Advertisment

ବ୍ୟବସାୟୀଙ୍କ ଘରୁ ମିଳିଲାଣି ନଗଦ ୧୫୦ କୋଟି ଟଙ୍କା!

କାନପୁର: ଉତ୍ତର ପ୍ରଦେଶର ଜଣେ ଅତର ବ୍ୟବସାୟୀଙ୍କ ଘରୁ ନଗଦ ୧୫୦ କୋଟି ଟଙ୍କାରୁ ଅଧିକ ବାହାର କଲେଣି ଜିଏସଟି ଓ ଆୟକର ଅଧିକାରୀମାନେ। ପୀୟୂଷ ଜୈନ ନାମକ ଏହି ବ୍ୟବସାୟୀ କୋଟିକୋଟି ଟଙ୍କାର ଜିଏସଟି ବା ସାମଗ୍ରୀ ଓ ସେବା କର ଫାଙ୍କିଥିବା ଅଭିଯୋଗ ଥିଲା। ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ତାଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଛନ୍ତି ଜିଏସଟି ଅଫିସର ଦଳ। ସେଥିରେ ସେମାନଙ୍କୁ ସହାୟତା କରିଛନ୍ତି ଆୟକର ବିଭାଗର […]

ଅଦ୍ୟତନ ହୋଇଛି
ବ୍ୟବସାୟୀଙ୍କ ଘରୁ ମିଳିଲାଣି ନଗଦ ୧୫୦ କୋଟି ଟଙ୍କା!

Money

Advertisment

କାନପୁର: ଉତ୍ତର ପ୍ରଦେଶର ଜଣେ ଅତର ବ୍ୟବସାୟୀଙ୍କ ଘରୁ ନଗଦ ୧୫୦ କୋଟି ଟଙ୍କାରୁ ଅଧିକ ବାହାର କଲେଣି ଜିଏସଟି ଓ ଆୟକର ଅଧିକାରୀମାନେ। ପୀୟୂଷ ଜୈନ ନାମକ ଏହି ବ୍ୟବସାୟୀ କୋଟିକୋଟି ଟଙ୍କାର ଜିଏସଟି ବା ସାମଗ୍ରୀ ଓ ସେବା କର ଫାଙ୍କିଥିବା ଅଭିଯୋଗ ଥିଲା। ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ତାଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଛନ୍ତି ଜିଏସଟି ଅଫିସର ଦଳ। ସେଥିରେ ସେମାନଙ୍କୁ ସହାୟତା କରିଛନ୍ତି ଆୟକର ବିଭାଗର ଏକ ଦଳ। ଶୁକ୍ରବାର ସକାଳ ସୁଦ୍ଧା ତାଙ୍କ ଘରୁ ୧୫୦ କୋଟି ଟଙ୍କା ମିଳିସାରିଥିବା ଜଣାପଡ଼ିଛି। ଅଫିସର ଓ କର୍ମଚାରୀମାନଙ୍କର ଟଙ୍କା ଗଣିବା ସରି ନାହିଁ। ତେଣୁ ଆହୁରି ଅଧିକ ନଗଦ ଟଙ୍କା ମିଳିବାର ସମ୍ଭାବନା ଅଛି।

Advertisment

ଅତର ବ୍ୟବସାୟୀ ଜୈନଙ୍କ ଘରେ ଟଙ୍କା ଗଣତିର ଦୁଇଟି ଫଟୋ ସାର୍ବଜନୀନ ହୋଇଛି। ଆୟକର ଓ ଜିଏସଟି ବିଭାଗୀୟ ଅଧିକାରୀମାନେ ଏହା ପଦାକୁ ଛାଡ଼ିଛନ୍ତି। ଗୋଟିଏ ଫଟୋରେ ଜୈନଙ୍କ ଘରେ ଥିବା ଏକ ପୋଷାକ ଆଲ୍‌ମୀରାହ୍‌ରେ ପାହାଡ଼ ପ୍ରମାଣେ ନୋଟ୍‌ ରହିଥିବା ଦେଖାଯାଉଛି। ଏହି ନୋଟ୍‌ ସବୁ ପ୍ଲାଷ୍ଟିକ୍‌ ଖୋଳରେ ଗୁଡ଼ାଯାଇ ତା’ ଉପରେ ହଳଦିଆ ଟେପ୍‌ ମରାଯାଇଥିବା ଦେଖାଯାଉଛି। ଆଉ ଗୋଟିଏ ଫଟୋରେ ଦେଖାଯାଉଛି ଯେ ଚଟାଣରେ ବିଛା ଯାଇଥିବା ଏକ ଫୁଲଚିତ୍ରିତ ବେଡ଼୍‌ସିଟ୍‌ ଉପରେ ଆୟକର ଓ ଜିଏସଟି ଅଧିକାରୀମାନେ ବସିଛନ୍ତି ଓ ପାଖରେ ଟଙ୍କା ବିଡ଼ାସବୁ ଥୁଆ ହୋଇଛି। ଏସବୁ ଗଣିବା ପାଇଁ ତିନିଟି ଟଙ୍କା ଗଣିବା ମେସିନ୍‌ ମଧ୍ୟ ଅଛି। ଦୁଇଟି ଯାକ ଫଟୋରେ ବଡ଼ ବଡ଼ ୬୦ ବିଡ଼ା ଟଙ୍କା ଥିବା ଜଣାପଡ଼ୁଛି।

ଶୁକ୍ରବାର ସକାଳ ସୁଦ୍ଧା ଏସବୁ ଟଙ୍କା ଗଣତି ସରି ନାହିଁ। ଗଣା ସରିଥିବା ଟଙ୍କାର ମୂଲ୍ୟ ହେଉଛି ୧୫୦ କୋଟି।

Advertisment

ଜିଏସ୍‌ଟି ବିଭାଗର ସୂଚନା ଅନୁଯାୟୀ ଜୈନଙ୍କ ବ୍ୟାବସାୟିକ ପରିସରରୁ ଚାରିଟି ଟ୍ରକ ଜବତ କରାଯାଇଛି। ଏହି ଟ୍ରକରେ ବିନା ଇ-ୱେବିଲ୍‌ରେ ପ୍ରତ୍ୟେକ ୫୦ ହଜାର ଟଙ୍କା କରି ପ୍ରାୟ ୨୦୦ ଚାଲାଣ ରସିଦରେ ମାଲ୍‌ ଭର୍ତ୍ତି ଥିଲା। ଏସବୁ ଜାଲାଣ ଜାଲ୍ ବୋଲି ଜଣାପଡ଼ିଛି। ଜାଲ୍‌ ସଂସ୍ଥା ନାଁରେ ଇନ୍‌ଭଏସ୍‌ କଟାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବର ବିକ୍ରିକର ବ୍ୟବସ୍ଥାକୁ ରଦ୍ଦ କରି କେନ୍ଦ୍ର ସରକାର ଜିଏସଟି ପ୍ରଚଳନ କରିଥିଲେ। ସେତେବେଳେ କୁହାଯାଉଥିଲା ଯେ ଏହି ବ୍ୟବସ୍ଥା ଫଳରେ ଦେଶରେ ଆଉ କେହି ବିକ୍ରି କର ଫାଙ୍କି ପାରିବେ ନାହିଁ। ଏହା ସରଳ ବ୍ୟବସ୍ଥା ହୋଇଥିବାରୁ ବିକ୍ରି କର ପ୍ରଦାନରେ ସ୍ୱଚ୍ଛତା ରହିବ। କିନ୍ତୁ ଏହି ବ୍ୟବସ୍ଥା ପ୍ରଚଳିତ ହେବା ପରେ ସମଗ୍ର ଦେଶରେ ହଜାର ହଜାର କୋଟ ଟଙ୍କାର ଜିଏସିଟି ଦୁର୍ନୀତି ପଦାକୁ ଆସିବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe