Advertisment

ବଜାରରେ ହିରୋର ଦୁଇ ନୂଆ ସ୍କୁଟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ ସବୁଠାରୁ ଅଧିକ ଦୁଇଚକିଆ ଯାନ ଉତ୍ପାଦନ କରୁଥିବା ଅଟୋମୋବାଇଲ୍ କମ୍ପାନୀ ହିରୋ ମୋଟୋକର୍ପ ଏବେ ଆଉ ଦୁଇଟି ସ୍କୁଟର ବଜାରକୁ ଆଣିଛି। ମାଷ୍ଟ୍ରୋ ଏଜ୍ ୧୨୫(Maestro Edge125) ଏବଂ (Pleasure+ 110)। ଏହା ଭାରତୀୟ ଗ୍ରାହକ ମାନଙ୍କ ସମେତ ସାରା ବିଶ୍ୱ ବଜାରରେ ମଧ୍ୟ ଉପଲବ୍ଧ ହେବ। ପ୍ରଥମ ଥର ପାଇଁ କମ୍ପାନୀ Maestro Edge125ରେ ଫୁଏଲ୍ ଇଞ୍ଜେକ୍‌ଶନ(FI)ଟେକ୍ନୋଲୋଜି ବ୍ୟବସ୍ଥା କରିଥିବା ବେଳେ ଏହାର ଦିଲ୍ଲୀ ଏକ୍ସ-ଶୋ’ରୁମ୍ ମୂଲ୍ୟ ୬୨,୭୦୦ […]

ବଜାରରେ ହିରୋର ଦୁଇ ନୂଆ ସ୍କୁଟର

heroooo

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ ସବୁଠାରୁ ଅଧିକ ଦୁଇଚକିଆ ଯାନ ଉତ୍ପାଦନ କରୁଥିବା ଅଟୋମୋବାଇଲ୍ କମ୍ପାନୀ ହିରୋ ମୋଟୋକର୍ପ ଏବେ ଆଉ ଦୁଇଟି ସ୍କୁଟର ବଜାରକୁ ଆଣିଛି। ମାଷ୍ଟ୍ରୋ ଏଜ୍ ୧୨୫(Maestro Edge125) ଏବଂ (Pleasure+ 110)। ଏହା ଭାରତୀୟ ଗ୍ରାହକ ମାନଙ୍କ ସମେତ ସାରା ବିଶ୍ୱ ବଜାରରେ ମଧ୍ୟ ଉପଲବ୍ଧ ହେବ।

Advertisment

ପ୍ରଥମ ଥର ପାଇଁ କମ୍ପାନୀ Maestro Edge125ରେ ଫୁଏଲ୍ ଇଞ୍ଜେକ୍‌ଶନ(FI)ଟେକ୍ନୋଲୋଜି ବ୍ୟବସ୍ଥା କରିଥିବା ବେଳେ ଏହାର ଦିଲ୍ଲୀ ଏକ୍ସ-ଶୋ’ରୁମ୍ ମୂଲ୍ୟ ୬୨,୭୦୦ ଟଙ୍କା ରହିଛି।ସେହିପରି ଏହାର i3S ଭାରିଆଣ୍ଟର ମୂଲ୍ୟ ୫୮,୫୦୦ ଟଙ୍କା (ଡ୍ରମ୍‌ବ୍ରେକ୍‌) ଏବଂ ୬୦,୦୦୦(ଡିସ୍କ ବ୍ରେକ)ଟଙ୍କା ରହିଛି। ଅନ୍ୟପକ୍ଷରେ କମ୍ପାନୀ ଏହା ମଧ୍ୟ କହିଛି ଯେ, ସ୍କୁଟର ସେଗ୍‌ମେଣ୍ଟରେ ହିରୋର ପ୍ଲେଜର ଆଉ ଏକ ଲୋକପ୍ରିୟ ମଡେଲ୍ ହୋଇଥିବା ବେଳେ Pleasure+ 110ର ନୂଆଦିଲ୍ଲୀ ଏକ୍ସ-ଶୋ’ରୁମ୍ ମୂଲ୍ୟ ୪୭,୩୦୦ ଟଙ୍କା ରହିଛି।

publive-image

ଏହି ଦୁଇ ଯାନକୁ ବଜାର ପ୍ରବେଶ କରିବା ଅବସରରେ କମ୍ପାନୀର ଚିଫ୍ ଟେକ୍ନୋଲୋଜି ଅଫିସର ଏମ୍. ବ୍ରାଉନସ୍ପ୍ରେଗର କହିଛନ୍ତି, ଏଥର ଭାରତରେ ଆମେ ପ୍ରଥମଥର ପାଇଁ ଏଫ୍‌ଆଇ ଟେକ୍ନୋଲୋଜିରେ ନୂଆ ଯାନ ବଜାର ପ୍ରବେଶ କରି ହିରୋର ଆର୍‌ ଆଣ୍ଡ୍‌ ଡି ଇକୋସିଷ୍ଟମ ଦକ୍ଷତା ପ୍ରଦର୍ଶନ କରି ପାରିଛୁ। ଖୁବ୍ କମ୍‌ ଦିନ ମଧ୍ୟରେ ଏହି ଯାନ ଲୋକମାନେ ବଜାରରୁ କ୍ରୟ କରି ପାରିବେ ବୋଲି କମ୍ପାନୀ ପ୍ରକାଶ କରିଛ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe