ଚାରି ମାସ ହେବ ବଢ଼ି ଚାଲିଛି ଦର, ଏପ୍ରିଲରେ ମୁଦ୍ରାସ୍ଫୀତି ୧୦.୪୯ %

ନୂଆଦିଲ୍ଲୀ: ଏପ୍ରିଲରେ ୧୦.୪୯ ପ୍ରତିଶତ ରହିଛି ମୁଦ୍ରାସ୍ଫୀତି। ଯାହାକି ପୂର୍ବ ବର୍ଷ ଗୁଡ଼ିକର ଏପ୍ରିଲ ମାସ ତୁଳନାରେ ସର୍ବକାଳୀନ ରେକର୍ଡ। ବଜାରରେ ହୋଲସେଲ (WPI) ଦରକୁ ନେଇ ମପା ହୁଏ ଏହି ମୁଦ୍ରାସ୍ଫୀତି। ଆଉ ହୋଲସେଲ ଦର ବଢ଼ିବା ପଛର କାରଣ ଅଶୋଧିତ ତେଲ ଏବଂ ଉତ୍ପାଦିତ ସାମଗ୍ରୀର ଦର ବୃଦ୍ଧି। ଏହା ପୂର୍ବ ମାସ ମାର୍ଚ୍ଚରେ WPI ମୁଦ୍ରାସ୍ଫୀତି ୭.୩୯ ପ୍ରତିଶତ ଏବଂ ଏପ୍ରିଲ ୨୦୨୦ରେ ଏହା ମାଇନସ୍ ୧.୫୭ ପ୍ରତିଶତ ଥିଲା। ଏବେ ସରକାରଙ୍କ […]

Fruit-Vegetable-Market (1)

Fruit-Vegetable-Market (1)

Subhransu Sekhar
  • Published: Monday, 17 May 2021
  • Updated: 12 August 2021, 06:48 PM IST

Sports

Latest News

ନୂଆଦିଲ୍ଲୀ: ଏପ୍ରିଲରେ ୧୦.୪୯ ପ୍ରତିଶତ ରହିଛି ମୁଦ୍ରାସ୍ଫୀତି। ଯାହାକି ପୂର୍ବ ବର୍ଷ ଗୁଡ଼ିକର ଏପ୍ରିଲ ମାସ ତୁଳନାରେ ସର୍ବକାଳୀନ ରେକର୍ଡ। ବଜାରରେ ହୋଲସେଲ (WPI) ଦରକୁ ନେଇ ମପା ହୁଏ ଏହି ମୁଦ୍ରାସ୍ଫୀତି। ଆଉ ହୋଲସେଲ ଦର ବଢ଼ିବା ପଛର କାରଣ ଅଶୋଧିତ ତେଲ ଏବଂ ଉତ୍ପାଦିତ ସାମଗ୍ରୀର ଦର ବୃଦ୍ଧି। ଏହା ପୂର୍ବ ମାସ ମାର୍ଚ୍ଚରେ WPI ମୁଦ୍ରାସ୍ଫୀତି ୭.୩୯ ପ୍ରତିଶତ ଏବଂ ଏପ୍ରିଲ ୨୦୨୦ରେ ଏହା ମାଇନସ୍ ୧.୫୭ ପ୍ରତିଶତ ଥିଲା। ଏବେ ସରକାରଙ୍କ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ ମାସ ପାଖରୁ କ୍ରମାଗତ ଭାବରେ ଦର ବଢ଼ି ଚାଲିଛି।

କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ କହିଛି ଯେ ବାର୍ଷିକ ମୁଦ୍ରାସ୍ଫୀତି ହାର ଅନୁଯାୟୀ ଗତ ଏପ୍ରିଲ ୨୦୨୦ରେ ଏହା -୧.୫୭ ଥିବା ବେଳେ ଏବେ ଏହା ୧୦.୪୯ ପ୍ରତିଶତ ରହିଛି। ମୁଖ୍ୟତଃ ଅଶୋଧିତ ତୌଳ, ପେଟ୍ରୋଲ, ଡିଜେଲ ଏବଂ ଉତ୍ପାଦିତ ସାମଗ୍ରୀର ଦର ବୃଦ୍ଧି ହୋଇଥିବାରୁ ଚଳିତ ବର୍ଷର ମୁଦ୍ରାସ୍ଫୀତି ହାର ଗତ ବର୍ଷ ଏପ୍ରିଲ ତୁଳନାରେ ଅଧିକ ରହିଛି।

ଏହି ଅବଧି ମଧ୍ୟରେ ଅଣ୍ଡା, ମାଂସ ଏବଂ ମାଛ ପରି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ପଦାର୍ଥର ଦର ବଢ଼ିଛି। ଖାଦ୍ୟ ପଦାର୍ଥରେ ମୁଦ୍ରାସ୍ଫୀତି ୪.୯୨ ପ୍ରତିଶତ ରହିଥିଲା। ତେବେ ପନିପରିବା ଦର ଗତ ବର୍ଷ ଏପ୍ରିଲ ତୁଳନାର ଚଳିତ ଥର ୯.୦୩ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପକ୍ଷରେ ଅଣ୍ଡା, ମାଂସ ଏବଂ ମାଛର ମୂଲ୍ୟ ୧୦.୮୮ ପ୍ରତିଶତ ବୃଦ୍ଧି ପାଇଛି।

ସେହିପରି ଡାଲି ଦର ଏପ୍ରିଲରେ ୧୦.୭୪ ପ୍ରତିଶତ ବଢ଼ିଥିବାବେଳେ, ଫଳ ଦର ୨୭.୪୩ ପ୍ରତିଶତ ବଢ଼ିଛି। ସେହିପରି ଏପ୍ରିଲରେ ଇନ୍ଧନ ଏବଂ ବିଦ୍ୟୁତ ମୁଦ୍ରାସ୍ଫୀତି ୨୦.୯୪ ପ୍ରତିଶତ ରହିଛି। ଆଉ ଉତ୍ପାଦିତ ସାମଗ୍ରୀ ୯.୦୧ ପ୍ରତିଶତ ମୁଦ୍ରାସ୍ଫୀତି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos