Advertisment

ନଭେମ୍ୱର ୨୪ରେ ଇପିଏଫ‌୍‍ଓର ସୁଧ ଘୋଷଣା

ନୂଆଦିଲ୍ଲୀ: ଅବସର ପାଣ୍ଠି ସଂସ୍ଥା ଇପିଏଫ‌୍‍ଓ ନଭେମ୍ୱର ୨୪ରେ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଭବିଷ୍ୟନିଧି ପାଣ୍ଠି (ପିଏଫ‌୍‍) ସୁଧହାର ଘୋଷଣା କରିବ। ନଭେମ୍ୱର ୨୪ରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂସ୍ଥା (ଇପିଏଫ‌୍‍ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ୨୦୯ତମ ବୈଠକ ଅନୁଷ୍ଠିତ ହେବ। ପିଏଫ‌୍‍ ସୁଧ ହାର ନିର୍ଦ୍ଧାରଣ ନେଇ ଆଗତ ପ୍ରସ୍ତାବ ଉପରେ ଆଲୋଚନା ହେବ। ଏଥିରେ ସୁଧହାରକୁ ମଧ୍ୟ ଅନୁମୋଦନ ମିଳିବ। ସୂଚନାଯୋଗ୍ୟ, ୨୦୧୩-୧୪ ଓ ୨୦୧୪-୧୫ ଆର୍ଥିକ ବର୍ଷରେ ଇପିଏଫ‌୍‍ଓ ଏହାର […]

ନଭେମ୍ୱର ୨୪ରେ ଇପିଏଫ‌୍‍ଓର ସୁଧ ଘୋଷଣା

currency

Advertisment

ନୂଆଦିଲ୍ଲୀ: ଅବସର ପାଣ୍ଠି ସଂସ୍ଥା ଇପିଏଫ‌୍‍ଓ ନଭେମ୍ୱର ୨୪ରେ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଭବିଷ୍ୟନିଧି ପାଣ୍ଠି (ପିଏଫ‌୍‍) ସୁଧହାର ଘୋଷଣା କରିବ। ନଭେମ୍ୱର ୨୪ରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂସ୍ଥା (ଇପିଏଫ‌୍‍ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ୨୦୯ତମ ବୈଠକ ଅନୁଷ୍ଠିତ ହେବ। ପିଏଫ‌୍‍ ସୁଧ ହାର ନିର୍ଦ୍ଧାରଣ ନେଇ ଆଗତ ପ୍ରସ୍ତାବ ଉପରେ ଆଲୋଚନା ହେବ। ଏଥିରେ ସୁଧହାରକୁ ମଧ୍ୟ ଅନୁମୋଦନ ମିଳିବ।

Advertisment

ସୂଚନାଯୋଗ୍ୟ, ୨୦୧୩-୧୪ ଓ ୨୦୧୪-୧୫ ଆର୍ଥିକ ବର୍ଷରେ ଇପିଏଫ‌୍‍ଓ ଏହାର ଉପଭୋକ୍ତାଙ୍କୁ ପିଏଫ‌୍‍ ଉପରେ ୮.୭୫ ପ୍ରତିଶତ ସୁଧ ପ୍ରଦାନ କରିଥିଲା। ଆଗାମୀ ବୈଠକରେ ସିବିଟି ପିଏଫ‌୍‍ ସୁଧହାର ନିଷ୍ପତ୍ତି ନେବା ପରେ ଅର୍ଥ ମନ୍ତ୍ରାଳୟ ଅନୁମୋଦନ ପାଇଁ ଏହାକୁ ପଠାଯିବ। ଅର୍ଥ ମନ୍ତ୍ରାଳୟ ଅନୁମୋଦନ ପରେ ସୁଧହାର ନେଇ ବିଜ୍ଞପ୍ତି ଜାରି ହେବ। ଏହା ପରେ ଇପିଏଫ‌୍‍ଓର ୫ କୋଟି ଉପଭୋକ୍ତାଙ୍କ ଆକାଉଣ୍ଟରେ ସୁଧ ଜମା ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe