Advertisment

ପୁଣି ମହଙ୍ଗା ମାଡ, ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ: ହୋଲି ପର୍ବ ପରେ ପରେ ସାଧାରଣ ଖାଉଟିଙ୍କ ଉପରେ ପଡିଳା ମହଙ୍ଗା ମାଡ। Mother Dairy ଓ Amul ପରେ ଆଉ ଏକ କମ୍ପାନୀ ବଢ଼ାଇଲା କ୍ଷୀର ଦାମ। କ୍ଷୀର ଦାମ୍‌ ଲିଟର ପିଛା ୩ ଟଙ୍କାରୁ ୫ ଟଙ୍କା ଯାଏଁ ବୃଦ୍ଧି ପାଇଛି।  ଭୋଲପା କ୍ଷୀର ସଂଘ ଏହି ଦାମ୍‌ ବଢ଼ାଇଛି। ମାର୍ଚ୍ଚ ୨୧ ପରଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ତେବେ ଅଗ୍ରୀମ କାର୍ଡଧାରୀମାନେ ଏପ୍ରିଲ୍ ୧୫ପର୍ଯ୍ୟନ୍ତ ପୁରୁଣା ହାରରେ କ୍ଷୀର […]

author-image
Madhupriya Mistry
ପୁଣି ମହଙ୍ଗା ମାଡ, ବଢ଼ିଲା କ୍ଷୀର ଦାମ୍‌

milk

ନୂଆଦିଲ୍ଲୀ: ହୋଲି ପର୍ବ ପରେ ପରେ ସାଧାରଣ ଖାଉଟିଙ୍କ ଉପରେ ପଡିଳା ମହଙ୍ଗା ମାଡ। Mother Dairy ଓ Amul ପରେ ଆଉ ଏକ କମ୍ପାନୀ ବଢ଼ାଇଲା କ୍ଷୀର ଦାମ। କ୍ଷୀର ଦାମ୍‌ ଲିଟର ପିଛା ୩ ଟଙ୍କାରୁ ୫ ଟଙ୍କା ଯାଏଁ ବୃଦ୍ଧି ପାଇଛି।  ଭୋଲପା କ୍ଷୀର ସଂଘ ଏହି ଦାମ୍‌ ବଢ଼ାଇଛି।

Advertisment

ମାର୍ଚ୍ଚ ୨୧ ପରଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ତେବେ ଅଗ୍ରୀମ କାର୍ଡଧାରୀମାନେ ଏପ୍ରିଲ୍ ୧୫ପର୍ଯ୍ୟନ୍ତ ପୁରୁଣା ହାରରେ କ୍ଷୀର ପାଇବେ। ଦୁଗ୍ଧ ସଂଘ ଅନୁଯାୟୀ, ଅଗ୍ରୀମ କାର୍ଡ ଗ୍ରାହକଙ୍କୁ ମାର୍ଚ୍ଚ ୨୧ରୁ ପ୍ରଯୁଜ୍ୟ ନୂତନ ହାର ଦେବାକୁ ପଡିବ ନାହିଁ ଏବଂ ଏପ୍ରିଲ୍ ୧୫ପର୍ଯ୍ୟନ୍ତ ସେମାନେ ପୁରୁଣା ମୂଲ୍ୟରେ କ୍ଷୀର ପାଇପାରିବେ। ଏହା ପରେ, ଏପ୍ରିଲ ୧୬ରୁ, ସେମାନଙ୍କୁ ନୂଆ ମୂଲ୍ୟରେ କ୍ଷୀର ଦିଆଯିବ।

୫୦୦ ଏମ୍‌ଏଲ୍‌ ଫୁଲ୍‌ କ୍ରିମ୍‌ କ୍ଷୀରର ଦାମ୍‌ ଏବେ ୨୭ ଟଙ୍କା ଥିବାବେଳେ ଏହା ସୋମବାର ଠାରୁ ୨୯ ଟଙ୍କାରେ ମିଳିବ। ସେହିପରି ଫୁଲ୍‌ କ୍ରିମ୍‌ ୧ ଲିଟର କ୍ଷୀରର ଦାମ୍‌ ଏବେ ୫୩ ଟଙ୍କା ଥିବା ବେଳେ ଏହା ସୋମବାରଠାରୁ ୫୭ ଟଙ୍କାରେ ବିକ୍ରି ହେବ। ଅନ୍ୟପଟେ ଷ୍ଟାଣ୍ଡାର୍ଡ କ୍ଷୀର ଅଧ ଲିଟରର ଦାମ୍‌ ୨୫ ଟଙ୍କା ଥିବା ବେଳେ ତାହା ୨୭ ଟଙ୍କାରେ ମିଳିବ।

Advertisment

ଟୋଣ୍ଡ କ୍ଷୀର ୫୦୦ ଏମ୍‌ଏଲ୍‌ ପ୍ୟାକେଟ୍‌ ୨୨ ଟଙ୍କା ବଦଳରେ ଏବେ ୨୪ଟଙ୍କାରେ ମିଳିବ। ଡବଲ ଟୋଣ୍ଡ କ୍ଷୀର ୫୦୦ ଏମ୍‌ଏଲ୍‌ ପ୍ୟାକେଟ୍‌ ୨୦ ଟଙ୍କାରୁ ବଢ଼ି ୨୨ ଟଙ୍କାରେ ପହଞ୍ଚିଛି। ସେହିପରି ଡବଲ ଟୋଣ୍ଡ କ୍ଷୀର ୨୦୦ML ପ୍ୟାକେଟ୍‌ର ଦାମ୍‌ ୯ ଟଙ୍କାରୁ ବଢ଼ି ୧୦ ଟଙ୍କାରେ ହୋଇଯାଇଛି।