Advertisment

ରେପୋ ରେଟ୍ ସ୍ଥିର ରହିବା ପରେ ପୁଞ୍ଜି ବଜାରରେ ଭିଡ଼, ରେକର୍ଡ କଲା ନିଫ୍ଟି

ଷ୍ଟକ୍ ମାର୍କେଟରେ ଜବରଦସ୍ତ ଅଭିବୃଦ୍ଧି ଦେଖାଯାଉଛି। ସେନ୍ସେକ୍ସ ୭୦ ହଜାର ଆଡ଼କୁ ଗତି କରୁଥିବା ବେଳେ ନୂଆ ରେକର୍ଡ କରିଛି ନିଫ୍ଟି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

କିଛି ଦିନର ବିରତି ପରେ ରେକର୍ଡକୁ ଫେରିଲା ନିଫ୍ଟି। ଆରବିଆଇ ଲଗାତର ପଞ୍ଚମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ପରେ ରେକର୍ଡ କରିଛି ନିଫ୍ଟି। ଆଜି(ଡିସେମ୍ବର ୮) ଭାରତୀୟ ବଜାରରେ ନିଫ୍ଟି ୨୧,୦୦୦-ମାର୍କରେ ପହଞ୍ଚିଛି। କ୍ରମାଗତ ପଞ୍ଚମ ଥର ପାଇଁ ଆରବିଆଇ ବ୍ୟାଙ୍କ ସୁଧ ହାର(ରେପୋ ରେଟ୍) ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବା ପରେ ବୃଦ୍ଧି ପାଇଛି ନିଫ୍ଟି। 

Advertisment

ମୁଦ୍ରାସ୍ଫିତିକୁ ଦୃଷ୍ଟିରେ ରଖି ଆଇବିଆଇ ନୀତି କମିଟି ଏହି ନିଷ୍ପତ୍ତି ନେଇଥିଲା। ଆରବିଆଇର ନିଷ୍ପତ୍ତି କ୍ରମେ ଲଗାତାର ପଞ୍ଚମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ଚଳିତ ଆର୍ଥିକ ବର୍ଷର ଜିଡିପି ୭ ପ୍ରତିଶତ ହୋଇପାରେ ବୋଲି ଆରବିଆଇ ସ୍ପଷ୍ଟ କରିଛି। ଯାହା ପରେ ଷ୍ଟକ୍ ମାର୍କେଟରେ ଜବରଦସ୍ତ ଅଭିବୃଦ୍ଧି ଦେଖାଯାଉଛି। ସେନ୍ସେକ୍ସ ୭୦ ହଜାର ଆଡକୁ ଗତି କରୁଥିବା ବେଳେ ନୂଆ ରେକର୍ଡ କରିଛି ନିଫ୍ଟି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ଏହିପରି ଧାରା ଜାରି ରହେ ତେବେ ସେନ୍ସେକ୍ସ ଆଜି ହିଁ ୭୦ ହଜାର ପଏଣ୍ଟ ଅତିକ୍ରମ କରିପାରେ। ଷ୍ଟିଲ୍, ଟେକ୍ନୋଲେଜି ଏବଂ ବ୍ୟାଙ୍କିଙ୍ଗ୍ ଷ୍ଟକରେ ବିପୁଳ ଅଭିବୃଦ୍ଧି ଦେଖାଯାଉଛି।

Advertisment

ରିପୋର୍ଟ ଅନୁସାରେ, ସକାଳେ ବଜାର ଆରମ୍ଭ ସମୟରେ ନିଫ୍ଟି ୨୧,୦୦୫.୫୫ ଏବଂ ସେନସେକ୍ସ ୬୯,୮୮୮.୩୩ ରେକର୍ଡରେ ପହଞ୍ଚିଥିଲା। ସେହିପରି ସକାଳ ୧୧.୩୦ ବେଳକୁ ସେନ୍ସେକ୍ସ ୬୯,୭୭୦.୯୯ରେ ଥିଲା, ଯାହାକୁ ଆମେ ପଏଣ୍ଟ ହିସାବରେ ୨୪୯.୩୦ ପଏଣ୍ଟ ଏବଂ ଶତକଡା ହିସାବରେ ୦.୩୬ ପ୍ରତିଶତ ବୋଲି କହିପାରିବା। ଏଥିସହ ନିଫ୍ଟି ୨୦,୯୬୩.୦୦ରେ ୬୧.୮୦ ପଏଣ୍ଟ ବା ୦.୩୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୫୦ଟି ଷ୍ଟକ ମଧ୍ୟରୁ ନିଫ୍ଟି  ୩୬ଟି କାରବାର କରୁଥିବାବେଳେ ସେଥିମଧ୍ୟରୁ ୧୪ଟି ରେଡ଼ ଲାଇଟରେ କାରବାର କରିଥିଲା।

ଷ୍ଟକ୍ ବଜାରରେ ରେଡରେ କାରବାର କରିବାର ଅର୍ଥ, ଓପନିଂ ପ୍ରାଇସ୍ କ୍ଲୋଜିଂ ପ୍ରାଇସ୍ ତୁଳନାରେ କମ୍ ଏବଂ ଗ୍ରୀନର ଅର୍ଥ ଓପନିଂ ପ୍ରାଇସ୍ କ୍ଲୋଜିଂ ପ୍ରାଇସ୍ ତୁଳନାରେ ଅଧିକ। 

RBI Repo Rate Nifty Sensex Stock Market
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe