Advertisment

ଆଜି ୨ ଘଣ୍ଟା ମଧ୍ୟରେ ଅଧା ଦାମ୍‌ରେ କିଣନ୍ତୁ MI ର ଫୋନ୍‌ ଆଉ ଟିଭି

ନୂଆଦିଲ୍ଲୀ: ଏମ୍‌ଆଇ ପଞ୍ଚମ ବର୍ଷରେ ପାଦ ଥାପିଥିବା ବେଳେ ଏହି ଅବସରରେ କମ୍ପାନୀ ପକ୍ଷରୁ ସ୍ପେଶାଲ୍‌ ସେଲ୍‌ ଆରମ୍ଭ କରାଯାଇଛି। ଏମ୍‌ଆଇର ଅଫିସିଆଲ୍‌ ୱେବସାଇଟ୍‌ ଏବଂ ଆମାଜନ୍‌ରେ ଏହି ସେଲ୍ ଚାଲିଛି। ଜୁଲାଇ ୨୩ତାରିଖରୁ ଏହି ସେଲ୍ ଆରମ୍ଭ ହୋଇଥିବା ବେଳେ ଆଜି ହେଉଛି ଏହାର ଶେଷ ଦିନ। ଏହି ସେଲ୍‌ରେ ଗ୍ରାହକମାନେ  ଟିଭି, ସ୍ମାର୍ଟଫୋନ୍‌ଠୁ ଆରମ୍ଭ କରି ସିଓମିର ଅନ୍ୟ ପ୍ରଡକ୍ଟଗୁଡ଼ିକୁ  ଡିସ୍‌କାଉଣ୍ଟରେ କିଣି ପାରିବେ। ଆମାଜନ୍‌ ସେଲ୍‌ରେ ଗ୍ରାହକମାନେ ୭,୫୦୦ଟଙ୍କା ପର୍ଯ୍ୟନ୍ତ ରିହାତି ମଧ୍ୟ […]

author-image
Biswobandita Swain
ଆଜି ୨ ଘଣ୍ଟା ମଧ୍ୟରେ ଅଧା ଦାମ୍‌ରେ କିଣନ୍ତୁ MI ର ଫୋନ୍‌ ଆଉ ଟିଭି

Redmi-Note-5-Pro-Sale-696x4

ନୂଆଦିଲ୍ଲୀ: ଏମ୍‌ଆଇ ପଞ୍ଚମ ବର୍ଷରେ ପାଦ ଥାପିଥିବା ବେଳେ ଏହି ଅବସରରେ କମ୍ପାନୀ ପକ୍ଷରୁ ସ୍ପେଶାଲ୍‌ ସେଲ୍‌ ଆରମ୍ଭ କରାଯାଇଛି। ଏମ୍‌ଆଇର ଅଫିସିଆଲ୍‌ ୱେବସାଇଟ୍‌ ଏବଂ ଆମାଜନ୍‌ରେ ଏହି ସେଲ୍ ଚାଲିଛି। ଜୁଲାଇ ୨୩ତାରିଖରୁ ଏହି ସେଲ୍ ଆରମ୍ଭ ହୋଇଥିବା ବେଳେ ଆଜି ହେଉଛି ଏହାର ଶେଷ ଦିନ। ଏହି ସେଲ୍‌ରେ ଗ୍ରାହକମାନେ  ଟିଭି, ସ୍ମାର୍ଟଫୋନ୍‌ଠୁ ଆରମ୍ଭ କରି ସିଓମିର ଅନ୍ୟ ପ୍ରଡକ୍ଟଗୁଡ଼ିକୁ  ଡିସ୍‌କାଉଣ୍ଟରେ କିଣି ପାରିବେ। ଆମାଜନ୍‌ ସେଲ୍‌ରେ ଗ୍ରାହକମାନେ ୭,୫୦୦ଟଙ୍କା ପର୍ଯ୍ୟନ୍ତ ରିହାତି ମଧ୍ୟ ପାଇ ପାରିବେ। ଏହା ବ୍ୟତୀଚ ପ୍ରଡକ୍ଟ ବଦଳାଇ ୩,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ। ତା’ହେଲେ  ଆସନ୍ତୁ ଜାଣିବା ଅଜି କେଉଁ ପ୍ରଡକ୍ଟରେ କେତେ ରିହାତି ମିଳୁଛି।

Advertisment

ଆମାଜୋନ୍‌ରେ ଚାଲିଥିବା ସେଲ୍‌ ଅନୁଯାୟୀ, ରେଡ୍‌ମି ୭ର ଦାମ୍‌ ୭,୯୯୯ ପରିବର୍ତ୍ତେ ୭,୪୯୯ଟଙ୍କା ରହିଛି। ସେହିପରି ରେଡମି Y3ରେ ୧,୦୦୦ଟଙ୍କାର ରିହାତି ମିଳୁଛି।

publive-imageMi A ସିରିଜ୍‌ର ପପୁଲାର ଷ୍ଟକ୍‌ ଏଣ୍ଡ୍ରଏଡ୍‌ ଫୋନ୍‌ Mi A2କୁ ଗ୍ରହକମାନେ ୯,୯୯୯ ଟଙ୍କାର ପ୍ରାରମ୍ଭିକ ଦାମ୍‌ରେ କିଣିପାରିବେ। Redmi 6Aକୁ ଗ୍ରାହକମାନେ ୬,୧୯୯ଟଙ୍କାରେ କିଣିପାରିବେ।

Advertisment

ସେହିଭଳି ଟିଭିରେ ମଧ୍ୟ ଅଫର୍ ରହିଛି। ଏମ୍‌ଆଇ ଟିଭି 4C pro ୩୨ଇଞ୍ଚର ଦାମ୍‌ ୧୨,୪୯୯ଟଙ୍କା ରହିଥିବା ବେଳେ ୪୩ଇଞ୍ଚ ଏମ୍‌ଆଇ ଟିଭି 4A proକୁ ଗ୍ରାହକ ୨୧,୯୯୯ଟଙ୍କାରେ କିଣି ପାରିବେ।

publive-imageଯେଉଁମାନେ କମ୍ପାନୀର ଅଫିସିଆଲ୍‌ ୱେବସାଇଟ୍‌ରୁ କିଣିବାକୁ ଚାହିଁବେ ସେମାନଙ୍କ ପାଇଁ ବି ଅଫର୍ ରହିଛି। ତେବେ କେବଳ SBI କାର୍ଡଧାରୀଙ୍କ ପାଇଁ ଏଠାରେ ଅଫର୍‌ ରହିଛି। ଯଦି ସେଲ୍‌ ସମୟରେ SBI କାର୍ଡ ବ୍ୟବହାର କରାଯାଏ, ତା’ହେଲେ ୫%ର ଡିସ୍‌କାଉଣ୍ଟ ଦିଆଯାଉଛି। ଏହା ବ୍ୟତୀତ ୱେବ୍‌ସାଇଟ୍ ଆଉ ଏକ କଥା ଜଣାପଡ଼ିଛି ଯେ, ଆଜି ଦୁଇ ଘଣ୍ଟା ପାଇଁ ଅଧା ଦାମ୍‌ରେ ଜିନିଷ କିଣିବାର ସୁଯୋଗ ରହିଛି। ୱେବ୍‌ସାଇଟ୍‌ରେ ଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ କୌଣସି ପ୍ରଡକ୍ଟ କିଣିଲେ ଗ୍ରାହକଙ୍କୁ କେବଳ ଅଧା ଦାମ୍ ଦେବାକୁ ପଡ଼ିବ।