Advertisment

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ

ନୋଏଲ ଟାଟା ହୋଇଛନ୍ତି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ।

author-image
Debibandita Barick
ଅଦ୍ୟତନ ହୋଇଛି
Noel Tata

Noel Tata

ନୋଏଲ ଟାଟା ହୋଇଛନ୍ତି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ। ରତନ ଟାଟାଙ୍କ ଦେହାନ୍ତ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବୁଧବାର ରତନ ଟାଟାଙ୍କ ଦେହାନ୍ତ ହୋଇଥିଲା। ଏହାପରେ କିଏ ତାଙ୍କ ୧୩ଟି ଟ୍ରଷ୍ଟର ଅଧ୍ୟକ୍ଷ ହେବେ ସେନେଇ କଳ୍ପନା-ଜଳ୍ପନା ଲାଗି ରହିଥିଲା। ଆଜି ବୈଠକ ପରେ ନୋଏଲ ଟାଟାଙ୍କୁ ଦାୟିତ୍ୱ ଦେବା ନେଇ ନିଷ୍ପତ୍ତି ନିଆଯାଇଛି।

Advertisment

ସୂଚନା ଅନୁସାରେ, ଆଜି ମୁମ୍ବାଇରେ ଟ୍ରଷ୍ଟ ବୋର୍ଡର ବୈଠକ ବସିଥିଲା। ଏହି ବୈଠକରେ ନୋଏଲ ଟାଟାଙ୍କ ନାଁରେ ମୋହର ବାଜିଥିଲା। ତେଣୁ ସେ ଟାଟା ଟ୍ରଷ୍ଟର ପରବର୍ତ୍ତୀ ଅଧ୍ୟକ୍ଷ ହୋଇଛନ୍ତି। 

ଟାଟା ଗ୍ରୁପର ମାଲିକ ଦିବଂଗତ ରତନ ନବଲ ଟାଟା ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇ ଆସିଥିଲେ। କିନ୍ତୁ ତାଙ୍କର କେହି ଉତ୍ତରାଧିକାରୀ ନ ଥିବାରୁ ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେନେଇ ବୋର୍ଡର ବୈଠକ ବସିଥିଲା। ବୋର୍ଡ ବୈଠକର ନିଷ୍ପତ୍ତି କ୍ରମେ ନୋଏଲ ଟାଟା ହୋଇଛନ୍ତି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ। 

Advertisment

ନୋଏଲ ଟାଟା କିଏ?
ଟାଟା ଗ୍ରୁପରେ ୪୦ ବର୍ଷରୁ ଅଧିକ ଦିନ ଧରି କାମ କରି ଆସିଛନ୍ତି ନୋଏଲ ଟାଟା। ସେ ବର୍ତ୍ତମାନ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ୍, ଭୋଲ୍ଟାସ୍ ଏବଂ ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ୍ ସମେତ ଟାଟା ଗ୍ରୁପର ଏକାଧିକ କମ୍ପାନୀର ବୋର୍ଡର ସଦସ୍ୟ ଅଛନ୍ତି। ସେ ଟାଟା ଷ୍ଟିଲ ଏବଂ ଟାଇଟନ କମ୍ପାନୀ ଲିମିଟେଡର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ଟାଟା ଗ୍ରୁପ୍‌ର ରିଟେଲ ଟ୍ରେଣ୍ଟରେ ତାଙ୍କ ନେତୃତ୍ୱ ଉଲ୍ଲେଖନୀୟ ରହିଥିଲା। ୧୧ ବର୍ଷରୁ ଅଧିକ ସମୟ ପାଇଁ ଟ୍ରେଣ୍ଟର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସେ ୨୦୧୦ରୁ ୨୦୨୧ ପର୍ଯ୍ୟନ୍ତ ଟାଟା ଇଣ୍ଟରନ୍ୟାସନାଲର ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଥିଲେ, ଏହି ସମୟରେ ସେ କମ୍ପାନୀର କାରବାରକୁ ୫୦୦ ମିଲିୟନ୍ ଡଲାରରୁ ୩ ବିଲିୟନ ଡଲାରକୁ ବୃଦ୍ଧି କରିଥିଲେ।

ଏହା ବ୍ୟତୀତ ୨୦୧୪ ପରଠାରୁ ସେ ଟ୍ରେଣ୍ଟ ଲିମିଟେଡର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ନେତୃତ୍ୱର ଗତ ଦଶନ୍ଧି ମଧ୍ୟରେ ଟ୍ରେଣ୍ଟର ଶେଆର ୬,୦୦୦% ବୃଦ୍ଧି ପାଇଛି।

Ratan Tata Noel Tata Tata Trust