GST
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ୫୩ତମ ଜିଏସ୍ଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଏକାଧିକ ଦ୍ରବ୍ୟ ଓ ସେବା ଉପରରୁ ଟିକସ ଛାଡ଼ ଏବଂ ଟିକସ କୋହଳ ପାଇଁ ନିଷ୍ପତ୍ତି ହୋଇଛି।
ଶିକ୍ଷାନୁଷ୍ଠାନ ବାହାରେ ଜଣଙ୍କ ପିଛା ମାସିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାର୍ଜ ନେଉଥିବା ହଷ୍ଟେଲଗୁଡ଼ିକୁ ଜିଏସଟି ବାହାରେ ରଖାଯାଇଛି। ଏହି ସର୍ତ୍ତ ସେତେବେଳେ ଲାଗୁ ହେବ ଯେତେବେଳେ ଜଣେ ଶିକ୍ଷାର୍ଥୀ ନିୟମିତ ୯୦ ଦିନ ଯାଏ ରହୁଥିବେ। କାଳେ ହୋଟେଲଗୁଡ଼ିକ ଟିକସ ଛାଡ଼ ନିଷ୍ପତ୍ତିର ଫାଇଦା ହୋଟେଲଗୁଡ଼ିକ ନେଇଯିବେ, ସେଥିପାଇଁ ଏପରି ସର୍ତ୍ତ ଲାଗୁ କରାଯାଇଛି।
ସେହିପରି ରେଳ ପ୍ଲାଟଫର୍ମ ପାଇଁ ଲାଗୁ ଥିବା ଟିକେଟ, ୱେଟିଂ ରୁମ ଓ କ୍ଲକ ରୁମ ପାଇଁ ଲାଗୁଥିବା ଚାର୍ଜକୁ ଜିଏସ୍ଟି ମୁକ୍ତ କରାଯାଇଛି। ଏହାବାଦ ପ୍ଲାଟଫର୍ମରେ ମିଳୁଥିବା ବେଟାରୀ ଚାଳିତ ଗାଡ଼ିର ସେବା ପାଇଁ ମଧ୍ୟ କୌଣସି ପ୍ରକାରର ଜିଏସ୍ଟି ଲାଗିବ ନାହିଁ।
ସମସ୍ତ ପ୍ରକାରର ଦୁଗ୍ଧ ଜାତିୟ କାନ୍ସ ଓ ସୋଲାର କୁକର୍ସ ଉପରେ ୧୨% ଜିଏସ୍ଟି ଲାଗୁ ହେବ ବୋଲି ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି।
ସେ କହିଛନ୍ତି, ସମସ୍ତ ପ୍ରକାରର କାଗଜରୁ ପ୍ରସ୍ତୁତ ପେଟି ଓ କେସେସ୍ ଉପରେ ୧୨% ଜିଏସ୍ଟି ଲାଗୁ ହେବ। ଏହା ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀରର ସେଓ ଚାଷୀଙ୍କୁ ଫାଇଦା ଦେବ। ସମସ୍ତ ପ୍ରକାରର ସ୍ପିଙ୍କ୍ରଲର୍ସ ବା ଜଳ ସିଞ୍ଚନ ଯନ୍ତ୍ର ଉପରେ ମଧ୍ୟ ୧୨% ଜିଏସଟି ଲାଗୁ କରାଯିବ।
ଅର୍ଥମନ୍ତ୍ରୀ କହିଛନ୍ତି, ଆଧାର ଭିତ୍ତିକ ବାୟୋମେଟ୍ରିକ ବ୍ୟବସ୍ଥା ସର୍ବଭାରତୀୟ ସ୍ତରରେ ଲାଗୁ ହେବ। ନକଲି ଇନଭଏସ ଜରିଆରେ ଇନପୁଟ ଟିକସ କ୍ରେଡିଟ ଘଟଣାକୁ ରୋକିବାରେ ଏହା ସହାୟକ ହେବ।
ଛୋଟ ଟିକସଦାତାଙ୍କୁ ସହାୟତା କରିବା ପାଇଁ ରିଟର୍ଣ୍ଣ ଫର୍ମ ଜିଏସ୍ଟିଆର ୪କୁ ଏପ୍ରିଲ ୩୦ରୁ ଜୁନ ୩୦କୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ଏହି ସମୟସୀମା ମଧ୍ୟରେ ଟିକସଦାତାମାନେ ନିଜର ସମସ୍ତ ବାକି ରହି ଯାଇଥିବା ତଥ୍ୟକୁଭ ପୂରଣ କରିପାରିବେ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/GST_1719067982.jpg)