Advertisment

ଖୁବ ଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ  ନୋଟ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ବଜାରକୁ ଖୁବ୍‌ ଶୀଘ୍ର ୨୦ ଟଙ୍କିଆ ନୂଆ ନୋଟ ଆସିବ। ପୂର୍ବରୁ ନୂଆ ପଚାଶ, ଶହେ, ଦୁଇଶହ ଏବଂ ୫୦୦ ଟଙ୍କିଆ ନୋଟ ପ୍ରଚଳନ ହୋଇ ସାରିଥିବା ବେଳେ ଏବେ  ନୂଆ ୨୦ ଟଙ୍କିଆ ନୋଟ ଆସିବାକୁ ଯାଉଛି।     ଆମେ ବର୍ତ୍ତମାନ ଯେଉଁ ୨୦ ଟଙ୍କିଆ ନୋଟ କାରବାର କରୁଛେ ତାହାଠାରୁ ନୂଆ ୨୦ ଟଙ୍କିଆ ନୋଟ ଭିନ୍ନ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସୂତ୍ରରୁ ଏହି ଖବର ଜଣାପଡ଼ିଛି। କିନ୍ତୁ ଏ […]

author-image
Jagamohan Maharana
ଖୁବ ଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ  ନୋଟ

rbiiii

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ବଜାରକୁ ଖୁବ୍‌ ଶୀଘ୍ର ୨୦ ଟଙ୍କିଆ ନୂଆ ନୋଟ ଆସିବ। ପୂର୍ବରୁ ନୂଆ ପଚାଶ, ଶହେ, ଦୁଇଶହ ଏବଂ ୫୦୦ ଟଙ୍କିଆ ନୋଟ ପ୍ରଚଳନ ହୋଇ ସାରିଥିବା ବେଳେ ଏବେ  ନୂଆ ୨୦ ଟଙ୍କିଆ ନୋଟ ଆସିବାକୁ ଯାଉଛି।  
Advertisment
 
ଆମେ ବର୍ତ୍ତମାନ ଯେଉଁ ୨୦ ଟଙ୍କିଆ ନୋଟ କାରବାର କରୁଛେ ତାହାଠାରୁ ନୂଆ ୨୦ ଟଙ୍କିଆ ନୋଟ ଭିନ୍ନ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସୂତ୍ରରୁ ଏହି ଖବର ଜଣାପଡ଼ିଛି। କିନ୍ତୁ ଏ ଯାଏ ଏହାର ରୂପ କିମ୍ବା ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଜାରି ହୋଇନାହିଁ।
 
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନୂଆ ନୋଟ ଆସିଲା ପରେ ପୁରୁଣା ୨୦ ଟଙ୍କିଆ ନୋଟ ପୂର୍ବଭଳି ଜାରି ରହିବ। ତାହା ଅଚଳ ହେବ ନାହିଁ। ସମୁଦାୟ ପ୍ରଚଳିତ ନୋଟର ପ୍ରାୟ ୧୦ ପ୍ରତିଶତ କେବଳ ୨୦ ଟଙ୍କିଆ ନୋଟ୍ ରହିବ ବୋଲି ଆର୍‌ବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।  
Advertisment