Advertisment

ଏଣିକି ମହଙ୍ଗା ହେବ ଗାଡ଼ି ଇନ୍‌ସ୍ୟୁରାନ୍ସ, ଜାଣନ୍ତୁ କେଉଁ ଗାଡି ପାଇଁ କେତେ ଟଙ୍କା ଦେବେ

ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ। ଗାଡି ଚାଳକଙ୍କୁ ଝଟ୍‌କା। ଏଣିକି ମହଙ୍ଗା ହେବ ଗାଡି ଇନ୍‌ସ୍ୟୁରାନ୍ସ। କାର୍‌ ଚାଳକଙ୍କ ବଢ଼ିବ ଖର୍ଚ୍ଚ। ଜୁନ୍‌ ପହିଲାରୁ ଗାଡି ଇନ୍‌ସ୍ୟୁରାନ୍ସ ମହଙ୍ଗା ହେବ। ଥାର୍ଡ ପାର୍ଟି ମୋଟର ଭେଇକିଲ ଇନସ୍ୟୁରାନ୍ସର ପ୍ରିମିୟମ୍ ରେଟ୍ ବଢାଇ ଦିଆଯାଇଛି । ଏବେ ଗାଡିର ଇଞ୍ଜିନ ଅନୁସାରେ ଚାଳକଙ୍କୁ ଟଙ୍କା ଦେବାକୁ ପଡିବ ବୋଲି କେନ୍ଦ୍ର ସରକାର ବିଜ୍ଞାପ୍ତି ଜାରି କରିଛନ୍ତି। ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଯାନବାହାନ ଇନ୍ୟୁରାନ୍ସର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଏଣିକି ମହଙ୍ଗା ହେବ ଗାଡ଼ି ଇନ୍‌ସ୍ୟୁରାନ୍ସ, ଜାଣନ୍ତୁ କେଉଁ ଗାଡି ପାଇଁ କେତେ ଟଙ୍କା ଦେବେ

third-party-insurance

ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ। ଗାଡି ଚାଳକଙ୍କୁ ଝଟ୍‌କା। ଏଣିକି ମହଙ୍ଗା ହେବ ଗାଡି ଇନ୍‌ସ୍ୟୁରାନ୍ସ। କାର୍‌ ଚାଳକଙ୍କ ବଢ଼ିବ ଖର୍ଚ୍ଚ। ଜୁନ୍‌ ପହିଲାରୁ ଗାଡି ଇନ୍‌ସ୍ୟୁରାନ୍ସ ମହଙ୍ଗା ହେବ। ଥାର୍ଡ ପାର୍ଟି ମୋଟର ଭେଇକିଲ ଇନସ୍ୟୁରାନ୍ସର ପ୍ରିମିୟମ୍ ରେଟ୍ ବଢାଇ ଦିଆଯାଇଛି । ଏବେ ଗାଡିର ଇଞ୍ଜିନ ଅନୁସାରେ ଚାଳକଙ୍କୁ ଟଙ୍କା ଦେବାକୁ ପଡିବ ବୋଲି କେନ୍ଦ୍ର ସରକାର ବିଜ୍ଞାପ୍ତି ଜାରି କରିଛନ୍ତି।

Advertisment

ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଯାନବାହାନ ଇନ୍ୟୁରାନ୍ସର ପ୍ରିମିୟମରେ ଗତ ୨୦୧୯-୨୦ ପାଇଁ ପରିବର୍ତ୍ତନ କରାଯାଇଥିଲା । କୋଭିଡ -୧୯ ମହାମାରୀ ମଧ୍ୟରେ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏବେ ଅଲଗା ଅଲଗା ଇଞ୍ଜିନ କାପାସିଟି ପାଇଁ ଥାର୍ଡ ପାର୍ଟି ବିମା ଦର ବୃଦ୍ଧି ପାଇବ। ଏହି ପରିବର୍ତ୍ତିତ ନୂଆ ପ୍ରିମିୟମ ଦର ଜୁନ ୧ ତାରିଖରୁ ଲାଗୁ ହେବ।

କାର୍‌ ପାଇଁ ବର୍ଦ୍ଧିତ ହୋଇଥିବା ଦର:

ମନ୍ତ୍ରାଳୟ ଅନୁସାରେ ୧୦୦୦ ସିସିରୁ କମ୍‌ କ୍ଷମତା ଥିବା ଇଞ୍ଜିନ୍‌ର ଗାଡି ପାଇଁ ଥାର୍ଡ ପାର୍ଟି ବିମାର ପ୍ରିମିୟମ ୨,୦୯୪ ଟଙ୍କା ଧାର୍ଯ୍ୟ କରାଯାଇଛି। ୨୦୧୯-୨୦ରେ ଏହି ଟଙ୍କା ୨,୦୭୨ ଥିଲା। ସେହିପରି ୧୫୦୦ ସିସି ଇଞ୍ଜିନ ଗାଡି ପାଇଁ ଇନସ୍ୟୁରାନ୍ସ ଦର ୩,୨୨୧ରୁ ୩,୪୧୬ ଟଙ୍କା ବଢିବ । ୧୫୦୦ ସିସି ରୁ ଉପରକୁ ଥିବା ଇଞ୍ଜିନ କ୍ଷମତା ସମ୍ପନ୍ନ ଗାଡିର ପ୍ରିମିୟମ ସାମାନ୍ୟ ବଢିଥିବା କୁହାଯାଇଛି। ଦୁଇ ବର୍ଷ ମଧ୍ୟରେ ଏହା ୭,୮୯୦ରୁ ବୃଦ୍ଧି ପାଇଁ ୭,୮୯୭ଟଙ୍କାରେ ପହଞ୍ଚିଛି।

Advertisment

ଦୁଇ ଚକିଆ ଯାନ ପାଇଁ ବର୍ଦ୍ଧିତ ଦର:

ସେହିପରି ଦୁଇଚକିଆ ଗାଡି ଗୁଡିକର ଇନସ୍ୟୁରାନ୍ସ ଦରରେ ମଧ୍ୟ ବୃଦ୍ଧି କରାଯାଇଛି। ଜୁନ୍ ପହିଲାରୁ ୧୫୦ ସିସି ରୁ ୩୫୦ ସିସି ବାଇକ୍ ଗୁଡିକର ପ୍ରିମିୟମ୍ ୧୩୬୬ ଟଙ୍କା ହେବ । ସେହିପରି ୩୫୦ ସିସିରୁ ଅଧିକ କ୍ଷମତା ସମ୍ପନ୍ନ ବାଇକ୍ ଉପରେ ଚାଳକଙ୍କୁ ୨୮୦୪ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

୩ ବର୍ଷୀୟା କାର୍‌ ଇନ୍‌ସ୍ୟୁରାନ୍ସ:

୧୦୦୦ ସିସି ଯୁକ୍ କାର୍‌ ପାଇଁ ତିନି ବର୍ଷୀୟା ପ୍ରିମିଅମ ଇନସ୍ୟୁରାନ୍ସ ପାଇଁ ଏବେ ଚାଳକଙ୍କୁ ୬,୫୨୧ ଟଙ୍କା ଦେବାକୁ ପଡିବ। ୧୫୦୦ ସିସି କାର୍‌ ପାଇଁ ୧୦,୬୪୦ ଟଙ୍କା, ୧୫୦୦ ସିସିରୁ ଅଧିକ କ୍ଷମତା ଯୁକ୍ତ କାର୍‌ ଲାଗି ବର୍ତ୍ତମାନ ତିନି ବର୍ଷ ପାଇଁ ସର୍ବନିମ୍ନ ୨୪,୫୯୬ ଟଙ୍କା ପ୍ରିମିୟମ ଦେବାକୁ ପଡିବ।

୫ ବର୍ଷୀୟା ବାଇକ୍‌ ଇନ୍‌ସ୍ୟୁରାନ୍ସ:

ସେହିପରି ଦୁଇ ଚକିଆ ବାହାନ ତଥା ବାଇକ୍‌ ପାଇଁ ୫ ବର୍ଷୀୟା ପ୍ରିମିଅମ ପାଇଁ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ୭୫ ସିସି ଯୁକ୍ତ ବାଇକ୍‌ ପାଇଁ ପାଞ୍ଚ ବର୍ଷିୟା ସିଙ୍ଗିଲ ପ୍ରିମିୟମ ଲାଗି ୨,୯୦୧ ଟଙ୍କା, ୧୫୦ ସିସି ପାଇଁ ୩,୮୫୧ ଟଙ୍କା, ୩୫୦ ସିସି ପାଇଁ ୭,୩୬୫ ଓ ୩୫୦ରୁ ଉର୍ଦ୍ଧ୍ୱ ସିସି ପାଇଁ ୧୫,୧୧୭ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।