଏହି ସୁଧ ହାର ଗତ ୭ ବର୍ଷ ମଧ୍ୟରେ ସର୍ବନିମ୍ନ। ଏହା ପୂର୍ବରୁ ୨୦୧୩ ଆର୍ଥିକ ବର୍ଷରେ ଇପିଏଫଓ ଉପରେ ସୁଧ ହାର ୮.୫% ଥିଲା।
ଗତ ବର୍ଷ ମାର୍ଚ୍ଚରେ ଇପିଏଫ୍ ସୁଧକୁ ସଂଶୋଧନ କରିଥିଲା। ଏହା ପୂର୍ବରୁ ୨୦୧୯ ଆର୍ଥିକ ବର୍ଷରେ ଇପିଏଫରେ ୮.୬୫ ପ୍ରତିଶତ ସୁଧ ରହିଥିଲା। ୨୦୧୮ ଆର୍ଥିକ ବର୍ଷରେ ଏହି ସୁଧ ହାର ୮.୫୫ ପ୍ରତିଶତ ଥିଲା। ଏହା ପୂର୍ବରୁ ୨୦୧୬ ଆର୍ଥିକ ବର୍ଷରେ ୮.୮% ସୁଧ ଥିଲା। ଏହାପୂର୍ବରୁ, ୨୦୧୪ ଆର୍ଥିକ ବର୍ଷରେ ଏହି ସୁଧ ହାର ୮.୭୫ ପ୍ରତିଶତ ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
