Advertisment

ଡିସେମ୍ବର ୫ରେ ଆସିବ Nokiaର ନୂଆ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଆସନ୍ତା ମାସରେ ନୋକିଆ ଏକ ନୂଆ ସ୍ମାର୍ଟ ଫୋନ୍‌ ଲଞ୍ଚ୍ କରିବାକୁ ଯାଉଛି। ଏ ନେଇ କମ୍ପାନୀ ତରଫରୁ ଟ୍ୱିଟର୍‌ ଜରିଆରେ ସୂଚନା ଦିଆଯାଇଛି। ଟ୍ୱିଟ୍‌ ଅନୁଯାୟୀ ଡିସେମ୍ବର ୫ରେ ଏକ ଇଭେଣ୍ଟରେ ଏହି ଫୋନ୍‌ଟିକୁ ଲଞ୍ଚ୍‌ କରାଯିବ।  ତେବେ ଏ ପର୍ଯ୍ୟନ୍ତ ଏହି ଅପକମିଂ ସ୍ମାର୍ଟଫୋନ୍‌ର ନାଁ ସାମ୍ନାକୁ ଆସିନାହିଁ। ମିଳିଥିବା କିଛି ସୂଚନା ଅନୁଯାୟୀ, ଏହି ଫୋନ୍‌ଟି Nokia 8.2 ହୋଇପାରେ। ଏଭଳି ଅନୁମାନ କରିବାର କାରଣ ଗତ ବର୍ଷ ଡିସେମ୍ବର ୫ରେ […]

ଅଦ୍ୟତନ ହୋଇଛି
ଡିସେମ୍ବର ୫ରେ ଆସିବ Nokiaର ନୂଆ ସ୍ମାର୍ଟଫୋନ୍‌

nokia

Advertisment

ନୂଆଦିଲ୍ଲୀ: ଆସନ୍ତା ମାସରେ ନୋକିଆ ଏକ ନୂଆ ସ୍ମାର୍ଟ ଫୋନ୍‌ ଲଞ୍ଚ୍ କରିବାକୁ ଯାଉଛି। ଏ ନେଇ କମ୍ପାନୀ ତରଫରୁ ଟ୍ୱିଟର୍‌ ଜରିଆରେ ସୂଚନା ଦିଆଯାଇଛି। ଟ୍ୱିଟ୍‌ ଅନୁଯାୟୀ ଡିସେମ୍ବର ୫ରେ ଏକ ଇଭେଣ୍ଟରେ ଏହି ଫୋନ୍‌ଟିକୁ ଲଞ୍ଚ୍‌ କରାଯିବ।  ତେବେ ଏ ପର୍ଯ୍ୟନ୍ତ ଏହି ଅପକମିଂ ସ୍ମାର୍ଟଫୋନ୍‌ର ନାଁ ସାମ୍ନାକୁ ଆସିନାହିଁ।

Advertisment

ମିଳିଥିବା କିଛି ସୂଚନା ଅନୁଯାୟୀ, ଏହି ଫୋନ୍‌ଟି Nokia 8.2 ହୋଇପାରେ। ଏଭଳି ଅନୁମାନ କରିବାର କାରଣ ଗତ ବର୍ଷ ଡିସେମ୍ବର ୫ରେ କମ୍ପାନୀ Nokia 8.1 ଲଞ୍ଚ୍‌ କରିଥିଲା। ହେଲେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

https://twitter.com/NokiaMobile/status/1197877461356122113

କମ୍ପାନୀ ଏ ଯାଏ ଏହି ଫୋନ୍‌ ବିଷୟରେ କୌଣସି ଖୁଲାସା କରିନାହିଁ। କିନ୍ତୁ ମିଳିଥିବା ସୂଚନା ଅନୁୟାୟୀ,  ଏହି ସ୍ମାର୍ଟଫୋନ୍‌  ୪ଜିବି ରାମ୍‌ ଓ ୬୪ ଜିବ୍ ଷ୍ଟୋରେଜ୍‌ ସହ ଲଞ୍ଚ୍‌ ହେବ। ଚର୍ଚ୍ଚା ହେଉଛି ଯେ ଏଥିରେ  କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୭୦୦ ସିରିଜ୍‌ର ପ୍ରୋସେସର ଦିଆଯାଇଛି। ଏଥିରେ ବେଜଲ୍‌ ଡିସ୍‌ପ୍ଲେ ସହ ପପ୍‌ ଅପ୍‌ କ୍ୟାମେରା ସିଷ୍ଟମ ଦିଆଯାଇଛି। କିଛି ରିପୋର୍ଟ ଅନୁଯୀୟୀ, ଏହାର ବ୍ୟାକ୍‌ରେ ୬୪mpର ପ୍ରାଇମେରୀ କ୍ୟାମେରା ରହିବ। ଏଥିସହ କମ୍ପାନୀ ରିୟର୍‌ରେ ସର୍କୁଲାର କ୍ୟାମେରା ମଡ୍ୟୁଲ୍‌ ମଧ୍ୟ ଦେଇପାରେ।

Advertisment

କମ୍ପାନୀ Nokia 2.2ର ଅପ୍‌ଗ୍ରେଡ ଭର୍ସନ Nokia 2.3 ବି ଲଞ୍ଚ୍‌ କରିପାରେ ବୋଲି ମଧ୍ୟ ଆଲୋଚନା ଚାଲିଛି । କିଛିଦିନ ତଳେ ହିଁ କମ୍ପାନୀ Nokia 2.2ର ମୂଲ୍ୟ ଭାରତରେ କମ୍‌ କରିଦେଇଥିଲା। ଏବେ ଏବି ଫୋନ୍‌ ଭାରତୀୟ ବଜାରରେ ୫ ହଜାର ୯୯୯ ଟଙ୍କାରେ ଉପଲବ୍ଧ। ଏହି ମୂଲ୍ୟ 2GB/16GB ଭ୍ୟାରିୟାଣ୍ଟର ରଖାଯାଇଛି। ସେହିପରି ଏହାର 3GB/16GB ଭ୍ୟାରିୟାଣ୍ଟର ମୂଲ୍ୟ ୬ ହଜାର ୯୯୯ ଟଙ୍କା ରଖାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe