Advertisment

ମୋଟୋରୋଲା ଲଞ୍ଚ୍ କଲା ନିଜର ପ୍ରଥମ ପପ୍‌-ଅପ୍‌ କ୍ୟାମେରା ଫୋନ୍

ନୂଆଦିଲ୍ଲୀ: ମୋଟୋରୋଲା ତା’ର ପ୍ରଥମ ପପ୍‌-ଅପ୍‌ କ୍ୟାମେରା ଫୋନ୍‌ ଲଞ୍ଚ୍‌ କରିଦେଇଛି। ଏହି ଫୋନ୍‌ର ନାଁ ହେଉଛି One Hyper। ଏହାକୁ ଆଣ୍ଟ୍ରଏଡ୍‌ ୧୦ ସହ ଲଞ୍ଚ୍‌ କରାଯାଇଛି। ଏଥିରେ ସ୍ୟାମସଙ୍ଗ 64MP ISOCELL ବ୍ରାଇଟ୍ GW1 ସେନ୍‌ସର୍‌ ସାମିଲ୍‌ ଅଛି। Motorola One Hyperର ମୂଲ୍ୟ $400 (ପାଖାପାଖି ୨୮ ହଜାର ୬୦୦)ଟଙ୍କା ରଖାଯାଇଛି। ଗ୍ରାହକ ଏହାକୁ ଡିପ୍‌ ସି ବ୍ଲୁ, ଡାର୍କ ଅମ୍ବର ଓ ଫ୍ରେଶ୍ ଅର୍କିଡ୍‌ କଲର୍‌ ଅପଶନ୍‌ରେ ମିଳିବ। ଏହି ଫୋନ୍‌ଟିର […]

author-image
Chinmayee Roy
ଅଦ୍ୟତନ ହୋଇଛି
ମୋଟୋରୋଲା ଲଞ୍ଚ୍ କଲା ନିଜର ପ୍ରଥମ ପପ୍‌-ଅପ୍‌ କ୍ୟାମେରା ଫୋନ୍

mobile

ନୂଆଦିଲ୍ଲୀ: ମୋଟୋରୋଲା ତା’ର ପ୍ରଥମ ପପ୍‌-ଅପ୍‌ କ୍ୟାମେରା ଫୋନ୍‌ ଲଞ୍ଚ୍‌ କରିଦେଇଛି। ଏହି ଫୋନ୍‌ର ନାଁ ହେଉଛି One Hyper। ଏହାକୁ ଆଣ୍ଟ୍ରଏଡ୍‌ ୧୦ ସହ ଲଞ୍ଚ୍‌ କରାଯାଇଛି। ଏଥିରେ ସ୍ୟାମସଙ୍ଗ 64MP ISOCELL ବ୍ରାଇଟ୍ GW1 ସେନ୍‌ସର୍‌ ସାମିଲ୍‌ ଅଛି।

Advertisment

Motorola One Hyperର ମୂଲ୍ୟ $400 (ପାଖାପାଖି ୨୮ ହଜାର ୬୦୦)ଟଙ୍କା ରଖାଯାଇଛି। ଗ୍ରାହକ ଏହାକୁ ଡିପ୍‌ ସି ବ୍ଲୁ, ଡାର୍କ ଅମ୍ବର ଓ ଫ୍ରେଶ୍ ଅର୍କିଡ୍‌ କଲର୍‌ ଅପଶନ୍‌ରେ ମିଳିବ। ଏହି ଫୋନ୍‌ଟିର ସେଲ୍‌ ବର୍ତ୍ତମାନ ୟୁରୋପ ଓ ଲାଟିନ ଆମେରିକାର କିଛି ସ୍ଥାନରେ ଆରମ୍ଭ କରିଦିଆଯାଇଛି। ତେବେ ଭାରତରେ ଏହା କେବେ ଲଞ୍ଚ୍‌ ହେବ ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନାହିଁ। କିନ୍ତୁ ଏହା ଶୀଘ୍ର ଲଞ୍ଚ୍‌ ହେବ ବୋଲି ଆଶା କରାଯାଉଛି।

publive-imageMotorola One Hyperର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬.୫୦ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2340 ପିକ୍ସେଲ୍ନ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ ୧୦
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍ 675
  • ରାମ୍: 4GB
  • ଷ୍ଟୋରେଜ୍: 128GB
  • ରିୟର କ୍ୟାମେରା: 64 MP + 8MP ପପ୍‌ ଅପ୍‌ କ୍ୟାମେରା
  • ଫ୍ରଣ୍ଟ୍‌ କ୍ୟାମେରା: 32 MP ପପ୍‌ ଅପ୍‌ କ୍ୟାମେରା
  • ବ୍ୟାଟେରୀ: 4000mAh ୱିଥ୍ 45 ୱାଟ୍ ଚାର୍ଜିଂ ସପୋର୍ଟ
Advertisment

କମ୍ପାନୀର ସୂଚନା ମୁତାବକ ଥରେ ଚାର୍ଜ କଲେ ଫୋନ୍‌ଟି ୩୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଏହା ବ୍ୟତୀତ ଏହି ଫୋନ୍‌ର ଉଭୟ ଫ୍ରଣ୍ଟ ଓ ରିୟର୍‌ରେ ନାଇଟ୍-ଭିଜନ୍‌ ମୋଡ୍‌ ଦିଆଯାଇଛି ଓ ସିକ୍ୟୁରିଟି ପାଇଁ ରିୟର୍‌ରେ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି।