/odisha-reporter/media/post_attachments/uploadimage/library/16_9/16_9_0/IMAGE_1717389956.jpg)
Share Market
ଷ୍ଟକ୍ ମାର୍କେଟର ବଡ଼ ଡିଆଁ। ଏକଜିଟ୍ ପୋଲରେ ମୋଦି ସରକାର ପୁଣି ଫେରୁଥିବା ତଥ୍ୟ ଆସିବା ପରେ ସର୍ବକାଳୀନ ରେକର୍ଡ ଛୁଇଁଛି ସେୟାର ବଜାର। ସେନସେକ୍ସ ଓ ନିଫଟି ସବୁ ରେକର୍ଡକୁ ପାର କରିଛି।
Advertisment
ସକାଳୁ ସେୟାର ବଜାର ଖୋଲୁ ଖୋଲୁ ଏକାଥରେ ସେନସେକ୍ସ ୨୫ ଶହ ପଏଣ୍ଟ ଅଧିକରୁ ଓପେନ୍ କରିଛି। ଫଳରେ ୭୫ ହଜାରରୁ ଅଧିକ ରେକର୍ଡ କରିଛି ସେନସେକ୍ସ। ନିଫଟି ବି ୬୦୦ ପଏଣ୍ଟ ଗୋଟିଏ ଥରେ ଡେଇଁବା ଯୋଗୁଁ ୨୩ ହଜାର କ୍ରସ୍ କରିଛି।
ଫଳରେ ଆଦାନୀ ପୋର୍ଟସ୍, ଆଦାନୀ ଏଣ୍ଟ୍ରପ୍ରାଇଜସ୍, ପାୱାର୍ ଗ୍ରୀଡ, ଶ୍ରୀରାମ ଫିନାସ୍ ଏବଂ NTPC ଭଳି ବିଭିନ୍ନ କମ୍ପାନିର ସେୟର୍ ‘ଟପ୍ ଗେନର୍’ ରହିଛନ୍ତି। ଅନୁମାନ କରାଯାଉଛି, ଆସନ୍ତାକାଲି ଯଦି, ଏକଜିଟ୍ ପୋଲ ସତ ପ୍ରମାଣିତ ହୁଏ ତା'ହେଲେ ଏହି ସଂଖ୍ୟା ଆହୁରି ବଢ଼ିପାରେ। ସେୟାର ମାର୍କେଟରେ ଏହି ବୃଦ୍ଧି ପରେ ଏହାର ପ୍ରଭାବ ସୁନା ଓ ରୂପା ଉପରେ ମଧ୍ୟ ଦେଖାଯିବ ବୋଲି ଆଶା କରାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
