Advertisment

ଲଞ୍ଚ୍‌ ହେଲା Moto G8 Plus

ନୂଆଦିଲ୍ଲୀ: ମିଡ୍‌ ରେଞ୍ଜ୍‌ ଜି-ସିରିଜ୍‌କୁ ଆଗକୁ ନେବା ପାଇଁ ମୋଟୋରୋଲା ତାର ନୂଆ ସ୍ମାର୍ଟଫୋନ୍‌ Moto G8 Plusକୁ ଭାରତରେ ଲଞ୍ଚ୍‌ କରିଛି। ଜି ସିରିଜ୍‌ର ଏହି ସ୍ମାର୍ଟଫୋନ୍‌କୁ ଗ୍ରାହକ ଅକ୍ଚୋବର ଶେଷରେ ଅନ୍‌ଲାଇନ୍ ସାଇଟ୍‌ ଫ୍ଲିପ୍‌କାର୍ଟରୁ ପାଇପାରିବେ। ଫ୍ଲିପ୍‌କାର୍ଟର ଗ୍ରାହକଙ୍କ ପାଇଁ କ୍ୟାଶ୍‌ ବ୍ୟାକ୍‌ ଅଫର୍‌ ରହିଛି। ଫୋନ୍‌ର ମୂଲ୍ୟ ୧୩,୯୯୯ଟଙ୍କା ରହିଛି। ଏହି ସ୍ମାର୍ଟଫୋନ୍‌କୁ କେବଳ ୪ ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ ଥିବା ସିଙ୍ଗଲ୍‌ ଭ୍ୟାରିୟାଣ୍ଟରେ  ଲଞ୍ଚ୍‌ କରାଯାଇଛି। କସ୍ମିମ୍‌ […]

author-image
Puspanjali Panda
ଲଞ୍ଚ୍‌ ହେଲା Moto G8 Plus

moto-g

ନୂଆଦିଲ୍ଲୀ: ମିଡ୍‌ ରେଞ୍ଜ୍‌ ଜି-ସିରିଜ୍‌କୁ ଆଗକୁ ନେବା ପାଇଁ ମୋଟୋରୋଲା ତାର ନୂଆ ସ୍ମାର୍ଟଫୋନ୍‌ Moto G8 Plusକୁ ଭାରତରେ ଲଞ୍ଚ୍‌ କରିଛି। ଜି ସିରିଜ୍‌ର ଏହି ସ୍ମାର୍ଟଫୋନ୍‌କୁ ଗ୍ରାହକ ଅକ୍ଚୋବର ଶେଷରେ ଅନ୍‌ଲାଇନ୍ ସାଇଟ୍‌ ଫ୍ଲିପ୍‌କାର୍ଟରୁ ପାଇପାରିବେ। ଫ୍ଲିପ୍‌କାର୍ଟର ଗ୍ରାହକଙ୍କ ପାଇଁ କ୍ୟାଶ୍‌ ବ୍ୟାକ୍‌ ଅଫର୍‌ ରହିଛି।

Advertisment

ଫୋନ୍‌ର ମୂଲ୍ୟ ୧୩,୯୯୯ଟଙ୍କା ରହିଛି। ଏହି ସ୍ମାର୍ଟଫୋନ୍‌କୁ କେବଳ ୪ ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ ଥିବା ସିଙ୍ଗଲ୍‌ ଭ୍ୟାରିୟାଣ୍ଟରେ  ଲଞ୍ଚ୍‌ କରାଯାଇଛି। କସ୍ମିମ୍‌ ବ୍ଲୁ ଓ କ୍ରିଷ୍ଟାଲ୍‌ ପିଙ୍କ କଲର୍‌ରେ ଏହା ଉପଲବ୍ଧ ହେଉଛି।

Moto G8 Plusରେ ରହିଛି ଏହିସବୁ ଫିଚର୍‌

- ଡୁଆଲ୍‌ ସପୋର୍ଟ ନାନୋ ସିମ୍‌ ସୁବିଧା
- ୬.୩ ଇଞ୍ଚର ଫୁଲ୍‌ ଏଚ୍‌ଡି ଗ୍ଲାସ୍‌
- IPS LCD ଡିସ୍‌ପ୍ଲେ
- Adreno 610 GPU ଓ 4GB LPDDR4 ରାମ୍‌ ସହିତ 2.0GHz ଅକ୍ଟାକୋର୍‌ କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ପ୍ରୋସେସର୍‌
- ଏହାର ପଛରେ ୪୮, ୧୬ ଓ ୫ ମେଗାପିକ୍ସେଲ୍‌ର ତିନୋଟି କ୍ୟାମେରା ସେଟଅପ୍‌ ରହିଛି
- ଏହା ସହିତ କ୍ୟାମେରାରେ ଗ୍ରାହକଙ୍କ ପାଇଁ ଡେଡିକେଟେଟ୍‌ ନାଇଟ୍‌ମୋଡ୍‌ ଦିଆଯାଇଛି
- ଇଣ୍ଟରନାଲ୍‌ ମେମୋରୀ ୬୪ ଜିବି। ମେମୋରୀ କାର୍ଡ ଜରିଆରେ ଆପଣ ଏହାକୁ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ
- ୪୦୦୦ଏମ୍‌ଏଏଚ୍‌ର ବ୍ୟାଟେରୀ କ୍ଷମତା ରହିଛି
- ଏଥିରେ ୧୫ ୱାଟ୍‌ ଟର୍ବୋପାୱାର୍‌ର ଚାର୍ଜର ମଧ୍ୟ ଦିଆଯାଇଛି

Advertisment