Advertisment

୧୦୦ ଟଙ୍କାରେ ମିଳୁଛି ସୁନା, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ସୁନା ଦର ଆକାଶ ଛୁଆଁ ରହିଛି। ଦାମ୍‌ ଖସିବାର ନାଁ ନେଉ ନାହିଁ। ଲଗାତର ଦିନକୁ ଦିନ ସୁନା ଦାମ ବଢ଼ି ଚାଲିଛି। ଏସବୁ ଭିତରେ ଏବେ ସୁନା ଦର ଶହେ ଟଙ୍କାକୁ ଖସି ଆସିଛି। ୧୦୦ ଟଙ୍କାରେ ମିଳୁଛି ସୁନା। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକ ଡଲାର ଅର୍ଥାତ ଶହେ ପଇଁତିରିଶ ଟଙ୍କାରେ ବିକ୍ରି ହେଉଛି ସୁନା। ଲକଡାଉନ୍ ଏବଂ କରୋନା ଯୋଗୁଁ ସୁନା ବିକ୍ରି […]

ଅଦ୍ୟତନ ହୋଇଛି
୧୦୦ ଟଙ୍କାରେ ମିଳୁଛି ସୁନା, ଜାଣନ୍ତୁ କେଉଁଠି

Gold

Advertisment

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ସୁନା ଦର ଆକାଶ ଛୁଆଁ ରହିଛି। ଦାମ୍‌ ଖସିବାର ନାଁ ନେଉ ନାହିଁ। ଲଗାତର ଦିନକୁ ଦିନ ସୁନା ଦାମ ବଢ଼ି ଚାଲିଛି। ଏସବୁ ଭିତରେ ଏବେ ସୁନା ଦର ଶହେ ଟଙ୍କାକୁ ଖସି ଆସିଛି। ୧୦୦ ଟଙ୍କାରେ ମିଳୁଛି ସୁନା। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

Advertisment

ଏକ ଡଲାର ଅର୍ଥାତ ଶହେ ପଇଁତିରିଶ ଟଙ୍କାରେ ବିକ୍ରି ହେଉଛି ସୁନା। ଲକଡାଉନ୍ ଏବଂ କରୋନା ଯୋଗୁଁ ସୁନା ବିକ୍ରି ପ୍ରଭାବିତ ହୋଇଛି। କିନ୍ତୁ ଅନଲାଇନ୍ ସପିଂ ଏହି ଲକଡାଉନରେ ବେଶ୍‌ ବଢ଼ିଛି।  ଅନଲାଇନ୍ ସପିଂର ଦ୍ରୁତ ଅଭିବୃଦ୍ଧି ଦେଖି ଟାଟା ଗ୍ରୁପ୍‌ର ତନିଷ୍କ, କଲ୍ୟାଣ ଜୁଏଲର୍ସ ଲିମିଟେଡ୍, ପିସି ଜୁଏଲର୍ସ ଏବଂ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଭଳି ବଡ ବଡ ବ୍ରାଣ୍ଡ ଅନଲାଇନରେ ସୁନା ବିକ୍ରି କରିଛନ୍ତି। ଏହିସବୁ ଗହଣା କମ୍ପାନୀ ଏବେ ସୁନା ବିକ୍ରି ବଢ଼ାଇବାକୁ ଅନ୍‌ ଲାଇନ୍‌ ସ୍କିମ ଆରମ୍ଭ କରିଛନ୍ତି। ସେମାନଙ୍କର ନିଜସ୍ୱ ୱେବସାଇଟ୍‌କୁ ଯାଇ କିମ୍ବା ଇ-କମର୍ସ ୱେବସାଇଟ୍‌କୁ ଯାଇ ଜଣେ ଗ୍ରାହକ ୧୦୦ ଟଙ୍କା ଜମା କରି ଏହି ସ୍କିମରେ ସାମିଲ ହୋଇପାରିବ।

ଏହି ସମସ୍ତ ବଡ ବ୍ରାଣ୍ଡ, ଅନ୍‌ଲାଇନ୍‌ରେ ସୁନା ବିକ୍ରି କରୁଛନ୍ତି। ଏମାନେ ସମସ୍ତେ ୧୦୦ ଟଙ୍କା ଅର୍ଥାତ୍ ମାତ୍ର ୧.୩୫ ଡଲାରରେ ସୁନା ବିକ୍ରି ଆରମ୍ଭ କରିଛନ୍ତି। ସୁନା କିଣିବା ପାଇଁ, ଏହି ବ୍ରାଣ୍ଡଗୁଡିକ ଦ୍ୱାରା ଲୋକମାନଙ୍କୁ ଏହି ସୁବିଧା ଦିଆଯାଇଥିଲା ଯେ, ସେମାନେ ଏହି ବ୍ରାଣ୍ଡର ୱେବସାଇଟକୁ ଯାଇ ଟାଇ-ଅପ୍ କରି ସୁନା ପାଇପାରିବେ। ତେବେ ଗ୍ରାହକ ଅତି କମରେ ଏକ ଗ୍ରାମର ସୁନା ମୂଲ୍ୟ ବା ପ୍ରାୟ ୪୫୦୦ ଟଙ୍କା ଜମା କଲା ପରେ ଯାଇଁ ଅନ୍‌ଲାଇନ୍‌ରେ ସୁନା ଗ୍ରହଣ କରିପାରିବେ।

Advertisment

ପ୍ରକୃତରେ ଭାରତରେ ଡିଜିଟାଲ ଗୋଲ୍ଡର ପ୍ରଥା କୌଣସି ନୂଆ ନୁହେଁ । ମୋବାଇଲ୍‌ ୱଲେଟ ଏବଂ ଅଙ୍ଗମଙ୍ଗ ଗୋଲ୍ଡ ଫର୍‌ ଅଲ୍‌ ଏବଂ ୱାର୍ଲ୍ଡ କାଉନ୍‌ସିଲ୍‌ ସହାଯ୍ୟରେ ପରିଚାଳିତ ହେଉଛଥିବା ସେଫ୍‌ ଗୋଲ୍ଡ ଏଭଳି ଭାବେ ହିଁ ସୁନାର ବିକ୍ରି ବଢ଼ାଇଥାଏ। ତେବେ ବର୍ତ୍ତମାନ ଯାଏଁ ଦେଶରେ ଜୁଆଲାରୀ ପ୍ରଡକ୍ଟସ ଅନ୍‌ଲାଇନ୍‌ରେ ବିକ୍ରି କରିବାକୁ ପଛ ଘଞ୍ଚା ଦେଉଥିଲେ। କେବଳ ଷ୍ଟୋର୍‌ରେ ହିଁ ସୁନା ବିକ୍ରି କରିବା ନେଇ ବିଶ୍ୱାସ ରଖୁଥିଲେ। ଏବେ କିନ୍ତୁ କରୋନା ଜୁଏଲର୍ସଙ୍କ ଚିନ୍ତାଧାରା ବଦଳାଇ ଦେଇଛି। ସେମାନେ ଅନ୍‌ଲାଇନ୍‌ରେ ଜୁଏଲାରୀ ବିକ୍ରି କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ଆଗକୁ ପାର୍ବଣ ଋତୁ। ଏହାକୁ ଦୃଷ୍ଟିରେ ରଖି ଭାରତର ଅନେକ ବଡ ବଡ ଜୁଏଲାରୀ ବ୍ରାଣ୍ଡ ନୂଆ ନୂଆ ଅଫର୍ସ ଲଞ୍ଚ କରିବାକୁ ଯାଉଛନ୍ତି। ପାର୍ବଣ ଋତୁରେ ପୁରା ଦେଶରେ ସୁନାର ଚାହିଦା ବଢ଼ିଥାଏ। ଯେଉଁ ପ୍ରକାରେ ଅନ୍‌ଲାଇନ୍‌ ସୁନା କିଣାକିଣି ବଢ଼ିବାରେ ଲାଗିଛି, ତାକୁ ଦେଖି ଲାଗୁଛି ଯେ, ଫେଷ୍ଟିଭ ସିଜିନ୍‌ରେ ଲୋକେ ବଡ ସଂଖ୍ୟାରେ ଅନ୍‌ଲାଇନ୍‌ ସପିଂ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe