Advertisment

କମିଯିବ ଭାରତର ଅଭିବୃଦ୍ଧି ହାର !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୭.୪% ମଧ୍ୟରେ ସୀମିତ ରହିବ। କିନ୍ତୁ ୨୦୧୯ ଏବଂ ୨୦୨୦ରେ ଏହା ୭.୩%  ବା ତା’ଠାରୁ ମଧ୍ୟ ତଳକୁ ଖସିଯିବ। ସୁଧ ହାର ବୃଦ୍ଧି ସକାଶେ ଋଣ ଉପରେ ବୋଝ ବଢ଼ିବ। ଏହି କାରଣରୁ ଦେଶର ଅଭିବୃଦ୍ଧି ପ୍ରଭାବିତ ହେବ। ଆମେରିକା ଭିତ୍ତିକ ଆର୍ଥିକ ସେବା ପ୍ରତିଷ୍ଠାନ ତଥା ପ୍ରମୁଖ ରେଟିଂ ଏଜେନ୍ସି ମୁଡିସ୍‌ ଏଭଳି ଆକଳନ କରିଛି। ଗ୍ଲୋବାଲ୍ ମାକ୍ରୋ ଆଉଟ୍‌ଲୁକ୍ ୨୦୧୯-୨୦ ଶୀର୍ଷକ ରିପୋର୍ଟରେ […]

ଅକ୍ଟୋବର-ଡିସେମ୍ୱରର ଅଭିବୃଦ୍ଧି ହାର ୪.୭ ପ୍ରତିଶତ

gdp-new

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୭.୪% ମଧ୍ୟରେ ସୀମିତ ରହିବ। କିନ୍ତୁ ୨୦୧୯ ଏବଂ ୨୦୨୦ରେ ଏହା ୭.୩%  ବା ତା’ଠାରୁ ମଧ୍ୟ ତଳକୁ ଖସିଯିବ। ସୁଧ ହାର ବୃଦ୍ଧି ସକାଶେ ଋଣ ଉପରେ ବୋଝ ବଢ଼ିବ। ଏହି କାରଣରୁ ଦେଶର ଅଭିବୃଦ୍ଧି ପ୍ରଭାବିତ ହେବ। ଆମେରିକା ଭିତ୍ତିକ ଆର୍ଥିକ ସେବା ପ୍ରତିଷ୍ଠାନ ତଥା ପ୍ରମୁଖ ରେଟିଂ ଏଜେନ୍ସି ମୁଡିସ୍‌ ଏଭଳି ଆକଳନ କରିଛି।

Advertisment

ଗ୍ଲୋବାଲ୍ ମାକ୍ରୋ ଆଉଟ୍‌ଲୁକ୍ ୨୦୧୯-୨୦ ଶୀର୍ଷକ ରିପୋର୍ଟରେ ମୁଡିସ୍ ଯେଉଁ ରିପୋର୍ଟ ଦେଇଛି ସେଥିରେ ଲେଖିଛି, ୨୦୧୮ ମସିହା ଜାନୁୟାରୀରୁ ଜୁନ୍‌ ମଧ୍ୟରେ ଦେଶର ଅଭିବୃଦ୍ଧି ୭.୯% ମଧ୍ୟରେ ଥିଲା। ଏହା ବିମୁଦ୍ରାକରଣ ପରର ପ୍ରତିଫଳନ ବୋଲି କୁହାଯିବ। ମୁଡିସ୍‌ର କହିବା ଅନୁସାରେ ବର୍ତ୍ତମାନ ଭାରତର ଫାଇନାନ୍ସିଆଲ୍ କ୍ଷେତ୍ର ସବୁଠାରୁ ବଡ ରିସ୍କ୍ ମଧ୍ୟରେ ଗତି କରୁଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ମୂଲ୍ୟ ବୃଦ୍ଧି ଏବଂ ଆମେରିକୀୟ ଡଲାର ତୁଳନାରେ ମୁଦ୍ରାର ବିନିମୟ ମୂଲ୍ୟ ଦୁର୍ବଳ ଅବସ୍ଥାରେ ରହୁଥିବାରୁ ଏହା ଆଉ ଏକ ବଡ଼ ସମସ୍ୟା ବୋଲି ମୁଡିସ୍ ଦର୍ଶାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe