Advertisment

ନାଲକୋର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ଏନ.ଆର ମହାନ୍ତି

ଭୁବନେଶ୍ୱର: ଏନ.ଆର ମହାନ୍ତିଙ୍କୁ ନାଲକୋର ସିଏମଡି (ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ) ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଏବେ ଏହି ନବରତ୍ନ କଂପାନୀର ପ୍ରୋଜେକ୍ଟ ଓ ଟେକନିକାଲ ବିଭାଗର ନିର୍ଦେଶକ ଅଛନ୍ତି। ସିଏମଡି ଅଂଶୁମାନ ଦାସ ଅବସର ଗ୍ରହଣ କରିଥିବା ଯୋଗୁ ଏନ.ଆର ମହାନ୍ତିଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି କଂପାନୀ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି। ଏନ୍ ଆର ମହାନ୍ତି ରାଉଲକେଲାସ୍ଥିତ ଏନଆଇଟିରୁ୧୯୮୦ରେ ମେକାନିକାଲ୍ ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ […]

ଅଦ୍ୟତନ ହୋଇଛି
ନାଲକୋର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ଏନ.ଆର ମହାନ୍ତି

NalcoBhawan

Advertisment

ଭୁବନେଶ୍ୱର: ଏନ.ଆର ମହାନ୍ତିଙ୍କୁ ନାଲକୋର ସିଏମଡି (ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ) ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଏବେ ଏହି ନବରତ୍ନ କଂପାନୀର ପ୍ରୋଜେକ୍ଟ ଓ ଟେକନିକାଲ ବିଭାଗର ନିର୍ଦେଶକ ଅଛନ୍ତି। ସିଏମଡି ଅଂଶୁମାନ ଦାସ ଅବସର ଗ୍ରହଣ କରିଥିବା ଯୋଗୁ ଏନ.ଆର ମହାନ୍ତିଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି କଂପାନୀ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି।

Advertisment

ଏନ୍ ଆର ମହାନ୍ତି ରାଉଲକେଲାସ୍ଥିତ ଏନଆଇଟିରୁ୧୯୮୦ରେ ମେକାନିକାଲ୍ ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ପୂରା ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ବେଷ୍ଟ୍ ଗ୍ରାଜୁଏଟ୍ ହୋଇଥିଲେ। ସେ ତାଙ୍କ କ୍ୟାରିଅର ଲାରସେନ୍ ଓ ଟୋରବୋରୁ ଆରମ୍ଭ କରିଥିଲେ। ତା’ପରେ ବାଲକୋରେ କାମ କରିଥିଲେ। ୧୯୮୬ରେ ସେ ନାଲକୋରେ ଯୋଗ ଦେଇଥିଲେ । ନାଲକୋରେ ତାଙ୍କର ୩୩ ବର୍ଷର ଅଭିଜ୍ଞତା ରହିଛି । ସେ କଂପାନୀର ଉଭୟ ସ୍ମେଲଟର ପ୍ଲାଣ୍ଟ ଓ କର୍ପୋରେଟ୍ ହାଉସରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe