ନୂଆଦିଲ୍ଲୀ: ମୋଟୋରୋଲା ଦୁଇଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି। ଏହି ଦୁଇଟିର ନାଁ ହେଉଛି Moto G Power ଓ Moto G Stylus। Moto G Powerକୁ ଦମ୍ଦାର୍ ବ୍ୟାଟ୍ରୀ ସହ ଓ Moto G Stylusକୁ ଏକ ସ୍କ୍ରିନ୍ଟଚ୍ ପେନ୍ସିଲ୍ ସହ ଲଞ୍ଚ କରାଯାଇଛି।
କମ୍ପାନୀ Moto G Powerର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୧୮ ହଜାର ଟଙ୍କା ରଖିଥିବାବେଳେ Moto G Stylusର ମୂଲ୍ୟ ପାଖାପାଖି ୨୧ ହଜାର ୫୦୦ ଟଙ୍କା ରଖିଛି। ଏହାକୁ ଖୁବ୍ ଶୀଘ୍ର ୟୁଏସ୍ ଓ କାନାଡ଼ାର ବଜାରରେ ଉପଲବ୍ଧ କରାଯିବ। ତେବେ ଭାରତକୁ ଏହା କେବେ ଆସିବ, ସେ ନେଇ କୌଣସି ସୂଚନା ନାହିଁ।
Moto G Powerର ଫିଚର୍ :-
- ଡିସ୍ପ୍ଲେ ସାଇଜ୍: ୬.୪ଇଞ୍ଚ୍
- ଡିସ୍ପ୍ଲେ ଟାଇପ୍: ଫୁଲ୍ ଏଚ୍ଡି ସୁପର ଆମୋଲେଡ୍ 1080×2300 ୱିଥ୍ ମ୍ୟାକ୍ସ ଭିଜନ୍ ପଞ୍ଚ୍ ହୋଲ୍
- ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ 10
- ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ 665G
- ରାମ୍: 4 GB
- ଷ୍ଟୋରେଜ୍: 64 GB
- ରିୟର କ୍ୟାମେରା: 16MP + 8 MP + 2MP
- ଫ୍ରଣ୍ଟ୍ କ୍ୟାମେରା:16 MP
- ବ୍ୟାଟେରୀ: 5000mAh ସହ ୧୦ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ
Moto G Stylusର ଫିଚର :-
- ଡିସ୍ପ୍ଲେ ସାଇଜ୍: ୬.୪ଇଞ୍ଚ୍
- ଡିସ୍ପ୍ଲେ ଟାଇପ୍: ଫୁଲ୍ ଏଚ୍ଡି ସୁପର ଆମୋଲେଡ୍ 1080×2300 ୱିଥ୍ ମ୍ୟାକ୍ସ ଭିଜନ୍ ପଞ୍ଚ୍ ହୋଲ୍
- ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ 10
- ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ 665G
- ରାମ୍: 4 GB
- ଷ୍ଟୋରେଜ୍: 128 GB
- ରିୟର କ୍ୟାମେରା: 48MP +16MP + 2MP
- ଫ୍ରଣ୍ଟ୍ କ୍ୟାମେରା:16 MP
- ବ୍ୟାଟେରୀ: 4000mAh ସହ ୧୦ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।