Advertisment

ବିଶ୍ୱରେ ସର୍ବାଧିକ ଓ ସର୍ବନିମ୍ନ ପେଟ୍ରୋଲ ଦର କେଉଁଠି?

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଦେଶରେ ଏବେ ରାଜସ୍ଥାନର ଶ୍ରୀଗଙ୍ଗନଗରରେ ପେଟ୍ରୋଲ ଦର  ଲିଟର ପିଛା ସର୍ବାଧିକ ୧୧୩.୨୧ ପଇସା ରହିଛି। ଯାହାକି ବିଶ୍ୱର ୧୩୦ ଦେଶ ତୁଳନାରେ ସର୍ବାଧିକ। ପଡ଼ୋଶୀ ଚାଇନା, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କା ତୁଳନାରେ ମଧ୍ୟ ଶ୍ରୀଗଙ୍ଗନଗରରେ ତେଲ ଦର ଅଧିକ ରହିଛି। ସେହିପରି ଭେନେଜୁଏଲରା ଏବେ ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୪୮ ପଇସା ରହିଛି ଭାରତୀୟ ମୁଦ୍ରାରେ। […]

ଅଦ୍ୟତନ ହୋଇଛି
ଉପର ମୁହାଁ ତେଲ ଦର, ମାସକରେ ବଢ଼ିଲାଣି ୮ ଥର

PETROL-DIESEL

Advertisment

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଦେଶରେ ଏବେ ରାଜସ୍ଥାନର ଶ୍ରୀଗଙ୍ଗନଗରରେ ପେଟ୍ରୋଲ ଦର  ଲିଟର ପିଛା ସର୍ବାଧିକ ୧୧୩.୨୧ ପଇସା ରହିଛି। ଯାହାକି ବିଶ୍ୱର ୧୩୦ ଦେଶ ତୁଳନାରେ ସର୍ବାଧିକ। ପଡ଼ୋଶୀ ଚାଇନା, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କା ତୁଳନାରେ ମଧ୍ୟ ଶ୍ରୀଗଙ୍ଗନଗରରେ ତେଲ ଦର ଅଧିକ ରହିଛି। ସେହିପରି ଭେନେଜୁଏଲରା ଏବେ ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୪୮ ପଇସା ରହିଛି ଭାରତୀୟ ମୁଦ୍ରାରେ।

Advertisment

ତେବେ ଭେନେଜୁଏଲା ବାସୀଙ୍କ ପାଇଁ ୧ ଟଙ୍କା ୪୮ ପଇସା ମଧ୍ୟ ଅଧିକ। ଭାରତୀୟ ମୁଦ୍ରାରେ ସେଠିକାର ଲୋକେ ଲିଟର ପିଛା ୫୩ ଟଙ୍କା ୬୧୮ ପଇସା ଦେଉଛନ୍ତି। globalpetrolprices.comର ରିପୋର୍ଟ ଅନୁଯାୟୀ ଏବେ ଦେଶରେ ପେଟ୍ରୋଲ ଲିଟର ପିଛା ହାରାହାରି ୧୦୩.୫୬ ପଇସା ରହିଛି। କିନ୍ତୁ ଏବେ ବି ୧୮ଟି ଦେଶରେ ପେଟ୍ରୋଲ ଦର ୧୦୦ରୁ ୧୧୪ ମଧ୍ୟରେ ରହିଛି। ଯେଉଁଥିରେ ଦକ୍ଷିଣ କୋରିଆ, ଜିମ୍ୱାଓ୍ୱେ, ହଙ୍ଗେରୀ, ଜୋର୍ଡାନ ଭଳି ଦେଶ ରହିଛି।

ସେହିପରି ଭାରତର ଅର୍ଥନୀତି ତୁଳନାର ଦୁର୍ବଳ ଥିବା ପଡ଼ୋଶୀ ଦେଶ ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ପେଟ୍ରୋଲ ଦର କମ୍ ରହିଛି। ପାକିସ୍ତାନରେ ଲିଟର ପିଛା ୫୪.୪୦ ପଇସା , ଶ୍ରୀଲଙ୍କାରେ ୬୮.୬୯ ପଇସା ଏବଂ ନେପାଳରେ ୮୦.୦୩ ପଇସା ରହିଛି। ଚାଇନାରେ ପେଟ୍ରୋଲ ଦର ଲିଟର ପିଛା ୮୭.୧୩ ପଇସା ରହିଛି। ଯଦିଓ ଭାରତରେ ତେଲ ଦର ୧୦୦ ଉପରେ ରହିଛି। ହେଲେ ବିଶ୍ୱରେ ହଂକଂରେ ପେଟ୍ରୋଲ ଦର ସର୍ବାଧିକ ରହିଛି। ଏଠାରେ ଲିଟର ପିଛା ଭାରତୀୟ ମୁଦ୍ରାରେ ୧୮୮.୭୨ ପଇସା ରହିଛି। ସେହିପରି ଦ୍ୱିତୀୟ ଲେବାନନରେ ପେଟ୍ରୋଲ ଲିଟର ପିଛା ୧୮୬.୯୯ ପଇସା ରହିଛି। ଏହାପରେ ନେଦରଲ୍ୟାଣ୍ଡ, ନାର୍ବୋ, ଡେନମାର୍କ, ଇସ୍ରାଏଲ ରହିଛି।

Advertisment

ଭେନେଜୁଏଲାରେ ପରେ ଇରାନରେ ଲିଟର ପିଛା ୪.୪୫ ପଇସା, ଅଙ୍ଗୋଲାରେ ୧୮.୬୨ ପଇସା, ଆଲଜେରିଆରେ ୨୫.୪୩ ପଇସା, କୁଏତରେ ୨୫.୯୫ ପଇସା, ନାଇଜେରିଆରେ ୨୯.୯୫ ପଇସା, ତୁର୍କମେନିସ୍ତାନରେ ୩୧.୯୨ ପଇସା, କାଜାକିସ୍ତାନରେ ୩୩.୧୮ ପଇସା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe