Advertisment

ନୂଆ ଋଣ ନିୟମ ଜାରି କଲା ରିଜର୍ଭ ବ୍ୟାଙ୍କ

ନୂତନ ନିର୍ଦ୍ଦେଶାବଳି ଅନୁଯାୟୀ, ଋଣ ନେଇଥିବା ବ୍ୟକ୍ତି ସର୍ତ୍ତାବଳିକୁ ପାଳନ ନ କଲେ ଲାଗୁ ହେଉଥିବା ଫାଇନ୍‌କୁ “ଦଣ୍ଡବିଧାନ ଚାର୍ଜ” ଭାବରେ ଗ୍ରହଣ କରାଯିବ ।

author-image
Niharika Rout
ଅଦ୍ୟତନ ହୋଇଛି
undefined

RBI

ଲୋନ୍‌ ଉପରେ ସୁଧ ଆଦାୟ କରିବାକୁ ଆଜି ନୂଆ ଗାଇଡଲାଇନ୍‌ ଆଣିଛନ୍ତି ରିଜର୍ଭ ବ୍ୟାଙ୍କ। ନୂତନ ନିର୍ଦ୍ଦେଶାବଳି ଅନୁଯାୟୀ ଋଣ ନେଇଥିବା ବ୍ୟକ୍ତି ସର୍ତ୍ତାବଳୀକୁ ପାଳନ ନ କଲେ ଲାଗୁ ହେଉଥିବା ଫାଇନ୍‌କୁ “ଦଣ୍ଡବିଧାନ ଚାର୍ଜ” ଭାବରେ ଗ୍ରହଣ କରାଯିବ। ଏହାକୁ “ଦଣ୍ଡିତ ସୁଧ” ଭାବେ ବିବେଚନା କରାଯିବ ନାହିଁ ଯାହାକୁ କି ଅଗ୍ରୀମ ଭାବେ ଧାର୍ଯ୍ୟ ସୁଧ ହାରରେ ଯୋଗ କରାଯାଇଥାଏ।

Advertisment

"Fair Lending Practice - Penal Charges in Loan Accounts" ଶୀର୍ଷକ ଗାଇଡଲାଇନ୍‌ରେ ଏହାକୁ ପ୍ରକାଶ କରାଯାଇଛି। ଏଥିରେ ଦର୍ଶାଯାଇଛି, ଏହି ଚାର୍ଜ ଉପରେ ଆଉ କୌଣସି ସୁଧ ପଡ଼ିବ ନାହିଁ।

ଏହା ସୁଧର ସାଧାରଣ ମିଶ୍ରଣ ପ୍ରକ୍ରିୟା ଉପରେ ପ୍ରଭାବ ପକାଇବ ନାହିଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଯେତେବେଳେ ଗ୍ରାହକ ସେମାନଙ୍କର ଧାର୍ଯ୍ୟ କିସ୍ତି ଠିକ୍ ସମୟରେ ଦେୟ ଦେବାରେ ବିଫଳ ହୁଅନ୍ତି, ସେତେବେଳେ ଲୋନ୍‌ ଉପରେ ଦଣ୍ଡବିଧାନ ଶୁଳ୍କ ଆଦାୟ କରାଯାଏ।

Advertisment

ନୂତନ ନିର୍ଦ୍ଦେଶାବଳିରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଲୋନ୍‌ ନେଇଥିବା ଜଣେ ବ୍ୟକ୍ତି ନିର୍ଦ୍ଧାରିତ ସମୟରେ ଦୈୟ ପଇଠ କରିବାରେ ବିଫଳ ହେଲେ ତାଙ୍କ ଉପରେ ଲାଗୁ ହେଉଥିବା ଜରିମାନା ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଲାଗୁ ହେବାକୁ ଥିବା ଜରିମାନାଠୁ ଅଧିକ ହେବା ଉଚିତ ନୁହେଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯେତେବେଳେ ଲୋନ୍‌ ନେଇଥିବା ବ୍ୟକ୍ତିଙ୍କ ନିକଟକୁ ଏ ସଂକ୍ରାନ୍ତୀୟ ନୋଟିସ ପଠାଯାଏ, ସେତେବେଳେ “ଦଣ୍ଡବିଧାନ ଚାର୍ଜ” ସମ୍ପର୍କରେ ଉଲ୍ଲେଖ କରାଯିବା ଆବଶ୍ୟକ। ଏଥିସହ ଏହାର କାରଣ ବି ଉଲ୍ଲେଖ କରାଯିବା ଆବଶ୍ୟକ।

ଦଣ୍ଡବିଧାନ ଚାର୍ଜର ଫର୍ମାଟ ସ୍ଥିର କରିବାକୁ ନିୟନ୍ତ୍ରକ ବୋର୍ଡ ଏକ କମିଟି ଗଠନ କରିବ ବୋଲି ଜଣାଯାଇଛି।

RBI Interest Rate