Advertisment

ଭାରତରେ ଲଞ୍ଚ୍‌ ହେଲା ନୋକିଆ ୧୧୦, ଥରେ ଚାର୍ଜ କଲେ ଚାଲିବ ୧୯ ଦିନ

ନୂଆଦିଲ୍ଲୀ: ଭାରତରେ  Nokia 110 ଲଞ୍ଚ୍‌ ହୋଇଛି। ଆଜିଠାରୁ ଏହି ଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। ଗ୍ରାହକମାନେ ଏହି ଫୋନ୍‌କୁ ରିଟେଲ୍‌ ଷ୍ଟୋର ଓ ନୋକିଆ ମୋବାଇଲ୍‌ ୱେବ୍‌ସାଇଟ୍‌କୁ କିଣି ପାରିବେ। ନିକଟରେ କମ୍ପାନୀ Nokia 7.2 ଓ Nokia 6.2 ଲଞ୍ଚ୍ କରିଥିଲା। ନୂଆ ଫିଚର୍‌ ଫୋନ୍‌ Nokia 110 ଫୋନ୍‌କୁ ପ୍ରଥମେ ବର୍ଲିନ୍‌ରେ IFA 2019ରେ ଲଞ୍ଚ୍‌ କରାଯାଇଥିଲା। ଏହି ଫୋନ୍‌ରେ ଏଫ୍‌ଏମ୍‌ ରେଡିଓ, ଏମ୍‌ପି ଥ୍ରୀ ପ୍ଲେୟର୍‌ ଓ କ୍ଲାସିକ୍‌ ସ୍ନେକ୍‌ ଗେମ୍‌ […]

author-image
Puspanjali Panda
ଭାରତରେ ଲଞ୍ଚ୍‌ ହେଲା ନୋକିଆ ୧୧୦, ଥରେ ଚାର୍ଜ କଲେ ଚାଲିବ ୧୯ ଦିନ

nokia110

ନୂଆଦିଲ୍ଲୀ: ଭାରତରେ  Nokia 110 ଲଞ୍ଚ୍‌ ହୋଇଛି। ଆଜିଠାରୁ ଏହି ଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। ଗ୍ରାହକମାନେ ଏହି ଫୋନ୍‌କୁ ରିଟେଲ୍‌ ଷ୍ଟୋର ଓ ନୋକିଆ ମୋବାଇଲ୍‌ ୱେବ୍‌ସାଇଟ୍‌କୁ କିଣି ପାରିବେ।

Advertisment

ନିକଟରେ କମ୍ପାନୀ Nokia 7.2 ଓ Nokia 6.2 ଲଞ୍ଚ୍ କରିଥିଲା। ନୂଆ ଫିଚର୍‌ ଫୋନ୍‌ Nokia 110 ଫୋନ୍‌କୁ ପ୍ରଥମେ ବର୍ଲିନ୍‌ରେ IFA 2019ରେ ଲଞ୍ଚ୍‌ କରାଯାଇଥିଲା। ଏହି ଫୋନ୍‌ରେ ଏଫ୍‌ଏମ୍‌ ରେଡିଓ, ଏମ୍‌ପି ଥ୍ରୀ ପ୍ଲେୟର୍‌ ଓ କ୍ଲାସିକ୍‌ ସ୍ନେକ୍‌ ଗେମ୍‌ ମଧ୍ୟ ରହିଛି। ଏହାର ମୂଲ୍ୟ ୧୫୯୯ ଟଙ୍କା । ଏହା ବ୍ଲାକ୍‌, ପିଙ୍କ୍‌ ଓ ବ୍ଲୁ କଲର୍‌ରେ ଉପଲବ୍ଧ ହେଉଛି।

ଏହି ଫୋନ୍‌ର ଫିଚର୍‌ ବିଷୟରେ କିଛି କଥା ଜାଣନ୍ତୁ
- ନୋକିଆ ୧୧୦ ଫୋନ୍‌ରେ ୧.୭୭ ଇଞ୍ଚର QVGA ଡିସପ୍ଲେ ରହିଛି।
- ଏହି ଫିଚର୍‌ ଫୋନ୍‌ରେ ପ୍ଲାଷ୍ଟିକ ବଡ଼ି ରହିଛି।
- ଏହା ଏକ ଏଣ୍ଟରଟେନମେଣ୍ଟ ସେଟିଂ ଫୋନ୍‌।
- ଏଥିରେ ଏଫ୍‌ଏମ୍‌ ରୋଡିଓ ଓ ମେମୋରୀ କାର୍ଡ ସପୋର୍ଟ ମଧ୍ୟ ଦିଆଯାଇଛି।
- ମେମୋରୀ କାର୍ଡରେ ୩୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍‌ କ୍ଷମତା ବଢ଼ାଇ ପାରିବେ।
- କ୍ୟାମେରା ସୁବିଧା ରହିଛି।
- qVGA ରିୟର୍‌ କ୍ୟାମେରା ଓ ଟର୍ଚ୍ଚଲାଇଟ୍‌ ରହିଛି।
- ୮୦୦୦ ଏମ୍‌ଏଏଚ୍‌ର ବ୍ୟାରେଟୀ ସପୋର୍ଟ ରହିଛି। ଏହି ବ୍ୟାଟେରୀଙ୍କୁ ଆପଣ କାଢ଼ି ମଧ୍ୟ ପାରିବେ। ଏହି ବ୍ୟାଟେରୀକୁ ଗ୍ରାହକ ଥରେ ଚାର୍ଜ କଲେ ୧୮.୫ ଦିନ ପର୍ଯ୍ୟନ୍ତ ଅର୍ଥାତ ପ୍ରାୟ ୧୯ ଦିନ ବ୍ୟବହାର କରିପାରିବେ ବୋଲି କମ୍ପାନୀ ଦାବି କରିଛି।
- ଏହା ସହିତ ମ୍ୟୁଜିକ ପ୍ଲେ ବ୍ୟାକ୍‌ ଟାଇମ୍‌ ୨୭ ଘଣ୍ଟା ରହିଛି।

Advertisment

ସୂଚନାଯୋଗ୍ୟ, ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ କମ୍ପାନୀ ପାଖରେ ନୋକିଆ ଫୋନ୍‌ ତିଆରି କରିବା ପାଇଁ ଅଧିକାର ରହିଛି। କମ୍ପାନୀର ଚିଫ୍‌ ଅଫିସର ଜୁହୋ ସରଭିକାଶଙ୍କ କହିବା ଅନୁଯାୟୀ, କିଛି ଦିନ ହେବ ବଜାରରେ ଫିଚର ଫୋନ୍‌ର ଡିମାଣ୍ଡ ବଢ଼ିଛି। ସେଥିପାଇଁ କମ୍ପାନୀ ନୋକିଆ ୧୦୫ ଓ ଓ ୧୧୦ ପରି ମଡର୍ଣ୍ଣ ଡିଜାଇନ୍‌ ଥିବା ଡ୍ୟୁରେବଲ୍‌ ଫୋନ୍‌ ବଜାରରେ ଲଞ୍ଚ୍ କରିଛି।