Advertisment

ଭାରତର ନିଷ୍ପତ୍ତି ପରେ ରେଡର୍କ ସ୍ତରରେ ପହଞ୍ଚିଲା ଗହମର ଦାମ

ନୂଆଦିଲ୍ଲୀ: ଗହମ ରପ୍ତାନୀ ଉପରେ ଭାରତ ସରକାର ରୋକ ଲଗାଇବା ପରେ ଏହାର ପ୍ରଭାବ ପୂରା ବିଶ୍ୱ ଉପରେ ପଡ଼ିଛି। ଆଜି ଗହମର ଦାମ ଅନ୍ତର୍ଜାତୀୟ ବଜାରରେ ରେକର୍ଡ ସ୍ତର ଛୁଇଁଛି। ୟୁରୋପୀୟ ବଜାରରେ ଆଜି ଗହମର ମୂଲ୍ୟ ଟନ୍‌ ପିଛା ୪୩୫ ୟୁରୋ ବା ୪୫୩ ଡଲାରରେ ବିକ୍ରି ହେଉଛି। ୟୁକ୍ରେନ ଉପରେ ରୁଷର ହମଲା ଯୋଗୁ ଗହମ ଦାମ ଆକାଶ ଛୁଆଁ ହୋଇଥିଲା। ଏବେ ଭାରତ ରପ୍ତାନୀ ଉପରେ ରୋକ ଲଗାଇ ଦେବାରୁ ସ୍ଥିତି […]

ଭାରତର ନିଷ୍ପତ୍ତି ପରେ ରେଡର୍କ ସ୍ତରରେ ପହଞ୍ଚିଲା ଗହମର ଦାମ

wheat

Advertisment

ନୂଆଦିଲ୍ଲୀ: ଗହମ ରପ୍ତାନୀ ଉପରେ ଭାରତ ସରକାର ରୋକ ଲଗାଇବା ପରେ ଏହାର ପ୍ରଭାବ ପୂରା ବିଶ୍ୱ ଉପରେ ପଡ଼ିଛି। ଆଜି ଗହମର ଦାମ ଅନ୍ତର୍ଜାତୀୟ ବଜାରରେ ରେକର୍ଡ ସ୍ତର ଛୁଇଁଛି। ୟୁରୋପୀୟ ବଜାରରେ ଆଜି ଗହମର ମୂଲ୍ୟ ଟନ୍‌ ପିଛା ୪୩୫ ୟୁରୋ ବା ୪୫୩ ଡଲାରରେ ବିକ୍ରି ହେଉଛି। ୟୁକ୍ରେନ ଉପରେ ରୁଷର ହମଲା ଯୋଗୁ ଗହମ ଦାମ ଆକାଶ ଛୁଆଁ ହୋଇଥିଲା।

Advertisment

ଏବେ ଭାରତ ରପ୍ତାନୀ ଉପରେ ରୋକ ଲଗାଇ ଦେବାରୁ ସ୍ଥିତି ଆହୁରି ଭୟଙ୍କର ହୋଇଛି। ୟୁକ୍ରେନ ପୂରା ବିଶ୍ୱକୁ ୧୨% ଗହମ ରପ୍ତାନୀ କରୁଥିଲା। କିନ୍ତୁ ଏବେ ଯୁଦ୍ଧ ଯୋଗୁ ଏହା ସମ୍ଭବ ହୋଇପାରୁନି। ଫଳରେ ପୂରା ବିଶ୍ୱରେ ଦରଦାମ ବୃଦ୍ଧି ପାଇବା ଆରମ୍ଭ କରିଛି।

ଅନ୍ୟପକ୍ଷରେ ଭାରତ ସରକାର ଦେଶର ଚାହିଦା ପୂରଣ ପାଇଁ ଗହମ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି। ମାର୍ଚ୍ଚରେ ରେକର୍ଡ ତାତି ଯୋଗୁ ଭାରତରେ ଗହମ ଉତ୍ପାଦନ ପ୍ରଭାବିତ ହୋଇଛି। ତେଣୁ ଭାରତର ଖାଦ୍ୟାଭାବକୁ ଦୃଷ୍ଟିରେ ରଖି ସରକାର ଏପରି ପଦକ୍ଷେପ ନେଇଛନ୍ତି। ଗହମ ଉତ୍ପାଦନରେ ଭାରତ ପୂରା ବିଶ୍ୱରେ ଦ୍ୱିତୀୟ। ହେଲେ ଭାରତରେ ହିଁ ଗହମ ଜାତୀୟ ଦ୍ରବ୍ୟର ଦାମ ଆକାଶ ଛୁଆଁ ହେଲାଣି। ତେଣୁ ଏହା ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି।

Advertisment

ମାର୍ଚ୍ଚରେ ପ୍ରବଳ ଗରମ ଯୋଗୁ ଫସଲ ପ୍ରଭାବିତ ହୋଇଛି। ଏଥିସହ ଚାଷୀମାନେ ସରକାରଙ୍କ ବଦଳରେ ସ୍ଥାନୀୟ ବ୍ୟବସାୟୀଙ୍କୁ ନିଜ ଇଚ୍ଛା ଅନୁସାରେ ଗହମ ବିକ୍ରି କରୁଛନ୍ତି। ଫଳରେ ସରକାରୀ ଭଣ୍ଡାରରେ ଏହାର ଅଭାବ ଦେଖାଯିବାର ଆଶଙ୍କା ପ୍ରକାଶ ପାଇଛି।

୨୦୨୧-୨୨ରେ ଗହମ ଉତ୍ପାଦନ ୫.୭% ହ୍ରାସ ପାଇବ ବୋଲି ସରକାର ଆକଳନ କରିଛନ୍ତି। ପୂର୍ବରୁ ୧୧.୧୩ କୋଟି ଟନ୍‌ ଗହମ ଉତ୍ପାଦନ ହେବ ବୋଲି ସରକାର ଆଶା କରିଥିଲେ। ହେଲେ ଏବେ ଏହାକୁ ୧୦.୫୦ କୋଟି ଟନ୍‌କୁ ହ୍ରାସ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe