Advertisment

ନୂଆ ରୂପରେ ଆସିବ ମାରୁତି ସୁଜୁକି ୱାଗନ୍ ଆର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନବେ ଦଶକରୁ ଆଜି ପର୍ଯ୍ୟନ୍ତ ଭାରତ ତଥା ଭାରତ ବାହାରେ ଲୋକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ମାରୁତି ସୁଜୁକି ୱାଗନ୍‌ ଆର୍‌। କମ୍‌ ବଜେଟ୍ ଭିତରେ କାର୍‌ ଚଢ଼ିବା ଆଶା ପୂରଣ କରିବାରେ ବେଶ୍ ସଫଳ ହୋଇଥିବା କମ୍ପାନୀର ଏହି ମଡେଲ୍‌ ଏବେ ସୁଦ୍ଧା ୭ଟି ସଂସ୍କରଣ ବଜାରକୁ ଛାଡ଼ି ସାରିଛି। ତେବେ ଏହାର ପରବର୍ତ୍ତୀ ସଂସ୍କରଣ ୨୦୧୯ ଜାନୁୟାରୀ ୨୩ରେ ବଜାର ପ୍ରବେଶ ହେବାକୁ ଯାଉଛି। ଖବର ଅନୁସାରେ […]

author-image
Jagamohan Maharana
ଅଦ୍ୟତନ ହୋଇଛି
ନୂଆ ରୂପରେ ଆସିବ ମାରୁତି ସୁଜୁକି ୱାଗନ୍ ଆର୍‌

wag

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନବେ ଦଶକରୁ ଆଜି ପର୍ଯ୍ୟନ୍ତ ଭାରତ ତଥା ଭାରତ ବାହାରେ ଲୋକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ମାରୁତି ସୁଜୁକି ୱାଗନ୍‌ ଆର୍‌। କମ୍‌ ବଜେଟ୍ ଭିତରେ କାର୍‌ ଚଢ଼ିବା ଆଶା ପୂରଣ କରିବାରେ ବେଶ୍ ସଫଳ ହୋଇଥିବା କମ୍ପାନୀର ଏହି ମଡେଲ୍‌ ଏବେ ସୁଦ୍ଧା ୭ଟି ସଂସ୍କରଣ ବଜାରକୁ ଛାଡ଼ି ସାରିଛି।

Advertisment

ତେବେ ଏହାର ପରବର୍ତ୍ତୀ ସଂସ୍କରଣ ୨୦୧୯ ଜାନୁୟାରୀ ୨୩ରେ ବଜାର ପ୍ରବେଶ ହେବାକୁ ଯାଉଛି। ଖବର ଅନୁସାରେ ଏହାର ଏକ୍ସ-ଶୋ’ରୁମ୍ ମୂଲ୍ୟ ୪ ରୁ ୫ ଲକ୍ଷ ଟଙ୍କା ମଧ୍ୟରେ ରହିବ। ବିଶେଷ କରି ସଦ୍ୟ ଭାବରେ ହ୍ୟୁଣ୍ଡାଇ ବଜାରକୁ ଆଣିଥିବା ସାଣ୍ଟ୍ରୋ ଏବଂ ଟାଟାର ଟିଆଗୋ ମଡେଲ୍ ସହିତ ୱାଗନ୍ ଆର୍ ପ୍ରତିଯୋଗିତା କରିବ।

ପୁରୁଣା ସଂସ୍କରଣ ତୁଳନାରେ ନୂଆ ୱାଗନ ଆର୍‌ରେ ଅଧିକ ସେଫ୍ଟି ଫିଚର ରହିବ। ଖାଲି ସେତିକି ନୁହେଁ ୨୦୨୦ରେ କମ୍ପାନୀ ୱାଗନ୍‌ ଆର୍‌କୁ ଇ-ଭେହିକିଲ୍‌ରେ ମଧ୍ୟ ପରିଣତ କରିବ।
ବର୍ତ୍ତମାନ ପାଇଁ ପେଟ୍ରୋଲ ଭାରିଣ୍ଟରେ ଏହା ଆସିବ। ପୂର୍ବଭଳି ୱାଗନ୍‌ ଆର୍ ଟଲ୍‌ ବଏ ଡିଜାଇନ୍‌କୁ ବଜାୟ ରଖିବା ସହିତ ଇଣ୍ଟେରିୟର ସ୍ପେସ୍‌ ଅଧିକ ରଖିବ ବୋଲି ସୂତ୍ରରୁ ପ୍ରକାଶ।

Advertisment

publive-image