Advertisment

ମସଜିଦ କମିଟିକୁ ଝଟକା: ଜ୍ଞାନବ୍ୟାପୀ ମାମଲା କୋର୍ଟରେ ଚାଲିବ

ଲକ୍ଷ୍ମୀ ଦେବୀ, ରେଖା ପାଠକ, ସୀତା ସାହୁ ଓ ମଞ୍ଜୁ ବ୍ୟାସ ମିଳିତ ଭାବେ ଶ୍ରୀଙ୍ଗର ଗୌରୀ ଓ ଅନ୍ୟ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ଦାବି କରି ୨୦୨୧ ଅଗଷ୍ଟ ମାସରେ ଆବେଦନ କରିଥିଲେ। ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ମସଜିଦ କମ୍ପ୍ଲେକ୍ସରେ ରହିଥିବା ସେମାନେ କହିଥିଲେ।

author-image
Hemant Lenka
Gyanvapi Case

Gyanvapi Case

ଉତ୍ତର ପ୍ରଦେଶର ବାରାଣସୀ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲିମ ପକ୍ଷଙ୍କୁ ବଡ଼ ଝଟକା ଲାଗିଛି। ଆହ୍ଲାବାଦ ହାଇକୋର୍ଟ ମସଜିଦ କମିଟିର ଗୋଟିଏ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଜ୍ଞାନବ୍ୟାପୀ ସହ ଜଡ଼ିତ ଗୋଟିଏ ସିଭିଲ ସୁଟ ବା ଆବେଦନ ସ୍ଥାନୀୟ କୋର୍ଟରେ ପୂର୍ବ ଭଳି ଶୁଣାଣି କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସ ଭିତରେ ପୂଜାର୍ଚ୍ଚନା କରିବା ପାଇଁ କିଛି ହିନ୍ଦୁ ମହିଳା ଦାବି କରି ବାରାଣସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣିକୁ ମସଜିଦ କମିଟି ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ ଆହ୍ଲାବାଦ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

ଲକ୍ଷ୍ମୀ ଦେବୀ, ରେଖା ପାଠକ, ସୀତା ସାହୁ ଓ ମଞ୍ଜୁ ବ୍ୟାସ ମିଳିତ ଭାବେ ଶ୍ରୀଙ୍ଗର ଗୌରୀ ଓ ଅନ୍ୟ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ଦାବି କରି ୨୦୨୧ ଅଗଷ୍ଟ ମାସରେ ଆବେଦନ କରିଥିଲେ। ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ମସଜିଦ କମ୍ପ୍ଲେକ୍ସରେ ରହିଥିବା ସେମାନେ କହିଥିଲେ।

Advertisment

ଏହାକୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ(ଏଆଇଏମ) କମିଟି ଓ ଉତ୍ତର ପ୍ରଦେଶ ସୁନ୍ନି ୱାକଫ ବୋର୍ଡ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ପୂଜାପାଠର ସ୍ଥାନ ଆଇନ ୧୯୯୧ ଓ ସେଣ୍ଟ୍ରାଲ ୱାକଫ ଆକ୍ଟ ୧୯୯୫ ଅନୁଯାୟୀ ଶୁଣାଣି ସମ୍ଭବ ନୁହେଁ ବୋଲି ସେମାନେ କହିଥିଲେ। ପ୍ରଥମେ ମସଜିଦ କମିଟି ବାରାଣସୀ ଜିଲ୍ଲା ଜଜ୍‌ରେ ଆବେଦନ କରିଥିଲେ। ସେଠାରେ ମଧ୍ୟ କମିଟିର ଆବେଦନ ଅଗ୍ରାହ୍ୟ ହୋଇଥିଲା।

ଆହ୍ଲାବାଦ ହାଇକୋର୍ଟ ଦୁଇ ପକ୍ଷରୁ ଯୁକ୍ତି ଶୁଣିବା ପରେ ୨୦୨୨ ଡିସେମ୍ବର ୨୩ରେ ରାୟ ସଂରକ୍ଷିତ ରଖିଥିଲେ। ଏବେ କୋର୍ଟ ମୁସଲିମ ପକ୍ଷର ଆବେଦନକୁ ଖାରଜ କରିଦେଇଛନ୍ତି।

Uttar Pradesh Gyanvapi Masjid