/odisha-reporter/media/post_attachments/uploads/2020/04/lpg_cylinder.jpg)
lpg_cylinder
ନୂଆଦିଲ୍ଲୀ: ସାରା ଦେଶ ଏବଂ ଲକ୍ଡାଉନ୍। କରୋନା ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନିଆ ଲକ୍ଡାଉନ୍ ପାଳନ କରୁଛି ଦେଶ। ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଏଚପିସିଏଲ, ବିପିସିଏଲ ଓ ଆଇଓସି ଭଳି ବିନା ସବସିଡି ଗ୍ୟାସର ଦର କମାଇଛନ୍ତି। ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୬୧.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୮୦୫.୫୦ ପଇସାରୁ କମି ୭୪୪ ଟଙ୍କା ହୋଇଛି। ପ୍ରାକୃତିକ ଗ୍ୟାସର ଦାମ କମିବା ପରେ ସରକାର ଏଲପିଜି ଗ୍ୟାସର ଦାମ କମାଇଛନ୍ତି। ଏପ୍ରିଲ ୧ରୁ ଏହି ନୂଆ ଦର ଲାଗୁ କରିଛନ୍ତି ତୈଳ କମ୍ପାନୀମାନେ।
Advertisment
ଦିଲ୍ଲୀ ବ୍ୟତୀତ କୋଲକାତାରେ ଏହି ସବସିଡି ଗ୍ୟାସର ଦାମ ୭୪୪.୫୦ ପଇସା, ମୁମ୍ୱାଇରେ ୭୧୪.୫୦ ପଇସା ଏବଂ ଚେନ୍ନାଇରେ ୭୬୧.୫୦ ପଇସା ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
