Advertisment

ମୋଦିଙ୍କ ଶାସନରେ କମିଛି ମଧ୍ୟବିତ୍ତଙ୍କ ମୁଣ୍ଡରୁ ଟିକସ ବୋଝ

ମୋଦି ସରକାର ଲାଗୁ କରିଥିବା ଶକ୍ତିଶାଳୀ ଟିକସ ଚୋରି ନିରୋଧ ଆଇନ ଓ କଳା ଟଙ୍କା ଆଇନ ଯୋଗୁ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ରିଟର୍ଣ୍ଣ ଫାଇଲ କରିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
TAX

TAX

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ୧୦ ବର୍ଷର ଶାସନ ସମୟରେ ମଧ୍ୟବିତ୍ତଙ୍କୁ ମୁଣ୍ଡରୁ କମିଛି ଟିକସ ବୋଝ। ଯେଉଁ ବ୍ୟକ୍ତିମାନେ ବାର୍ଷିକ ୨୦ ଲକ୍ଷରୁ କମ ଟଙ୍କା ଆୟ କରନ୍ତି, ସେମାନେ ମଧ୍ୟବିତ୍ତ ବର୍ଗର ଲୋକ ଭାବେ ବିବେଚିତ ହୁଅନ୍ତି। ଏହି ବର୍ଗରେ ଥିବା ଲୋକଙ୍କ ମୁଣ୍ଡରୁ ଟିକସ ବୋଝ ମୋଦିଙ୍କ ପ୍ରଥମ ୧୦ ବର୍ଷର ଶାସନ ମଧ୍ୟରେ ହ୍ରାସ ପାଇଛି।

Advertisment

ଅନ୍ୟପଟେ ମୋଦିଙ୍କ ୧୦ ବର୍ଷର ଶାସନ ମଧ୍ୟରେ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ଟିକସ ‍ଫାଇଲ କରିବାର ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ପୂର୍ବ ତୁଳନାରେ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକମାନେ ଅଧିକ ସଂଖ୍ୟାରେ ଆୟକର ଫାଇଲ କରୁଛନ୍ତି।

ଆୟକର ଟିକସ ରିଟର୍ଣ୍ଣ(ଆଇଟିଆର) ଫାଇଲ ତଥ୍ୟ ଅନୁସାରେ, ୨୦୨୩-୨୪ରେ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୯.୩୯ ଲକ୍ଷକୁ ବୃଦ୍ଧି ପାଇଛି। ଏହା ୨୦୧୩-୧୪ ତୁଳନାରେ ୫ ଗୁଣ ଅଧିକ। ୨୦୧୩-୧୪ରେ ୧.୮୫ ଲକ୍ଷ ଲୋକ ସେମାନଙ୍କ ଆୟ ୫୦ ଲକ୍ଷରୁ ଅଧିକ ଥିବା କହିଥିଲେ।

Advertisment

ଏଥିସହ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ଆୟକର ଟିକସ ପରିମାଣ ମଧ୍ୟ ୩.୨ ଗୁଣ ଅଧିକ ରହିଛି। ୨୦୧୪ରେ ଏହା ୨.୫୨ ଲକ୍ଷ ଥିବା ବେଳେ ୨୦୨୪ରେ ଏହା ୯.୬୨ ଲକ୍ଷ କୋଟିରେ ପହଞ୍ଚିଛି।

ଗୋଟିଏ ସୂତ୍ରରେ କୁହାଯାଇଛି ଯେ ସଂଗ୍ରହ ହେଉଥିବା ମୋଟ ଟିକସ ମଧ୍ୟରୁ ୭୬% କେବଳ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ଠାରୁ ଆଦାୟ ହୋଇଛି। ଏହାଦ୍ୱାରା ମଧ୍ୟବିତ୍ତଙ୍କ ମୁଣ୍ଡ ଉପରେ ରହିଥିବା ଟିକସ ବୋଝ ଆଶାତୀତ ଭାବେ ହ୍ରାସ ପାଇଛି।

ମୋଦି ସରକାର ଲାଗୁ କରିଥିବା ଶକ୍ତିଶାଳୀ ଟିକସ ଚୋରି ନିରୋଧ ଆଇନ ଓ କଳା ଟଙ୍କା ଆଇନ ଯୋଗୁ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ରିଟର୍ଣ୍ଣ ଫାଇଲ କରିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ଏହି ସୂତ୍ରରେ ଆହୁରି କୁହାଯାଇଛି ଯେ ୨୦୧୪ରେ ବାର୍ଷିକ ୨ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କୁ ମଧ୍ୟ ଆୟକର ଟିକସ ଦେବାକୁ ପଡ଼ୁଥିଲା। ହେଲେ ମୋଦି ସରକାର ଘୋଷଣା କରିଥିବା ବିଭିନ୍ନ ପ୍ରକାରର ଆୟକର ଛାଡ଼ ଓ ହ୍ରାସ ନିଷ୍ପତ୍ତି ଯୋଗୁ ଏବେ ୭ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡ଼ୁ ନାହିଁ।

୨୦୧୪ରେ ୧୦ ଲକ୍ଷ ଟଙ୍କାରୁ କମ ଆୟ କରୁଥିବା ଲୋକଙ୍କ ଟିକସ ପରିମାଣ ମୋଟ ଆଦାୟର ୧୦.୧୭% ରହିଥିଲା। କିନ୍ତୁ ୨୦୨୪ରେ ଏହା ୬.୨୨%କୁ ଖସି ଆସିଛି।

 ୨.୫ ଲକ୍ଷରୁ ୭ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ଲୋକଙ୍କ ଆୟକର ଦେୟ ପରିମାଣ ୨୦୨୩-୨୪ରେ ପ୍ରାୟ ୪୩ ହଜାର ଟଙ୍କା ରହିଛି। ଏହା ସେମାନଙ୍କ ଆୟର ୪ରୁ ୫ ପ୍ରତିଶତ। ଏହା ଏମର୍ଜିଂ ଅର୍ଥନୀତି ମଧ୍ୟରେ ସବୁଠାରୁ କମ। ୧୦ ବର୍ଷ ମଧ୍ୟରେ ମୁଦ୍ରାସ୍ପୀତିକୁ ହିସାବକୁ ନେବା ପରେ ୧୦ରୁ ୨୦ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ଲୋକଙ୍କ ଟିକସ ହ୍ରାସ ପ୍ରାୟ ୬୦% ହୋଇଛି।

୨୦୧୩-୧୪ରେ ପ୍ରାୟ ୩.୬୦ କୋଟି ଲୋକ ଆୟକର ଫାଇଲ କରୁଥିବା ବେଳେ ୨୦୨୩-୨୪ରେ ଏହା ୭.୯୭ କୋଟିରେ ପହଞ୍ଚିଛି। ଏହାର ଅର୍ଥ ଏଥିରେ ୧୨୧ ପ୍ରତିଶତ ବୃଦ୍ଧି ହୋଇଛି।

PM Modi Income Tax Income Tax Raid