Advertisment

୫ ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ୍‌

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସୋମବାର ବିମାନ ଇନ୍ଧନ ଏବଂ ଅଣ ସବ୍‌ସିଡିଯୁକ୍ତ ରନ୍ଧନ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି ପାଇଛି। ପ୍ରତି ସିଲିଣ୍ଡର ପିଛା ଦର ୫ ଟଙ୍କା ବୃଦ୍ଧି ପାଇ ଥିବା ବେଳେ ଏବେ ଏହାର ମୂଲ୍ୟ ୭୦୬ ଟଙ୍କା ୫୦ ପଇସା ହୋଇଛି। ସେହିପରି ବିମାନ ଇନ୍ଧନ ମୂଲ୍ୟ ଏକ କିଲୋଲିଟର ପିଛା ୬୭୭.୧ ଟଙ୍କା ବୃଦ୍ଧି ପାଇ ୬୩, ୪୭୨ ଟଙ୍କା ୨୨ ପଇସାରେ ପହଞ୍ଚିଛି। ମାର୍ଚ୍ଚ ୧ରେ ଏହି ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର […]

୫ ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ୍‌

Untitled-2

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସୋମବାର ବିମାନ ଇନ୍ଧନ ଏବଂ ଅଣ ସବ୍‌ସିଡିଯୁକ୍ତ ରନ୍ଧନ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି ପାଇଛି। ପ୍ରତି ସିଲିଣ୍ଡର ପିଛା ଦର ୫ ଟଙ୍କା ବୃଦ୍ଧି ପାଇ ଥିବା ବେଳେ ଏବେ ଏହାର ମୂଲ୍ୟ ୭୦୬ ଟଙ୍କା ୫୦ ପଇସା ହୋଇଛି। ସେହିପରି ବିମାନ ଇନ୍ଧନ ମୂଲ୍ୟ ଏକ କିଲୋଲିଟର ପିଛା ୬୭୭.୧ ଟଙ୍କା ବୃଦ୍ଧି ପାଇ ୬୩, ୪୭୨ ଟଙ୍କା ୨୨ ପଇସାରେ ପହଞ୍ଚିଛି।
ମାର୍ଚ୍ଚ ୧ରେ ଏହି ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୪୨ ଟଙ୍କା ୫ ପଇସା ବୃଦ୍ଧି ପାଇଥିଲା। ସୂଚନାଯୋଗ୍ୟ ସରକାରଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ବର୍ଷକୁ ୧୨ଟି ସବ୍‌ସିଡିଯୁକ୍ତ ରନ୍ଧନଗ୍ୟାସ୍‌ ସିଲିଣ୍ଡର ପ୍ରଦାନ କରାଯାଉଥିବା ବେଳେ ଏହାର ଦାମ୍‌ ବର୍ତ୍ତମାନ ୪୯୫ ଟଙ୍କା ୮୬ ପଇସା ରହିଛି।  ପ୍ରତିମାସ ପହିଲାରେ ବିମାନ ଇନ୍ଧନ ଏବଂ ରନ୍ଧନ ଗ୍ୟାସ ଦର ସଂଶୋଧନ କରାଯାଉଥିବା ବେଳେ ଏହି ଧାରା ୨୦୧୬ ମସିହାରୁ ଲାଗୁ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe