Advertisment

ଓପନ୍‌ ସେଲ୍‌ରେ ମିଳୁଛି Mi Band 3i

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଶାଓମି ଭାରତରେ Mi Band 3i ଲଞ୍ଚ୍‌ କରିଥିଲା। ଏବେ ଏହାର ବିକ୍ରି ଆରମ୍ଭ ହୋଇଯାଇଛି। ପୂର୍ବରୁ କମ୍ପାନୀ ତା’ର ସବୁ ନୂଆ ପ୍ରଡକ୍ଟକୁ ଫ୍ଲାସ୍‌ ସେଲ୍‌ରେ ବିକ୍ରି କରୁଥିଲା। ହେଲେ ଏବେ କମ୍ପାନୀ ଏହାର ଓପନ୍‌ ସେଲ୍‌ କରିବାକୁ ନିଷ୍ପତ୍ତି ନେଇଛି। ତେଣୁ Mi Band 3i କିଣିବା ପାଇଁ ଆପଣଙ୍କୁ ଆଉ ଫ୍ଲାସ୍‌ ସେଲ୍‌ର ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବ୍ୟାଣ୍ଡର ବଢ଼ୁଥିବା ଚାହିଦାକୁ ଦେଖି କମ୍ପାନୀ ଏହାର […]

ଓପନ୍‌ ସେଲ୍‌ରେ ମିଳୁଛି Mi Band 3i

mi-band

Advertisment

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଶାଓମି ଭାରତରେ Mi Band 3i ଲଞ୍ଚ୍‌ କରିଥିଲା। ଏବେ ଏହାର ବିକ୍ରି ଆରମ୍ଭ ହୋଇଯାଇଛି। ପୂର୍ବରୁ କମ୍ପାନୀ ତା’ର ସବୁ ନୂଆ ପ୍ରଡକ୍ଟକୁ ଫ୍ଲାସ୍‌ ସେଲ୍‌ରେ ବିକ୍ରି କରୁଥିଲା। ହେଲେ ଏବେ କମ୍ପାନୀ ଏହାର ଓପନ୍‌ ସେଲ୍‌ କରିବାକୁ ନିଷ୍ପତ୍ତି ନେଇଛି। ତେଣୁ Mi Band 3i କିଣିବା ପାଇଁ ଆପଣଙ୍କୁ ଆଉ ଫ୍ଲାସ୍‌ ସେଲ୍‌ର ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବ୍ୟାଣ୍ଡର ବଢ଼ୁଥିବା ଚାହିଦାକୁ ଦେଖି କମ୍ପାନୀ ଏହାର ଓପନ୍‌ ସେଲ୍‌ ଆରମ୍ଭ କରିଦେଇଛି। କେବଳ ନିଜର ଅଫିସିଆଲ୍‌ ୱେବ୍‌ସାଇଟ୍‌ ନୁହେଁ ବରଂ ଇ-କମର୍ସ ୱେବସାଇଟ୍‌ ଫ୍ଲିପକାର୍ଟରେ ବି ଏହାର ବିକ୍ରି ଆରମ୍ଭ ହୋଇଛି।

Advertisment

publive-imageMi Band 3i ଫିଟ୍‌ନେସ୍‌ ବ୍ୟାଣ୍ଡରେ 1.9cmର AMOLED ଡିସ୍‌ପ୍ଲେ ଦିଆଯାଇଛି। ଏଥିସହ ସ୍କ୍ରିନ୍‌ରେ ଟଚ୍‌ ସପୋର୍ଟ ମଧ୍ୟ ଦିଆଯାଇଛି। ଏହାର ବ୍ୟାଟେରୀ 110mAhର ରହିଛି, ଯାହାକି ୨୦ ଦିନର ବ୍ୟାକ୍‌ଅପ୍‌ ଦେବ। ଏଥିରେ ଆପଣ ପାଣିପାଗ ସୂଚନା ବି ପାଇପାରିବେ। ଆସନ୍ତା ୩ ଦିନ ପର୍ଯ୍ୟନ୍ତର ପାଣିପାଗ ସୂଚନା ଆପଣଙ୍କୁ ଏହି ବ୍ୟାଣ୍ଡରେ ମିଳିଯିବ। ଏହାବ୍ୟତୀତ ଆଲାର୍ମ, ରିମାଇଣ୍ଡର୍ସ ଓ କ୍ଲକ ବାଲାନ୍ସ ମ୍ୟାନେଜମେଣ୍ଟର ଅପଶନ୍‌ ବି ମିଳିବ।

Mi Smart Band 3iରେ ଷ୍ଟେପ୍ସ ଓ କ୍ୟାଲୋରି ଟ୍ରାକିଂ ସହ ନୋଟିଫିକେସନ୍‌ ଫିଚର୍‌ ରହିଛି। ଏହାକୁ ଆପଣ କୌଣସି ବି ସ୍ମାର୍ଟଫୋନ୍‌ ସହ କନେକ୍ଟ କରିପାରିବେ। ଏହି ବ୍ୟାଣ୍ଡରେ Find Deviceର ଅପ୍‌ସନ୍‌ ଦିଆଯାଇଛି। ଫଳରେ ଆପଣ ପେୟାର ହୋଇଥିବା ସ୍ମାର୍ଟ ଫୋନ୍‌ କନେକ୍ଟ କରିପାରିବେ। ଏହି ବ୍ୟାଣ୍ଡ 3i  5ATM ପର୍ଯ୍ୟନ୍ତ ୱାଟର୍ ରେଜିଷ୍ଟାଣ୍ଟ କରିପାରିବ। ଅର୍ଥାତ୍‌ ଆପଣ ଏହାକୁ ପିନ୍ଧି ଗାଧେଇ ପାରିବେ ଓ ପହଁରି ପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe