Advertisment

'ଏକ୍‌ଜିଟ୍‌ ପୋଲ' ପ୍ରଭାବ, ଷ୍ଟକ୍‌ ମାର୍କେଟ୍‌ର ରେକର୍ଡ ବୃଦ୍ଧି

ଆସନ୍ତାକାଲି ଯଦି ଏକଜିଟ୍ ପୋଲ ସତ ପ୍ରମାଣିତ ହୁଏ ତା'ହେଲେ ଏହି ସେନସେକ୍ସ ଓ ନିଫ୍ଟି ଆହୁରି ବଢ଼ିପାରେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Share Market

Share Market

ଷ୍ଟକ୍ ମାର୍କେଟର ବଡ଼ ଡିଆଁ। ଏକଜିଟ୍ ପୋଲରେ ମୋଦି ସରକାର ପୁଣି ଫେରୁଥିବା ତଥ୍ୟ ଆସିବା ପରେ ସର୍ବକାଳୀନ ରେକର୍ଡ ଛୁଇଁଛି ସେୟାର ବଜାର। ସେନସେକ୍ସ ଓ ନିଫଟି ସବୁ ରେକର୍ଡକୁ ପାର କରିଛି।

Advertisment

ସକାଳୁ ସେୟାର ବଜାର ଖୋଲୁ ଖୋଲୁ ଏକାଥରେ ସେନସେକ୍ସ ୨୫ ଶହ ପଏଣ୍ଟ ଅଧିକରୁ ଓପେନ୍ କରିଛି। ଫଳରେ ୭୫ ହଜାରରୁ ଅଧିକ ରେକର୍ଡ କରିଛି ସେନସେକ୍ସ। ନିଫଟି ବି ୬୦୦ ପଏଣ୍ଟ ଗୋଟିଏ ଥରେ ଡେଇଁବା ଯୋଗୁଁ ୨୩ ହଜାର କ୍ରସ୍ କରିଛି।

ଫଳରେ ଆଦାନୀ ପୋର୍ଟସ୍, ଆଦାନୀ ଏଣ୍ଟ୍ରପ୍ରାଇଜସ୍, ପାୱାର୍ ଗ୍ରୀଡ, ଶ୍ରୀରାମ ଫିନାସ୍ ଏବଂ NTPC ଭଳି ବିଭିନ୍ନ କମ୍ପାନିର ସେୟର୍ ‘ଟପ୍ ଗେନର୍’ ରହିଛନ୍ତି। ଅନୁମାନ କରାଯାଉଛି, ଆସନ୍ତାକାଲି ଯଦି, ଏକଜିଟ୍ ପୋଲ ସତ ପ୍ରମାଣିତ ହୁଏ ତା'ହେଲେ ଏହି ସଂଖ୍ୟା ଆହୁରି ବଢ଼ିପାରେ। ସେୟାର ମାର୍କେଟରେ ଏହି ବୃଦ୍ଧି ପରେ ଏହାର ପ୍ରଭାବ ସୁନା ଓ ରୂପା ଉପରେ ମଧ୍ୟ ଦେଖାଯିବ ବୋଲି ଆଶା କରାଯାଉଛି।

Advertisment
Stock Market Sensex