Advertisment

ବଦଳିଲା ଆଗୁଆ ଟ୍ରେନ ଟିକେଟ ବୁକିଂ ନିୟମ

ନଭେମ୍ବର ୧ରୁ ଲାଗୁ ହୋଇଛି ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ନୂଆ ନିୟମ। ଏଣିକି ୪ ମାସ ନୁହେଁ, କେବଳ ୨ ମାସ ପୂର୍ବରୁ କରିପାରିବେ ଆଡଭାନ୍ସ ଟିକେଟ ବୁକିଂ।

New Train Ticket Booking Rule

New Train Ticket Booking Rule

Advertisment

ବଦଳିଲା ଆଗୁଆ ଟ୍ରେନ ଟିକେଟ ବୁକିଂ ନିୟମ। ଆଜି (ନଭେମ୍ବର ୧)ଠାରୁ ଲାଗୁ ହୋଇଛି ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ନୂଆ ନିୟମ। ଏଣିକି କେବଳ ୨ ମାସ, ଅର୍ଥାତ ୬୦ ଦିନ ପୂର୍ବରୁ ଆପଣ ଟ୍ରେନରେ ଦୂର ସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିପାରିବେ। ପୂର୍ବରୁ ଏହି ସମୟ ସୀମା ୪ ମାସ, ଅର୍ଥାତ ୧୨୦ ଦିନ ଥିଲା। ଏବେ ଅଗ୍ରୀମ ରିଜର୍ଭେସନ ଟିକେଟ ବୁକିଂ ସମୟ ସୀମାକୁ ହ୍ରାସ କରିଛି ଭାରତୀୟ ରେଳବାଇ।

Advertisment

ପୂର୍ବରୁ ଦୂର ସ୍ଥାନକୁ ଟ୍ରେନରେ ଯାତ୍ରା କରିବା ପାଇଁ ୧୨୦ ଦିନ ପୂର୍ବରୁ ଯୋଜନା କରିବାକୁ ପଡ଼ୁଥିଲା। ବିଭିନ୍ନ ସମୟରେ ଟିକେଟ ବୁକିଂ ହୋଇଥିବା ଟ୍ରେନ ଚଳାଚଳ ବାତିଲ ହୋଇଗଲେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ଭୟରେ ଟିକେଟ କରୁନଥିଲେ। ଅନେକ ସମୟରେ ଟିକେଟ କରି ମଧ୍ୟ ଯାତ୍ରୀମାନେ ନଆସିବାରୁ କେତେବେଳେ ସେମାନଙ୍କ ଟିକେଟ ବାତିଲ ହୁଏ ତ କେତେବେଳେ ସିଟ୍/ବର୍ଥର ଅପଚୟ ହେଉଥିଲା। ବର୍ତ୍ତମାନ ସମୟରେ ଅଗ୍ରୀମ ବୁକିଂ ହୋଇଥିବା ପ୍ରାୟ ୨୧ ପ୍ରତିଶତ ଟିକେଟ୍ ବାତିଲ ହେଉଥିବାବେଳେ ୪ରୁ ୫ ପ୍ରତିଶତ ଯାତ୍ରୀ ଯାତ୍ରା ପାଇଁ ଆସୁନାହାନ୍ତି।

ଏସବୁକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ସୁବିଧା ପାଇଁ ଏବେ ଯାତ୍ରାର ୬୦ ଦିନ ପୂର୍ବରୁ ଆଡଭାନ୍ସ ଟିକେଟ ବୁକିଂ ନେଇ ନିୟମ କରାଯାଇଛି। ଏହି ସମୟସୀମା ହ୍ରାସ ଫଳରେ ଯାତ୍ରୀଙ୍କ ଅନେକ ସମସ୍ୟା ଦୂର ହେବ ବୋଲି ରେଳବାଇ ଆଶା ରଖିଛି। ତେବେ ଏହି ନୂଆ ନିୟମ ଲାଗୁ ହୋଇଥିଲେ ସୁଦ୍ଧା ପୂର୍ବରୁ ବୁକିଂ ହୋଇଥିବା ଆଡଭାନ୍ସ ଟିକେଟରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ। ୧୨୦ ଦିନ ଆଡାଭାନ୍ସ ରିଜର୍ଭେସନ ପିରିୟଡରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୁକ୍ ହୋଇଥିବା ଟିକେଟ ବୈଧ ରହିବ।  ସେହିପରି ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବର୍ଷେ ପୂର୍ବରୁ ଟ୍ରେନ ଟିକେଟ ବୁକିଂ କରିବାକୁ ଥିବା ନିୟମ ବଳବତ୍ତର ରହିବ।

Advertisment
New Train Ticket Booking Rule Train Advance Reservation Book Train Ticket Booking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe