Advertisment

ପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି

କଟକ ଓ ଭୁବନେଶ୍ୱରରେ ପ୍ରଥମେ ଖୋଲାଯିବ ପରିବା ମଣ୍ଡି। ପରେ ସବୁ ଜିଲ୍ଲାରେ ଖୋଲାଯିବାକୁ ଯୋଜନା ରହିଛି। ତାଛଡ଼ା ପରିବାର ଦର କେତେ ରହିବ ତାର ଏକ ରେଟ୍ ଚାର୍ଟ ବି ଲାଗିବ।

undefined

Vegetable

Advertisment

ପରିବା ଓ ଗ୍ରୋସରୀ ଦର ଜୁଲାଇରେ ଯେତିକି ରହିବା କଥା ତାଠୁ ଅଧିକ ରହିଛି। ଦରଦାମ କେମିତି ନିୟନ୍ତ୍ରଣକୁ ଆସିବ, ମାର୍କେଟ୍ ବୁଲି ସ୍ଥିତି ପରଖିବା ପରେ ଆଜି ରିଟେଲର ଓ ହୋଲସେଲରଙ୍କ ସହ ବୈଠକ କରି କାରଣ ଖୋଜିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚାରିଥାକିଆ ବିକ୍ରି ବ୍ୟବସ୍ଥା ଓ ମିଡିଲ ମ୍ୟାନ୍ ପ୍ରଭାବ ଯୋଗୁଁ ପରିବାର ଦର ବଢୁଥିବା ମନ୍ତ୍ରୀ କହିଛନ୍ତି। ତେଣୁ ପ୍ରତି ଜିଲ୍ଲାରେ ପରିବା ମଣ୍ଡି କରିବା ସହ ଦୋକାନ ଆଗରେ ରେଟ୍ ଚାର୍ଟ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

Advertisment

କଟକ ଓ ଭୁବନେଶ୍ୱରରେ ପ୍ରଥମେ ଖୋଲାଯିବ ପରିବା ମଣ୍ଡି। ପରେ ସବୁ ଜିଲ୍ଲାରେ ଖୋଲାଯିବାକୁ ଯୋଜନା ରହିଛି। ତାଛଡ଼ା ପରିବାର ଦର କେତେ ରହିବ ତାର ଏକ ରେଟ୍ ଚାର୍ଟ ବି ଲାଗିବ। ଏହାସହ କୃଷି ଉତ୍ପାଦ ୧୩୭ ଲକ୍ଷ ଟନରୁ ୨୦୦ ଲକ୍ଷ ଟନ୍ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇ ଆଳୁ, ପିଆଜ ଉତ୍ପାଦନ ବଢାଇବାକୁ ମଧ୍ୟ ଚିନ୍ତା କରୁଛନ୍ତି ସରକାର। ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାକୁ ଏଣିକି ପ୍ରତି ୩ ମାସରେ ରିଟେଲର ଏବଂ ହୋଲସେଲରଙ୍କ ସହ ଆଲୋଚନା ହେବବୋଲି କହିଛନ୍ତି ମନ୍ତ୍ରୀ।

ଅନ୍ୟପକ୍ଷରେ ଜୁଲାଇ ଅଧା ହେଲାଣି, ହେଲେ ଆଖିଦୃଶିଆ ଭାବେ କମୁନି ପରିବା ଦର। ମାର୍କେଟ ରେଟ୍ ଅନୁସାରେ କେଜି ପିଛା ଆଳୁ ୩୦ରୁ ୩୫, ପିଆଜ ୪୦, ବିନ୍ସ ୮୦ , ଟମାଟୋ ୬୦, ପୋଟଳ ୪୦ରୁ ୫୦, ବାଇଗଣ ୪୦ରୁ ୫୦, କଲରା ୪୦, ଝୁଡ଼ଙ୍ଗ ୬୦ ଓ କାଙ୍କଡ଼ ୬୦ ଟଙ୍କା ରହିଛି। ଅନ୍ୟ ପଟେ ଗ୍ରୋସରୀ ବି ବଢିବାରେ ଲାଗିଛି। ସୋରିଷ ତେଲ ଲିଟର ପିଛା ୧୪୫, ରିଫାଇନ ଲିଟର ପିଛା ୧୧୦ରୁ ୧୧୨, କେଜି ପିଛା ହରଡ଼ ଡାଲି ୧୭୦, ଅଟା ୩୮ରୁ ୪୦ ଟଙ୍କା ଥିବା ବେଳେ ଅରୁଆ ଓ ଉଷୁନା ଚାଉଳ କିଲୋ ପ୍ରତି ୪୦ ଟଙ୍କା ରହିଛି। ଯାହାକୁ ନେଇ ଗ୍ରାହକଙ୍କ ମନରେ ପ୍ରବଳ ଅସନ୍ତୋଷ ରହିଛି।

Advertisment

ଏବେ ଦେଖିବାର କଥା ବିଭାଗ ଏବଂ ମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି କେବେ କାର୍ଯ୍ୟକାରୀ ହେଉଛି ଏବଂ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାରେ କେବେ ସଫଳ ହେଉଛନ୍ତି।

Vegetable Prices
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe