Dal
କିଛି ଦିନ ହେବ ଉପର ମୁହାଁ ରହିଛି ଟମାଟୋ ଦର। କିଲୋ ପିଛା ୨୦୦-୩୦୦ ଦାମରେ ବିକ୍ରି ହେଉଛି। କେବଳ ଟମାଟୋ କାହିଁକି, ରୋଷେଇ ଘରର ଅନ୍ୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀ, ରସୁଣ-ଅଦାଠୁ ନେଇ ଶସ୍ୟ ଜାତୀୟ ଖାଦ୍ୟ ପଦାର୍ଥର ଦାମ୍ ମଧ୍ୟ ବୃଦ୍ଧି ପାଇଛି। କେବଳ ଆଳୁକୁ ବାଦ୍ ଦେଲେ ଅନ୍ୟ ସବୁ ସାମଗ୍ରୀ ଦର ଦୃଦ୍ଧି ସାଧାରଣ ଜନତାକୁ ଚିନ୍ତାରେ ପକାଇଛି।
ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଏହି ସପ୍ତାହରେ ସଂସଦକୁ କହିଛି ଯେ, ହରଡ଼ ଡାଲିର ମୂଲ୍ୟ ସର୍ବାଧିକ ୨୮% ବୃଦ୍ଧି ହୋଇଛି, ଚାଉଳ (୧୦.୫%%), ବିରି ଡାଲି ଏବଂ ଆଟା (ପ୍ରତ୍ୟେକ ୮%) ବୃଦ୍ଧି ପାଇଛି। ଗୁରୁବାର ଚାଉଳର ଖୁଚୁରା ମୂଲ୍ୟ ଗତ ବର୍ଷ କିଲୋଗ୍ରାମ ପିଛା ୩୭ ଟଙ୍କା ଥିବାବେଳେ ଏଥର ୪୧ ଟଙ୍କା ରହିଛି। ଘରୋଇ ଉତ୍ପାଦନରେ ହ୍ରାସ କାରଣରୁ ହରଡ ଡାଲି ମୂଲ୍ୟ ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ ଦର୍ଶାଇଛି। ମନ୍ତ୍ରଣାଳୟ ଏହା କହିଛି ଯେ, ୨୦୨୨-୨୩ ଫସଲ ବର୍ଷ ପାଇଁ କୃଷି ମନ୍ତ୍ରଣାଳୟର ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ ଗତ ଫସଲ ବର୍ଷରେ ୪୨.୨ ଲକ୍ଷ ଟନ୍ ତୁଳନାରେ ହରଡ଼ ଡାଲି ଉତ୍ପାଦନ ୩୪.୩ ଲକ୍ଷ ଟନ୍। ତେଣୁ ସ୍ୱାଭିବକ ହରଡ଼ ଡାଲି ଦର ବୃଦ୍ଧି ଘଟିଛି।
ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ମୂଲ୍ୟ ମନିଟରିଂ ସେଲ୍ ଅନୁଯାୟୀ, ଗୁରୁବାର ହରଡ଼ ଡାଲିର ହାରାହାରି ଖୁଚୁରା ମୂଲ୍ୟ କିଲୋ ପ୍ରତି ୧୩୬ ଟଙ୍କା ରହିଛି, ଯାହା ଗତ ବର୍ଷ ୧୦୬.୫୦ ଟଙ୍କା ଥିଲା। ସେହିପରି ବିରି ଡାଲି ଦର ୧୦୬.୫୦ରୁ ୧୧୪ ଟଙ୍କାକୁ ବୃଦ୍ଧି ପାଇଛି। ଗତ ବର୍ଷ ୧୧୧ ଟଙ୍କା ତୁଳନାରେ ମୁଗ ଡାଲିର ବର୍ତ୍ତମାନ କିଲୋଗ୍ରାମର ମୂଲ୍ୟ ୧୨୦ ଟଙ୍କା ରହିଛି। ପନିପରିବା ମଧ୍ୟରେ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ଆଳୁର ହାରାହାରି ଖୁଚୁରା ମୂଲ୍ୟ ଗତ ବର୍ଷ ତୁଳନାରେ ପ୍ରାୟ ୧୨% କମ୍ ଥିବାବେଳେ ପିଆଜର ମୂଲ୍ୟ ପ୍ରାୟ ୫% ଅଧିକ ରହିଛି।
ଟମାଟୋର ମୂଲ୍ୟ ଉପରେ ମନ୍ତ୍ରଣାଳୟ କହିଛି, ଫସଲ ଋତୁ ନାହିଁ, ଉତ୍ପାଦନ ହ୍ରାସ, ଦେଶର ଉତ୍ତର ଭାଗରେ ମୌସୁମୀ ବର୍ଷା ଶୀଘ୍ର ଆସିଯିବାରୁ ଟମାଟୋ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁସାରେ, ଗୁରୁବାର ଟମାଟୋର ହାରାହାରି ମୂଲ୍ୟ କିଲୋ ପିଛା ୧୪୦ ଟଙ୍କା ରହିଛି, କିନ୍ତୁ ଗତ ବର୍ଷ ଏହି ସମୟରେ ଟମାଟୋ ମୂଲ୍ୟ ମାତ୍ର ୩୪ ଟଙ୍କା ଥିଲା। ଉତ୍ତରପ୍ରଦେଶର ବୁଲନ୍ଦସରରେ ସର୍ବାଧିକ ଟମାଟୋ ମୂଲ୍ୟ ୨୫୭ ଟଙ୍କା ହୋଇଥିବାବେଳେ ଦିଲ୍ଲୀରେ ୨୧୩ ଟଙ୍କା ଏବଂ ମୁମ୍ବାଇରେ ୧୫୭ ଟଙ୍କା ବିକ୍ରି ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us