Advertisment

ଆସିଲା ‘ମୋଟୋ E6’, ୨ଟି ରଙ୍ଗରେ ମିଳୁଛି

ନୂଆଦିଲ୍ଲୀ: ଜଣାଶୁଣା ମୋବାଇଲ୍‌ ହ୍ୟାଣ୍ଡ୍‌ସେଟ୍‌ ନିର୍ମାଣକାରୀ କମ୍ପାନୀ ମୋଟୋରୋଲା ଶୁକ୍ରବାର ତା’ର ଆଉ ଏକ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି। ଆମେରିକାରେ ଏହା ଲଞ୍ଚ୍‌ ହୋଇଥିବା ବେଳେ ଏହି ମଡେଲ୍‌ର ନାମ ରହିଛି ‘ମୋଟୋ ଇ୬’। ଆମେରିକାରେ ଏବେ ଏହାର ବିକ୍ରି ଆରମ୍ଭ ହୋଇଥିବା ବେଳେ ଏହାର ଦାମ୍‌ ୧୪୯.୯୯ ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୦ ହଜାର ଟଙ୍କାରୁ ଆରମ୍ଭ ହେଉଛି। ଏହି ସ୍ମାର୍ଟଫୋନ୍‌ର ଡିଜାଇନ୍‌ର ସାମଞ୍ଜସ୍ୟ ଏହାର ପୁରୁଣା ମଡେଲ୍‌ ‘ମୋଟୋ ଇ୫’ ସହ ରହିଛି। […]

ଅଦ୍ୟତନ ହୋଇଛି
ଆସିଲା ‘ମୋଟୋ E6’, ୨ଟି ରଙ୍ଗରେ ମିଳୁଛି

Motorola-Moto-E6-Specs

Advertisment

ନୂଆଦିଲ୍ଲୀ: ଜଣାଶୁଣା ମୋବାଇଲ୍‌ ହ୍ୟାଣ୍ଡ୍‌ସେଟ୍‌ ନିର୍ମାଣକାରୀ କମ୍ପାନୀ ମୋଟୋରୋଲା ଶୁକ୍ରବାର ତା’ର ଆଉ ଏକ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି। ଆମେରିକାରେ ଏହା ଲଞ୍ଚ୍‌ ହୋଇଥିବା ବେଳେ ଏହି ମଡେଲ୍‌ର ନାମ ରହିଛି ‘ମୋଟୋ ଇ୬’। ଆମେରିକାରେ ଏବେ ଏହାର ବିକ୍ରି ଆରମ୍ଭ ହୋଇଥିବା ବେଳେ ଏହାର ଦାମ୍‌ ୧୪୯.୯୯ ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୦ ହଜାର ଟଙ୍କାରୁ ଆରମ୍ଭ ହେଉଛି।

Advertisment

ଏହି ସ୍ମାର୍ଟଫୋନ୍‌ର ଡିଜାଇନ୍‌ର ସାମଞ୍ଜସ୍ୟ ଏହାର ପୁରୁଣା ମଡେଲ୍‌ ‘ମୋଟୋ ଇ୫’ ସହ ରହିଛି। ଏହି ସ୍ମାର୍ଟଫୋନ୍‌ରେ ୫.୫ ଇଞ୍ଚ୍‌ ବିଶିଷ୍ଟ ଏଚ୍‌ଡିପ୍ଲସ୍‌ ୧୮:୯ ଡିସ୍‌ପ୍ଲେ ରହିଥିବା ବେଳେ ଉପର ଓ ତଳେ ପତଳା ବେଜେଲ୍‌ ରହିଛି। ଏହାର ନିମ୍ନ ବେଜେଲ୍‌ରେ ‘ମୋଟୋରୋଲା’ ଲେଖାଯାଇଥିବା ବେଳେ ପଛ ପଟରେ କଂପାନୀର ଲୋଗୋ ରହିଛି।

publive-imageଏହି ସ୍ମାର୍ଟଫୋନ୍‌ରେ କ୍ୱାଲ୍‌କମ୍‌ ସ୍ନାପ ଡ୍ରାଗନ୍‌ ୪୩୫ ଅକ୍ଟା-କୋର୍‌ ପ୍ରୋସେସର୍‌ ଦିଆଯାଇଛି। ଏଥିରେ ୨ଜିବି ରାମ୍‌ ଓ ୧୬ ଜିବି ଇନ୍‌-ବିଲ୍‌ଟ ଷ୍ଟୋରେଜ୍‌ ରହିଥିବା ବେଳେ ଏହାକୁ ମାଇକ୍ରୋ ଏସ୍‌ଡି ମାଧ୍ୟମରେ ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ। ‘ମୋଟୋ ଇ୬’ ଦୁଇଟି ନୀଳ ଓ କଳା ରଙ୍ଗରେ ଉପଲବ୍ଧ ହେଉଛି। ତେବେ ବିଶ୍ୱ ବଜାରରେ ଏହି ସ୍ମାର୍ଟଫୋନ୍‌ କେବେ ଲଞ୍ଚ୍‌ ହେବ, ସେନେଇ କମ୍ପାନୀ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ଦିଆଯାଇନାହିଁ।

Advertisment

ଫଟୋଗ୍ରାଫି ପାଇଁ ଏଥିରେ ୧୩ ମେଗାପିକ୍ସେଲ୍‌ ବିଶିଷ୍ଟ ରିଅର୍‌ କ୍ୟାମେରା ରହିଛି। ଏଥିରେ ଏଫ୍/୨.୦ ଆପେର୍ଚର୍‌ ଉପଲବ୍ଧ ରହିଛି। ସେହିପରି ସେଲ୍‌ଫି ପାଇଁ ଏଥିରେ ୫ ମେଗାପିକ୍ସେଲ୍‌ କ୍ୟାମେରା ରହିଛି। ଏହି ହ୍ୟାଣ୍ଡ୍‌ସେଟ୍‌ କ୍ୟାମେରାରେ ପୋଟ୍ରେଟ୍‌ ମୋଡ୍‌ ଓ ସ୍ପଟ୍‌ କଲର୍‌ ପରି ସ୍ୱତନ୍ତ୍ର ଫିଚର୍‌ ରହିଛି। ସେଲ୍‌ଫିରେ ବି ପୋଟ୍ରେଟ୍‌ ମୋଡ୍‌ର ଉପଯୋଗ କରାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଥିରେ ୩୦୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ରହିଥିବା ବେଳେ ଏହା ଆଣ୍ଡ୍ରଏଡ୍‌ ପାଏ ମାଧ୍ୟମରେ ପରିଚାଳିତ ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe