Advertisment

୨୦୧୪-୨୧ ମଧ୍ୟରେ ପେଟ୍ରୋଲ ଓ ଡିଜେଲରେ କେତେ ଉତ୍ପାଦ ଶୁଳ୍କ ବଢ଼ିଛି?

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବଢ଼ି ଚାଲିଛି। ଅନେକ ସହରରେ ପେଟ୍ରୋଲ ୧୦୦ ଟଙ୍କା ଛୁଇଁଥିବା ବେଳେ ଆଉ କିଛି ସ୍ଥାନରେ ୯୭ ଟଙ୍କାରେ ପହଞ୍ଚିଛି।  ଲଗାତାର ୧୨ ଦିନ ପାଇଁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ହୋଇଛି। ଏହା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୦.୯୭ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭ […]

ଅଦ୍ୟତନ ହୋଇଛି
ସବୁ ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଦର, ଲିଟର ପିଛା ୧୦୦ ଟଙ୍କା

petrol

Advertisment

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବଢ଼ି ଚାଲିଛି। ଅନେକ ସହରରେ ପେଟ୍ରୋଲ ୧୦୦ ଟଙ୍କା ଛୁଇଁଥିବା ବେଳେ ଆଉ କିଛି ସ୍ଥାନରେ ୯୭ ଟଙ୍କାରେ ପହଞ୍ଚିଛି।  ଲଗାତାର ୧୨ ଦିନ ପାଇଁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ହୋଇଛି। ଏହା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୦.୯୭ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୮.୦୬ ଟଙ୍କାକୁ ବୃଦ୍ଧି ପାଇଛି।

Advertisment

ଏବେ ତେଲ ଦର ଉପର ମୁହାଁ ରହିଥିବା ବେଳେ ଏହା ଉପରେ କାହିଁକି ରୋକ୍ ଲାଗୁନାହିଁ ସେ ନେଇ ବିରୋଧୀ କଂଗ୍ରେସ ସମେତ ସାଧାରଣ ଲୋକ କେନ୍ଦ୍ରର ମୋଦି ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି।

୨୦୧୪ ପରଠାରୁ କେନ୍ଦ୍ର ସରକାର ଏହା ଉପରେ ଏକ୍ସାଇଜ୍ ଡ୍ୟୁଟି ବା ଉତ୍ପାଦ ଶୁଳ୍କ ବଢ଼ାଇ ଚାଲିଛନ୍ତି। ଯେଉଁଥିପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ଜଣାପଡ଼ିଛି।

Advertisment

ତେଲ ଦର ଉପରେ ଆଦାୟ କରାଯାଉଥିବା ଉତ୍ପାଦ ଶୁଳ୍କକୁ ନେଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ମୋଟ୍ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି। ମେ ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୧୦୮ ଡଲାର ଥିଲା। ସେତେବେଳେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୧.୫୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୫୭.୨୮ ଟଙ୍କାରେ ବିକ୍ରି ହେଉଥିଲା। ଏବେ ଅଶୋଧିତ ତେଲର ବ୍ୟାରେଲ ପିଛା ୬୩ ଡଲାର ରହିଛି, ତଥାପି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୂର୍ବ ତୁଳନାରେ ବହୁତ ଅଧିକ ରହିଛି।

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ଉତ୍ପାଦ ଶୁଳ୍କ ଲଗାଉଥିବାରୁ ଦର ଆକାଶ ଛୁଆଁ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାର ପେଟ୍ରୋଲ ପ୍ରତି ଲିଟର ପିଛା ୩୨.୯ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୩୧.୮୦ ଟଙ୍କା ଆଦାୟ କରୁଛନ୍ତି। ବର୍ଷକ ମଧ୍ୟରେ ସରକାର ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୧୯.୨୮ ଟଙ୍କା ବୃଦ୍ଧି କରିଥିବାବେଳେ ଡିଜେଲ ଉପରେ ଲିଟର ପିଛା ୧୫.୮୩ ଟଙ୍କା ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ରେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୯.୪୮ ଟଙ୍କା ଥିଲା, ଯାହା ବର୍ତ୍ତମାନ ୩୨ ଟଙ୍କାରୁ ଅଧିକ। ଏଥି ସହିତ ଡିଜେଲ ଉପରେ ସେତେବେଳେ ଉତ୍ପାଦ ଶୁଳ୍କ ଲିଟର ପିଛା ୩.୫୬ ଟଙ୍କା ଥିଲା ଯାହା ଏବେ ୩୧ ଟଙ୍କାରୁ ଅଧିକ ରହିଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ତିନି ଗୁଣରୁ ଅଧିକ ବୃଦ୍ଧି ପାଇଥିବାବେଳେ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ ଗୁଣରୁ ଅଧିକ ବୃଦ୍ଧି ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe