Advertisment

୧୬୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ Nike

ଖର୍ଚ୍ଚ କାଟ ଉଦ୍ଦେଶ୍ୟରେ କମ୍ପାନୀ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି।

ଅଦ୍ୟତନ ହୋଇଛି
Nike

Nike

Advertisment

ସ୍ପୋର୍ଟସୱେୟାର ଜାଏଣ୍ଟସ ନାଇକ୍‌ ତା’ର ୨% ବା ୧୬୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ। ଖର୍ଚ୍ଚ କାଟ ଉଦ୍ଦେଶ୍ୟରେ କମ୍ପାନୀ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। 

Advertisment

କର୍ମଚାରୀମାନଙ୍କ ପାଖକୁ ଆସିଥିବା ଆଭ୍ୟନ୍ତରୀଣ ମେମୋ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ହାତରେ ଲାଗିଛି। ଏହି ମେମୋରେ ନାଇକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକକାରୀ ଜନ ଡୋନାହୋ କହିଛନ୍ତି ଯେ କମ୍ପାନୀ ତା’ର ସବୁ ପ୍ରକାରର ସମ୍ବଳ ଲଗାଇ ରନିଂ, ମହିଳା ସରଞ୍ଜାମ ଓ ଜୋରଡାନ ବ୍ରାଣ୍ଡରେ ଅଧିକ ପୁଞ୍ଜି ନିବେଶ କରିବାକୁ ଚେଷ୍ଟା କରୁଛି।

ହେଲେ ଯନ୍ତ୍ରଣାଦାୟକ ବାସ୍ତବ କଥା ହେଲା ଆମେ ବର୍ତ୍ତମାନ ଭଲ ପ୍ରଦର୍ଶନ କରିପାରୁ ନାହିଁ। ଏଥିପାଇଁ ମୁଁ ନିଜେ ଓ ନେତୃତ୍ୱରେ ଥିବା ଟିମକୁ ଦାୟୀ କରୁଛି। ତେଣୁ ଖର୍ଚ୍ଚକାଟ ଏବେ ଜରୁରୀ ହୋଇପଡ଼ିଛି ବୋଲି ଜନ କହିଛନ୍ତି।

Advertisment

ରିପୋର୍ଟ ଅନୁସାରେ, କମ୍ପାନୀର ଛଟେଇ ବିଭିନ୍ନ ନାଇଟ ଷ୍ଟୋରରେ କାମ କରୁଥିବା କର୍ମଚାରୀଙ୍କ ଉପରେ ପଡ଼ିବ ନାହିଁ। ସେହିପରି ବଣ୍ଟନ ବ୍ୟବସ୍ଥା ଓ କମ୍ପାନୀର ନବୀକରଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଚାକିରି ମଧ୍ୟ ଯିବ ନାହିଁ।

୨୦୨୩ ମେ’ ୩୧ ସୁଦ୍ଧା ସମଗ୍ର ବିଶ୍ୱରେ ନାଇକ କର୍ମଚାରୀଙ୍କ ସଂଖ୍ୟା ୮୭,୭୦୦ ରହିଥିଲା। ଏବେ ୧୬୦୦ରୁ ଅଧିକ କର୍ମଚାରୀଙ୍କୁ ବିଦା କରିବାକୁ କମ୍ପାନୀ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଶୁକ୍ରବାରଠାରୁ ଛଟେଇ ଆରମ୍ଭ ହୋଇଥିବା ବେଳେ ଚଳିତ କ୍ୱାର୍ଟର ଶେଷ ହେବା ସହ ଛଟେଇ ପ୍ରକ୍ରିୟା ବନ୍ଦ ହେବ।

ଆସନ୍ତା ୩ ବର୍ଷ ମଧ୍ୟରେ ନାଇକ ୨୦୦ କୋଟି ଡଲାର ସଂରକ୍ଷିତ କରି ରଖିବ ବୋଲି ଡିସେମ୍ବର ମାସରେ ଘୋଷଣା କରିଥିଲା। ଏହାକୁ ପୂରଣ କରିବା ପାଇଁ ସଂଗଠନକୁ ଷ୍ଟ୍ରିମଲାଇନ କରାଯିବ ବୋଲି ନାଇକ ପକ୍ଷରୁ କୁହାଯାଇଥିଲା।

କମ୍ପାନୀର କହିବା କଥା ଯେ ବିକ୍ରି ମାତ୍ର ୧% ବୃଦ୍ଧି ପାଇଛି। ସେହିପରି ନାଇକର ସବୁଠାରୁ ବଡ଼ ବଜାର କୁହାଯାଉଥିବା ଉତ୍ତର ଆମେରିକାରେ ଫୁଟୱେୟାର ବିକ୍ରି ୫% ହ୍ରାସ ପାଇଛି। କମ୍ପାନୀ ଅନେକ କ୍ଷତି ସହୁଥିବାରୁ କଷ୍ଟ କଟିଂ ପାଇଁ ଛଟେଇ ଆରମ୍ଭ କରିଛି।

Nike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe