Advertisment

୨୦୨୧ର ଟପ୍‌ ଟେନ୍‌ କାର୍‌

ପ୍ରତିଟି ଲୋଙ୍କ ଇଚ୍ଛା ନିଜ ବଜେଟ୍ ଅନୁଯାୟୀ ନିଜ ମନ ପସନ୍ଦର କାର କିଣିବାକୁ । ଗତ ୨ ବର୍ଷ ହେଲା ଯଦିଓ କରେନା ସାରା ଦେଶର  ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । କିନ୍ତୁ ନିଜ ସୌକ ହେଉକି ଆବଶ୍ୟକତା ମେଣ୍ଟାଇବା ପାଇଁ ଲୋକ କାର କିଣା ବନ୍ଦ କରି ନାହାନ୍ତି। ୨୦୨୧ରେ ପ୍ରାୟ ସବୁ କମ୍ପାନୀର କାର ନିଜର ମେଡଲ, ଲୁକ୍ସ ଓ ଫିଚରରେ ସାମାନ୍ୟ ପରିବର୍ତ୍ତନ ଆଣିଥିଲେ। ଯାହାକି  ଲୋକଙ୍କୁ ବେଶ ପସନ୍ଦ […]

ଅଦ୍ୟତନ ହୋଇଛି
୨୦୨୧ର ଟପ୍‌ ଟେନ୍‌ କାର୍‌

cars

Advertisment

ପ୍ରତିଟି ଲୋଙ୍କ ଇଚ୍ଛା ନିଜ ବଜେଟ୍ ଅନୁଯାୟୀ ନିଜ ମନ ପସନ୍ଦର କାର କିଣିବାକୁ । ଗତ ୨ ବର୍ଷ ହେଲା ଯଦିଓ କରେନା ସାରା ଦେଶର  ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । କିନ୍ତୁ ନିଜ ସୌକ ହେଉକି ଆବଶ୍ୟକତା ମେଣ୍ଟାଇବା ପାଇଁ ଲୋକ କାର କିଣା ବନ୍ଦ କରି ନାହାନ୍ତି। ୨୦୨୧ରେ ପ୍ରାୟ ସବୁ କମ୍ପାନୀର କାର ନିଜର ମେଡଲ, ଲୁକ୍ସ ଓ ଫିଚରରେ ସାମାନ୍ୟ ପରିବର୍ତ୍ତନ ଆଣିଥିଲେ। ଯାହାକି  ଲୋକଙ୍କୁ ବେଶ ପସନ୍ଦ ଆସିଥିଲା। ଫଳରେ ମାନ୍ଦା ବଜାରରେ ଅଟୋ ମୋବାଇଲ୍ ବ୍ୟବସାୟ ବେଶ ଲାଭବାନ୍ ହୋଇଥିଲା। ପ୍ରତି ବର୍ଷ ଭଳି ୨୦୨୧ରେ ମଧ୍ୟ ମାରୁତି ସୁଜୁକି କମ୍ପାନୀ କାର ବିକ୍ରୀରେ ସବୁଠୁ ଆଗରେ ରହିଛି। ଶ୍ରେଷ୍ଠ ୧୦ଟି କାର ବିକ୍ରୀରେ ଲୋକ ପୁଣିଥରେ ମାରୁତି ସୁଜୁକି ଉପରେ ଭରସା କରିଛନ୍ତି। କାରଣ ଟପ୍ ଟେନ୍‌ରେ ୬ଟି ଏହି କମ୍ପାନୀର କାରକୁ ଲୋକ ଅଧିକ ପସନ୍ଦ କରିଛନ୍ତି। ଏହା ସହ ଆର୍ଥିକ ମାନ୍ଦାବସ୍ତାରେ ବି ଦାମୀ ଓ କମ୍ଫର୍ଟ କାର ଭାବେ SUV ମଡେଲର ଡିମାଣ୍ଡ ବେଶ ଅଧିକ ରହିଥିଲା।

Advertisment

୧.ମାରୁତି ସୁଜୁକି ୱାଗନାର

ଦେଶର ସବୁଠୁ ଅଧିକ ବିକ୍ରୀ ହୋଇଥିବା କାର୍‌ ମଧ୍ୟରେ ଶ୍ରେଷ୍ଠରେ ରହିଥିଲା Wagon R। ୨୦୨୧ରେ ସାରା ଦେଶରେ ମାଟ୍ ୨ ଲକ୍ଷ ୨୦ ହଜାରଟି Wagon R ବିକ୍ରୀ ହୋଇଛି। ଏହାର ବେସ୍ ମଡେଲ୍ Wagon R Lxi ର ଶୋରୁମ୍ ପ୍ରାଇସ୍ ୪.୧୯ ଲକ୍ଷ ଥିବା ବେଳେ ଟପ୍ ମଡେଲ୍ Zxi ର ପ୍ରାଇସ ରହିଛି ୫.୬୯ ଲକ୍ଷ  ଟଙ୍କା। ପ୍ରଥମେ ୧୯୯୯ରେ Wagon R କୁ ଲଞ୍ଚ କରିଥିଲା ମାରୁତି ସୁଜୁକି।ଏବଂ ୨୦୧୯ ଅର୍ଥାତ୍ ୧୦ ବର୍ଷ ପରେ ନୂଆ ରୂପରେ ଆସିଛି Wagon R। ଯାହାକି ମଧ୍ୟବିତ୍ତ ପରିବାରରେ ବେଶ ଆଦୃତ ହୋଇ ପାରିଛି।

୨.ମାରୁତି ସୁଜୁକି ସୁଇଫ୍ଟ

୨୦୨୧ରେ ବିକ୍ରୀ ହୋଇଥିବା ହାଇଏଷ୍ଟ ସେଲିଂ ମଧ୍ୟରେ ୨ୟ ସ୍ଥାନରେ ରହିଛି ମାରୁତି ସୁଜୁକି ସୁଇଫ୍ଟ। ସାରା ଦେଶରେ ଗତ ବର୍ଷ ୧ ଲକ୍ଷ ୭୫ ହଜାର ୫୨ଟି ସୁଇଫ୍ଟ କାର୍‌ ବିକ୍ରୀ ହୋଇଛି। ସୁଇଫ୍ଟ ମଧ୍ୟ ତାର ମଡେଲରେ ପରିବର୍ତ୍ତନ ଆଣିଛି। ଏହାର ଶୋ ରୁମା ପ୍ରାଇସ୍ ୫.୭୩ ଲକ୍ଷରୁ ଆରମ୍ଭ ହୋଇ ୮.୪୦ ଲକ୍ଷ ପର୍ଯ୍ୟନ୍ତ ରହିଛି।

Advertisment

୩.ମାରୁତି ସୁଜୁକି ବାଲେନୋ

୨୦୨୧ରେ ମାରୁତି ସୁଜୁକି ବାଲିନୋ ହ୍ୟାଚ୍‌ବ୍ୟାକ୍ କାରକୁ ମଧ୍ୟ ସାରା ଦେଶରେ ବେଶ ପସନ୍ଦ କରାଯାଇଛି। ବିକ୍ରୀ ରାଙ୍କରେ ତୃତୀୟ ସ୍ଥାନରେ ଥିବା ଏହି କାର ମୋଟ୍ ୧ ଲକ୍ଷ ୭୨ ହଜାର ୨୪୧ଟି ବିକ୍ରୀ ହୋଇଛି। ଏହାର ଶୋ ରୁମ ମୂଲ୍ୟ ୫.୯୮ ଲକ୍ଷରୁ ଆରମ୍ଭ ହୋଇ ୯.୩୦ ଲକ୍ଷ  ପର୍ଯ୍ୟନ୍ତ ରହିଛି। ୨୦୧୫ ମସିହାରେ ପ୍ରଥମେ ଲଞ୍ଚ ହୋଇଥିବା ମାରୁତି ସୁଜୁକିର ଏହି ମଡେଲ୍ ୨୦୨୨ ଫେବୃୟାରୀରେ ଅଧିକ ସ୍ପେସିୟସ ହୋଇ ମାର୍କେକକୁ ଆସିବାର ଅଛି।

୪.ମାରୁତି ସୁଜୁକି ଅଲ୍ଟୋ ୮୦୦

ଛୋଟ ଓ କମ୍ପାକ୍ଟ କାର ଭାବେ ମାରୁତି ସୁଜୁକି ଅଲ୍ଟୋ ୮୦୦କୁ ଅଧିକ ସପନ୍ଦ କରିଛନ୍ତି ଦେଶବାସୀ। ସାରା ଦେଶରେ ଗତବର୍ଷ ମୋଟ୍ ୧ ଲକ୍ଷ ୬୬ ହଜାର ୨୩୩ଟି ଅଲ୍ଟୋ ୮୦୦ ବିକ୍ରୀ ହୋଇଛି। ଏହାର ଶୋ ରୁମ୍ ପ୍ରାଇସ୍ ୨.୯୯ ଲକ୍ଷରୁ ଆରମ୍ଭ ହୋଇ ୪ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦୨୨ ମାର୍ଚ୍ଚକୁ ଅଲ୍ଟୋ ନୂଆ ରୂପରେ ଆସିବ ଏବଂ ଏହାର ବେସ୍ ମଡେଲ୍ ଶୋ ରୁମ ପ୍ରାଇସ୍ ୩.୫ ଲକ୍ଷରୁ ଆରମ୍ଭ ହୋଇପାରେ।

୫.ହୁଣ୍ଡାଇ କ୍ରେଟା

ଗତ ବର୍ଷ SUV କାର୍ ମଡେଲରେ ସବୁଠୁ ଆଗରେ ରହିଛି ହୁଣ୍ଡାଇ କ୍ରେଟା। ୨୦୨୧ରେ ସାରା ଦେଶରେ ମୋଟ୍ ୧ ଲକ୍ଷ ୨୫ ହଜାର ୪୩୭ ଟି କ୍ରେଟା କାର ବିକ୍ରୀ ହୋଇଛି। ଏହାର ଶୋ ରୁମ ପ୍ରାଇସ୍  ୯.୯୯ ଲକ୍ଷରୁ ନେଇ ୧୭.୭୦ ଲକ୍ଷ ପର୍ଯ୍ୟନ୍ତ ରହିଛି। ୨୦୨୩ରେ କ୍ରେଟାର ତାର ଲୁକ୍ସ ଓ ଫିଚରରେ ପରିବର୍ତ୍ତନ କରି ରି-ଲଞ୍ଚ କରିବ। ଯାହାର ପ୍ରାଇସ୍ ୧୦.୫୦ ଲକ୍ଷରୁ ଆରମ୍ଭ ହୋଇପାରେ।

୬.ମାରୁତି ସୁଜୁକି ଡିଜାୟାର୍

୨୦୨୧ରେ ଦେଶରେ ଶ୍ରେଷ୍ଠ କାର୍‌ ବିକ୍ରୀ ମଡେଲ ଭିତରେ ରହିଛି ମାରୁତି ସୁଜୁକି ଡିଜାୟାର୍। ଏହାର ଶୋ ରୁମା ପ୍ରାଇସ୍ ୫.୯୮ ଲକ୍ଷରୁ ଆରମ୍ଭ ହୋଇ ୯.୦୨ ପର୍ଯ୍ୟନ୍ତ ରହିଛି। ସାରା ଦେଶରେ ଗତ ବର୍ଷ ମୋଟ୍ ୧ ଲକ୍ଷ ୧୬ ହଜାର ୨୨୨ ଟି ଡିଜାୟାର୍ ବିକ୍ରୀ ହୋଇଛି। ୨୦୨୩ ସୁଧା ଡିଜାୟାର୍ ସିଏନଜି କାର୍‌ ମଧ୍ୟ ବଜାରକୁ ଆଣିବାକୁ ଲକ୍ଷ ରଖିଛି କମ୍ପାନୀ।

୭. ମାରୁତି ସୁଜୁକି ଭିଟାରା ବ୍ରିଜା

ସେହିପରି ସପ୍ତମ ସ୍ଥାନରେ ରହିଛି SUV ମଡେଲ ମାରୁତି ସୁଜୁକି ଭିଟାରା ବ୍ରିଜା। ଏହି ମଡେଲ ଏବେ ସୁଧା କୌଣସି ଡିଜେଲ ଇଂଜିନ ଗାଡି ବାହାର କରି ନାହିଁ। ଏହା ସତ୍ତ୍ୱେ ବି ୨୦୨୧ରେ  ସାରା ଦେଶରେ ୧  ଲକ୍ଷ ୧୫ ହଜାର ୯୬୨ଟି  ସୁଜୁକି ଭିଟାରା ବ୍ରିଜା ବିକ୍ରୀ ହୋଇଛି। ଏହାର ଶୋ ରୁମ୍ ପ୍ରାଇସ୍ ୭.୫୧ ଲକ୍ଷରୁ ଆରମ୍ଭ ହୋଇ ୧୧.୪୧ ଲକ୍ଷ ପର୍ଯ୍ୟନ୍ତ ରହିଛି। ୨୦୨୨ ଜୁନ୍‌କୁ ଭିଟାରା ବ୍ରିଜା ମଡେଲର ସେକେଣ୍ଡ ଜେନେରେସନ୍ ଲଞ୍ଚ କରିବ ମାରୁତି ସୁଜୁକି।

୮.ମାରୁତି ସୁଜୁକି ଇକ୍କୋ

ଟପ୍ ୧୦  ସେଲିଂ କାର୍‌ ମଧ୍ୟରେ ମାରୁତି ସୁଜୁକି ଇକ୍କୋ MPV ଅଷ୍ଟମ ସ୍ଥାନରେ ରହିଛି। ସାରା ଦେଶରେ ୧ ଲକ୍ଷ ୧୪ ହଜାର ୪୦୮ଟି ଇକ୍କୋ MPV କାର ବିକ୍ରୀ ହୋଇଛି। ଏହାର ଶୋ ରୁମ୍ ପ୍ରାଇସ୍ ୪.୦୮ ଲକ୍ଷରୁ ନେଇ ୫.୨୯ ଲକ୍ଷ ପର୍ଯ୍ୟନ୍ତ ରହିଛି।

୯.ମାରୁତି ସୁଜୁକି ଇର୍ତିଗା

MPV ଭେରାଇଟିର ମାରୁତି ସୁଜୁକି ଇର୍ତିଗା ମଡେଲ ମଧ୍ୟ୨୦୨୧ରେ ଲୋକଙ୍କ ଦ୍ୱାରା ବେଶ ପସନ୍ଦ ହୋଇଛି। ସେଥିପାଇଁ ଦେଶରେ ୧ ଲକ୍ଷ ୧୪ ହଜାର ୪୦୮ଟି ଇର୍ତିଗା ମଡେଲ ବିକ୍ରୀ ହୋଇଥିବା ବେଳେ ଟପ୍ ୧୦ କାର୍ ବିକ୍ରୀ ତାଲିକାରେ ଏହା ସ୍ଥାନ ପାଇଛି। ଏହାର ଶୋ ରୁମ ପ୍ରାଇସ୍ ୭.୯୬ ଲକ୍ଷରୁ ନେଇ ୧୦.୬୯ ଲକ୍ଷ ପର୍ଯ୍ୟନ୍ତ ରହିଛି।

୧୦. ଟାଟା ନେକସନ୍

୨୦୨୧ରେ ଲୋକଙ୍କ ଦ୍ୱାରା ଦେଶର ଟପ୍ ୧୦ କାର୍ ମଡେଲ ଭିତରେ ଟାଟା ନେକସନ୍ ବି ସାମିଲ ଅଛି। ପୂର୍ବରୁ  ଟାଟାର EV ମଡେଲକୁ ଲୋକ ବେଶ ପସନ୍ଦ କରିଥିବା ବେଳେ ଏବେ SUV  ମଡେଲ୍ ବି ଅଧିକ ବିକ୍ରୀ ହେଇଛି। ଗତ ବର୍ଷ ସାରା ଦେଶରେ ମୋଟ୍ ୧ ଲକ୍ଷ ୮ ହଜାର ୫୭୭ଟି  ଟାଟା ନେକସନ୍ କାର୍‌ ବିକ୍ରୀ ହୋଇଛି। ଏହାର ଶୋ ରୁମ ପ୍ରାଇସ୍ ୭.୨୯ ଲକ୍ଷରୁ ଆରମ୍ଭ ହୋଇ ୧୩.୩୪ ଲକ୍ଷ ପର୍ଯ୍ୟନ୍ତ ରହିଛି। ସୁରକ୍ଷା ଫିଚରକୁ ନେଇ ସବୁଠୁ ଅଧିକ ରେଟିଂ ପାଇଛି ଟାଟା ନେକସନ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe