ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଆଶ୍ଚର୍ଯ୍ୟ ଲାଗୁଛି? କିନ୍ତୁ ସତ। ବର୍ତ୍ତମାନ ଏଭଳି ହେଉଛି। ସୁନା ଗହଣା ଭଳି ସୌଖୀନ ତଥା ବିଳାସମୟ ଉତ୍ପାଦକୁ ଲୋକେ ଦେଖି ପରଖି କିଣିବା ପାଇଁ ପସନ୍ଦ କରୁଥିଲେ ମଧ୍ୟ ଏବେ ତାହାର ଟ୍ରେଣ୍ଡ୍ ବଦଳିଲାଣି। ଲୋକେ ହଜାର ହଜାର ଟଙ୍କାର ସୁନା ନକିଣି ଟଙ୍କେ ମୂଲ୍ୟର ସୁନା କିଣୁଛନ୍ତି।
ସରକାରୀ ନୀତିନିୟମ, ଖୁଚୁରା ବଜାରରେ ଚଢ଼ାଦର ଏବଂ ଅସଲି ନକଲି ବାଛିବାରେ ଅସୁବିଧା ଆଦି କାରଣରୁ ଏବେ ସୁନାର ଚାହିଦା ହ୍ରାସ ପାଇଛି। ଏଭଳି କ୍ଷେତ୍ରରେ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ରିଟେଲରମାନେ ଅନ୍ଲାଇନ୍ ପ୍ଲାଟ୍ଫର୍ମ ବାଛିନେଲେଣି।
ଏହି ପ୍ଲାଟଫର୍ମ ୩ ବର୍ଷ ହେବ ଆରମ୍ଭ ହୋଇଥିବାବେଳେ ଏବେ ସୁଦ୍ଧା ପ୍ରାୟ ୩୦ ଲକ୍ଷ ଲୋକ ଏଥିରେ କାରବାର କରିସାରିଲେଣି। ଏହାକୁ ବର୍ଷେ ମଧ୍ୟରେ ଦେଢ଼ କୋଟିରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମାଥୁର କହିଛନ୍ତି।
ସୂଚନା ଅନୁସାରେ ୨୦୧୮ ଜାନୁୟାରୀରୁ ସେପ୍ଟେମ୍ବରରେ ଦେଶରେ ୫୨୪ ଟନ ସୁନା ବିକ୍ରି ହୋଇଛି। ୨୦୧୦ରେ ମୋଟ ୧୦୦୨ ଟନ ସୁନା ବିକ୍ରି ହୋଇଥିବା ବେଳେ ୨୦୧୭ରେ ଏଥିରେ ୨୩% ହ୍ରାସ ପାଇଛି।
ଏଭଳି ସ୍ଥଳେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ କମ୍ପାନୀମାନେ ୧୦୦ ମିଲିଗ୍ରାମ୍ର ସୁନା ଓ ରୁପା କଏନ୍ ବାହାର କଲେଣି। ଅଗଷ୍ଟରେ ଗୁଗୁଲ୍, ଗେନ୍ ଆଣ୍ଡ୍ କୋ. ଭଳି ସଂସ୍ଥା ପ୍ରକାଶ କରଥିବା ତଥ୍ୟ ଅନୁସାରେ ଖୁବ ଶୀଘ୍ର ପ୍ରାୟ ୫୦ କୋଟି ଭାରତୀୟ ଅନ୍ଲାଇନ୍ ପ୍ଲାଟ୍ଫର୍ମରେ ସୁନା କ୍ରୟ କରିବେ।