maggi
ନୂଆଦିଲ୍ଲୀ: ୫ ମାସର ବ୍ୟବଧାନ ପରେ ଗ୍ରାହକଙ୍କ ପାଇଁ ପୁଣି ବଜାରକୁ ଆସିଛି ମ୍ୟାଗି ନୁଡଲ୍ସ। ନେସଲେ ଇଣ୍ଡିଆ ପକ୍ଷରୁ ସୋମବାର ମ୍ୟାଗି ବିକ୍ରି ପୁଣି ଥରେ ଆରମ୍ଭ କରାଯାଇଛି। ବଜାର ବିକ୍ରି ସହ ନେସଲେ ପକ୍ଷରୁ ଅନଲାଇନ ବିକ୍ରି ପାଇଁ ସ୍ନାପଡିଲ ସହ ଚୁକ୍ତି ହୋଇଛି। ତେବେ ମ୍ୟାଗି ବ୍ୟାନ୍ ହୋଇଥିବା ୮ଟି ରାଜ୍ୟରେ ଏହା ବର୍ତ୍ତମାନ ପାଇଁ ବିକ୍ରି ହେବ ନାହିଁ ବୋଲି ନେସଲେ ପକ୍ଷରୁ କୁହାଯାଇଛି। ମ୍ୟାଗିରେ ଅତ୍ୟଧିକ ମାତ୍ରାରେ ସୀସା ଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ ଦର୍ଶାଇ ବ୍ୟାନ କରାଯାଇଥିଲା। ଗତ ସପ୍ତାହରେ ବମ୍ୱେ ହାଇକୋର୍ଟ ମ୍ୟାଗିକୁ କ୍ଲିନଚିଟ୍ ଦେବା ସହ ନୂଆ କରି ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତିନୋଟି ଲ୍ୟାବରେ ଏହି ପରୀକ୍ଷା ପରେ ମ୍ୟାଗି ବିକ୍ରି ପାଇଁ ଅନୁମତି ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/08/maggi.jpg)