Advertisment

ଶେଆର ବଜାରରେ ବଜେଟ ପ୍ରଭାବ; ଖସିଲା ସେନ୍ସେକ୍ସ

ବଜେଟ ଉପସ୍ଥାପନ ସମୟରେ ଭାରତୀୟ ଷ୍ଟକ୍ ମାର୍କେଟରେ ବ୍ୟାପକ ହ୍ରାସ ଘଟିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Share Market

Share Market

ଏପଟେ ବଜେଟ୍ ଉପସ୍ଥାପନ, ସେପଟେ ଭାରତୀୟ ଷ୍ଟକ୍ ମାର୍କେଟରେ ବ୍ୟାପକ ହ୍ରାସ। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବା ବେଳେ ଭାରତୀୟ ଷ୍ଟକ୍ ମାର୍କେଟରେ ବ୍ୟାପକ ହ୍ରାସ ଘଟିଛି। ସରକାର ପୁଞ୍ଜି ଲାଭ କର ବୃଦ୍ଧି ଘୋଷଣା କରିବା ପରେ ଷ୍ଟକ୍ ମାର୍କେଟ ହ୍ରାସ ଘଟିଥିବା ଦେଖାଯାଇଛି।

Advertisment

ରିପୋର୍ଟ ଅନୁସାରେ, ବଜେଟରେ ପୁଞ୍ଜି ଲାଭ କର ବୃଦ୍ଧି ଘୋଷଣା ମାତ୍ରେ 1,100 ପଏଣ୍ଟ ଖସି ଯାଇଥିଲା ସେନ୍ସକ୍ତ। ଏହାର କିଛି ସମୟ ପରେ ଷ୍ଟକ୍ ମାର୍କେଟ୍ ସ୍ଥିର ହୋଇଛି। ବର୍ତ୍ତମାନ ସେନସେକ୍ସ 400 ପଏଣ୍ଟ ହ୍ରାସ ସହ ନିଫ୍ଟି ରେଡ୍ ମାର୍କରେ କାରବାର କରୁଛି। 

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ସରୁ ସରୁ ସେନ୍ସେକ୍ସରେ ହ୍ରାସ ଘଟିଥିବା ଦେଖା ଯାଇଥିଲା। ସେନ୍ସେକ୍ସ 1,266.17 ପଏଣ୍ଟ ହ୍ରାସ ପାଇ 79,235.91 ପଏଣ୍ଟରେ କାରବାର କରୁଥିବା ବେଳେ ନିଫ୍ଟି 435.05 ପଏଣ୍ଟ ହ୍ରାସ ସହିତ 24,074.20 ପଏଣ୍ଟରେ ପହଞ୍ଚିଛି।

Advertisment

ଆଜି ସକାଳ 9:45ରେ ବଜେଟ ଆରମ୍ଭ ହେବା ପୂର୍ବରୁ ସେନ୍ସେକ୍ସ 47 ପଏଣ୍ଟ ବା 0.06% ହ୍ରାସ ପାଇ 80,454ରେ ରହିଥିଲା ଏବଂ ନିଫ୍ଟି 21 ପଏଣ୍ଟ ବା 0.09% ହ୍ରାସ ସହ 24,487ରେ କାରବାର ଆରମ୍ଭ କରିଥିଲା। ଏହାପରେ ବଜେଟ ଉପସ୍ଥାପନ ସମୟରେ ପୁଞ୍ଜି ଲାଭ କର ଘୋଷଣା ହେବା ମାତ୍ରେ ଶେଆର ମାର୍କେଟରେ ବ୍ୟାପକ ହ୍ରାସ ଘଟିଥିବା ଦେଖା ଯାଇଛି। 

ପ୍ରକାଶ ଥାଉ କି, ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘ ମିଆଦି ପୁଞ୍ଜି ଲାଭ କର 10ରୁ 12.5% ବୃଦ୍ଧି କରିଥିବା ବେଳେ ସ୍ୱଳ୍ପ ମିଆଦି ଲାଭ କର 15ରୁ 20%କୁ ବୃଦ୍ଧି କରିଛନ୍ତି। ସେହିପରି ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ (STT) ମଧ୍ୟ 0.1%ରୁ 0.002% ବୃଦ୍ଧି କରାଯାଇଛି। 

Nifty Sensex Stock Market Union Budget