Advertisment

ସର୍ବକାଳୀନ ରେକର୍ଡ କଲା ଏମ୍‌ସିଏଲ୍‌

‘କେବଳ ଶକ୍ତି କ୍ଷେତ୍ରକୁ MCLର କୋଇଲା ଯୋଗାଣ ୨୦୨୧-୨୨ମସିହାରେ ୧୨୭.୧୨ ନିୟୁତ ଟନ୍‌ ତୁଳନାରେ ୧୭% ବଢ଼ି ୨୦୨୨-୨୩ରେ ୧୪୯ ନିୟୁତ ଟନରେ ପହଞ୍ଚିଛି’

undefined

MCL

Advertisment

୨୦୨୨-୨୩ ମସିହାରେ କୋଇଲା ଉତ୍ପାଦନ ଓ ଡେସ୍‌ପାଚରେ ସର୍ବକାଳୀନ ରେକର୍ଡ ହାସଲ କରିଛି ମହାନଦୀ କୋଲଫିଲ୍‌ଡ ଲିମିଟେଡ(MCL)। ଗତ ଆର୍ଥିକ ବର୍ଷ MCL ୧୯୩.୩ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିଛି। ଯାହାକି ୨୦୨୧-୨୨ର ୧୬୮ ଟନ୍‌ କୋଇଲା ଉତ୍ପାଦନ ତୁଳନାରେ ୨୫ ଟନ୍‌ ବା ୧୫% ଅଧିକ। ଏନେଇ ସୂଚନା ଦେଇଛନ୍ତି ଏମ୍‌ସିଏଲ୍‌ର ସିଏମ୍‌ଡି ଓମ୍ ପ୍ରକାଶ ସିଂହ।

Advertisment

ସେ ଆହୁରି କହିଛନ୍ତି, ଗତ ଆର୍ଥିକ ବର୍ଷ MCL ୧୯୨.୭ ନିୟୁତ ଟନ କୋଇଲା ଡେସ୍‌ପାଚ କରିଛି। ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୬ ନିୟୁତ ଟନ ବା ୯% ଅଧିକ। କେବଳ ଶକ୍ତି କ୍ଷେତ୍ରକୁ MCLର କୋଇଲା ଯୋଗାଣ ୨୦୨୧-୨୨ମସିହାରେ ୧୨୭.୧୨ ନିୟୁତ ଟନ୍‌ ତୁଳନାରେ ୧୭% ବଢ଼ି ୨୦୨୨-୨୩ରେ ୧୪୯ ନିୟୁତ ଟନରେ ପହଞ୍ଚିଛି ବୋଲି ଶ୍ରୀ ସିଂହ କହିଛନ୍ତି।

୨୦୨୩-୨୪ରେ ୨୦୪ ନିୟୁତ ଟନ୍‌ କୋଇଲା ଉତ୍ପାଦନ ଓ ଡେସ୍‌ପାଚ ପାଇଁ ଲକ୍ଷ୍ୟ ରଖିଛି MCL। ଅପରପକ୍ଷରେ ଗତ ଆର୍ଥିକ ବର୍ଷ MCL ୩୮୫୦ କୋଟି ଟଙ୍କା ପୁଞ୍ଜନିବେଶ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୩୫୦୦ କୋଟି ଖଟାଇବାକୁ ଲକ୍ଷ୍ୟ ରଖିଛି। ଗତବର୍ଷ MCL ସିଏସଆରରେ ୧୯୬ କୋଟି ଖର୍ଚ୍ଚ କରିଥିବା ବେଳେ ୪୫୦ ଜମିହରାଙ୍କୁ ନିଯୁକ୍ତି ଦେଇଛି। ଚଳିତ ବର୍ଷ ଅକ୍ଟୋବର ମାସରେ MCL ସହଯୋଗରେ ନିର୍ମିତ ତାଳଚେର ମେଡିକାଲ କଲେଜର କେବଳ ହସ୍ପିଟାଲ ଚାଲୁ ହେବ। ନିୟମ ଅନୁସାରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ୨ ବର୍ଷ ପରେ ଚାଲୁ ହେବ ମେଡିକାଲ କଲେଜ। ଏନେଇ ସୂଚନା ଦେଇଛନ୍ତି ଏମ୍‌ସିଏଲ୍‌ ସିଏମ୍‌ଡି ଓମ୍‌ ପ୍ରକାଶ ସିଂହ।

Advertisment
Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe