Advertisment

ଲଞ୍ଚ୍ ହେଲା Mi Note 10 Lite

ନୂଆଦିଲ୍ଲୀ: ଚାଇନି୍ ମୋବାଇଲ କମ୍ପାନୀ ଶାଓମି ଏକ ନୂଆ ମିଡରେଞ୍ଜ୍ ସ୍ମାର୍ଟଫୋନ Mi Note 10 Lite ଲଞ୍ଚ୍ କରିଦେଇଛି। ଶାଓମି ନୋଟ୍ 10 ସିରିଜର ଏହା ହେଉଛି ତୃତୀୟ ଫୋନ୍। ଏହାପୂର୍ବରୁ Mi Note 10 ଏବଂ Mi Note 10 pro ମଧ୍ୟ ଲଞ୍ଚ କରାଯାଇଛି। ଏହି ସ୍ମାର୍ଟଫୋନର ବିଶେଷତ୍ତ୍ୱ ହେଉଛି ଏହାର 3D କର୍ଭ୍ଡ AMOLED ଡିସପ୍ଲେ ଏବଂ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍। କମ୍ପାନୀ Mi Note 10 Liteକୁ ତିନିଟି […]

ଲଞ୍ଚ୍ ହେଲା  Mi Note 10 Lite

NOTE-10-LITE

Advertisment

ନୂଆଦିଲ୍ଲୀ: ଚାଇନି୍ ମୋବାଇଲ କମ୍ପାନୀ ଶାଓମି ଏକ ନୂଆ ମିଡରେଞ୍ଜ୍ ସ୍ମାର୍ଟଫୋନ Mi Note 10 Lite ଲଞ୍ଚ୍ କରିଦେଇଛି। ଶାଓମି ନୋଟ୍ 10 ସିରିଜର ଏହା ହେଉଛି ତୃତୀୟ ଫୋନ୍। ଏହାପୂର୍ବରୁ Mi Note 10 ଏବଂ Mi Note 10 pro ମଧ୍ୟ ଲଞ୍ଚ କରାଯାଇଛି। ଏହି ସ୍ମାର୍ଟଫୋନର ବିଶେଷତ୍ତ୍ୱ ହେଉଛି ଏହାର 3D କର୍ଭ୍ଡ AMOLED ଡିସପ୍ଲେ ଏବଂ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍।

Advertisment

କମ୍ପାନୀ Mi Note 10 Liteକୁ ତିନିଟି ଭ୍ୟାରିଆଣ୍ଟ 6GB RAM + 64GB ଷ୍ଟୋରେଜ୍, 6GB + 128GB ଷ୍ଟୋରେଜ ଏବଂ 8GB + 128GB ଷ୍ଟୋରେଜ ସହ ଲଞ୍ଚ କରିଛି। ଏହାର ମୂଲ୍ୟ ଯଥାକ୍ରମେ 349 ୟୁରୋ (ପ୍ରାୟ 28,500 ଟଙ୍କା) ଏବଂ 399 ୟୁରୋ (ପ୍ରାୟ 32,600 ଟଙ୍କା) ରହିଛି। ତେବେ କମ୍ପାନୀ 8GB RAM ମଡେଲର ମୂଲ୍ୟ ଘୋଷଣା କରି ନାହିଁ। ଗ୍ରାହକଙ୍କୁ ଏହି ସ୍ମାର୍ଟଫୋନ୍ ମିଡନାଇଟ୍ ବ୍ଲାକ୍, ନେବୁଲା ପର୍ପଲ ଏବଂ ଗ୍ଲାସିଅର୍ ହ୍ୱାଇଟ୍ କଲର ଅପଶନରେ ମିଳିବ।publive-image

Mi Note 10 Liteର ଫିଚର:

ଡୁଆଲ୍-ସିମ୍ (ନାନୋ) ସପୋର୍ଟ ଥିବା ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 10 ବେସ୍ଡ୍ MIUI 11 ରେ ଚାଲିଥାଏ। କର୍ନିଙ୍ଗ ଗୋରିଲା ଗ୍ଲାସ୍ 5 ଏବଂ ୱାଟରଡ୍ରପ୍ ଷ୍ଟାଇଲ୍ ନଚ୍ ସହିତ ଏଥିରେ 6.47ଇଞ୍ଚର ଫୁଲ୍- HD +(1,080x2,340 ପିକ୍ସେଲ) 3D କର୍ଭ୍ଡ AMOLED ଡିସପ୍ଲେ ରହିଛି। ଏଥିରେ 8GB ପର୍ଯ୍ୟନ୍ତ RAM ସହିତ କ୍ୱାଲକମ୍ ସ୍ନାପଡ୍ରାଗନ୍ 730G ପ୍ରୋସେସର ଦିଆଯାଇଛି। ଏହାର ଇଣ୍ଟରନାଲ ମେମୋରୀ 128GB ପର୍ଯ୍ୟନ୍ତ ରହିଛି।

Advertisment

ଫଟୋଗ୍ରାଫି ପାଇଁ ଏହାର ରିୟରରେ 64MP ପ୍ରାଇମେରୀ କ୍ୟାମେରା, 8MP ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା, 5MP ଡେପ୍ଥ କ୍ୟାମେରା ଏବଂ 2MP ମାକ୍ରୋ କ୍ୟାମେରା ଦିଆଯାଇଛି। ସେଲଫି ପାଇଁ ଏଥିରେ 16MPର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ସୁରକ୍ଷା ପାଇଁ ଏଥିରେ ଇନ୍ ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନସର୍ ଦିଆଯାଇଛି। ଏଥି ସହିତ Mi Note 10 Liteରେ 30W ଫାଷ୍ଟ ଚାର୍ଜିଂ ସହ 5,260mAhର ବ୍ୟାଟେରୀ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe