Advertisment

ଏବେ ଜିଓ-ସିନେମା ଆପରେ ଦେଖନ୍ତୁ ଡିଜନୀର ମ୍ୟାଜିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରିଲାଏନ୍ସ ଜିଓ ର ଡିଜିଟାଲ ଆପ୍ ଜିଓ-ସିନେମା ଏବଂ ଡିଜନୀ ଇଣ୍ଡିଆ ଏବେ ମିଳିତ ଭାବରେ ସବୁ ବୟସର ଲୋକମାନଙ୍କ ପାଇଁ ଡିଜନୀ, ପିକସର,ମାର୍ଭେଲ ଓ ଲୁକାଶ ଫିଲ୍ମ ଭଳି ଲୋକପ୍ରିୟ କାହାଣୀ ଓ ଚରିତ୍ର ସବୁକୁ ଜିଓ ଉପଭୋକ୍ତାମାନଙ୍କୁ ପ୍ରଦାନ କରିବେ। ପ୍ରଥମଥର ପାଇଁ ଜିଓ-ସିନେମା ଆପ୍ର ହୋମ ପୃଷ୍ଠାରେ ଏକ ସ୍ୱତନ୍ତ୍ର ଡିଜନୀ ସେକ୍ସନ ରହିବ ଯେଉଁଥିରେ ସିନେମା, ଆନିମେସନ, ଧାରାବାହିକ ଏବଂ ଶର୍ଟସ ବା କ୍ଷୁଦ୍ର ଫିଲ୍ମ ଭଳି ବ୍ୟାପକ […]

ଏବେ ଜିଓ-ସିନେମା ଆପରେ ଦେଖନ୍ତୁ ଡିଜନୀର ମ୍ୟାଜିକ

jio-cinemmaa

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରିଲାଏନ୍ସ ଜିଓ ର ଡିଜିଟାଲ ଆପ୍ ଜିଓ-ସିନେମା ଏବଂ ଡିଜନୀ ଇଣ୍ଡିଆ ଏବେ ମିଳିତ ଭାବରେ ସବୁ ବୟସର ଲୋକମାନଙ୍କ ପାଇଁ ଡିଜନୀ, ପିକସର,ମାର୍ଭେଲ ଓ ଲୁକାଶ ଫିଲ୍ମ ଭଳି ଲୋକପ୍ରିୟ କାହାଣୀ ଓ ଚରିତ୍ର ସବୁକୁ ଜିଓ ଉପଭୋକ୍ତାମାନଙ୍କୁ ପ୍ରଦାନ କରିବେ। ପ୍ରଥମଥର ପାଇଁ ଜିଓ-ସିନେମା ଆପ୍ର ହୋମ ପୃଷ୍ଠାରେ ଏକ ସ୍ୱତନ୍ତ୍ର ଡିଜନୀ ସେକ୍ସନ ରହିବ ଯେଉଁଥିରେ ସିନେମା, ଆନିମେସନ, ଧାରାବାହିକ ଏବଂ ଶର୍ଟସ ବା କ୍ଷୁଦ୍ର ଫିଲ୍ମ ଭଳି ବ୍ୟାପକ ବର୍ଗରେ ମନୋରଞ୍ଜନ କଣ୍ଟେଣ୍ଟ ଉପଲବ୍ଧ ହେବ।

Advertisment

ଏହି ସହଭାଗିତା ଫଳରେ ଜିଓ ଉପଭୋକ୍ତାମାନେ ଏବେ ଡିଜନୀର କ୍ଲାସିକଗୁଡ଼ିକ ଠାରୁ ଆରମ୍ଭ କରି ପିକସର ଆନିମେସନ, ମରବେଲର ସିନେମା ଏବଂ ଷ୍ଟାର ୱାରସ ଭଳି କାହାଣୀ ସମେତ ଅନ୍ତର୍ଜାତୀୟ ଓ ସ୍ଥାନୀୟ ଭାବେ ନିର୍ମିତ ଅନେକ ମନୋରଞ୍ଜନଧର୍ମୀ କଣ୍ଟେଣ୍ଟ ଏକାସାଙ୍ଗରେ ଉପଭୋଗ କରିପାରିବେ। ସମ୍ପୂର୍ଣ୍ଣ ପରିବାର ପାଇଁ ସବୁ ପ୍ରକାରର କଣ୍ଟେଣ୍ଟ ଉପଲବ୍ଧ ହେଉଥିବା ଏହି ଆପରେ ପିଲା ଏବଂ କିଶୋରମାନଙ୍କ ପାଇଁ ବିବିଧ ଧାରାବାହିକ ଓ ସିନେମା ସହିତ 'ମାର୍ଭେଲ କିଡସ ଆନିମେସନ ଶୋ'ର ବିଭିନ୍ନ ଅଧ୍ୟାୟ ରହିଛି।

ଏଥିସହିତ ଦର୍ଶକମାନେ ଡିଜନୀ, ମାର୍ଭେଲ, ପିକସର କିମ୍ବା ଷ୍ଟାରୱାରସ ଓ ଲୋକପ୍ରିୟ ଚରିତ୍ର ମିକି ମାଉସ, କ୍ୟାପଟେନ ଆମେରିକା ଓ ମ୍ୟାକକ୍ୱିନ ଭଳି ନିଜ ପସନ୍ଦର ଯେକୌଣସି ଚରିତ୍ର ଆଧାରିତ ସମସ୍ତ ସିନେମା ଓ କଣ୍ଟେଣ୍ଟ ଏକାଠି ଦେଖିପାରିବେ।

Advertisment

ଜିଓ ସିନେମାରେ ଏବେ ଉପଲବ୍ଧ ହେଉଥିବା ଡିଜନୀର ଲୋକପ୍ରିୟ କାହାଣୀଗୁଡ଼ିକ ମଧ୍ୟରେ ଅଛି ଦି ଜଙ୍ଗଲ ବୁକ, ଦି ଲାୟନ କିଙ୍ଗ ଏବଂ ସିଣ୍ଡ୍ରେଲା, ସ୍ନୋ ହ୍ୱାଇଟ ଓ ସେଭେନ ଡ୍ୱାର୍ଫସ, ସ୍ଲିପିଙ୍ଗ ବିଉଟି ଇତ୍ୟାଦି। ଆନ୍ତର୍ଜାତୀୟ କଣ୍ଟେଣ୍ଟ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଏଥିରେ ରହିଛି ହାନା ମଣ୍ଟାନା, ଡିସେଣ୍ଡାଣ୍ଟସ ଭଳି ଲୋକପ୍ରିୟ ଅରିଜିନାଲ ସିନେମା ଏବଂ ଅନେକ କିଛି। ସେହିଭଳି ଷ୍ଟାର ୱାର ୟୂନିଭର୍ସର ଶ୍ରେଷ୍ଠ ସିନେମା ସମୂହ, ଆଇରନ ମ୍ୟାନ, ଥର, କ୍ୟାପଟେନ ଆମେରିକା - ଦି ଫାଷ୍ଟ ଆଭେଞ୍ଜର ଆଦି ସୁପର ହିରୋମାନଙ୍କ କାହାଣୀର ସିନେମା ଓ ଆନିମେସନ ଧାରାବାହିକ ଏଥିରେ ଉପଲବ୍ଧ ହେଉଛି। ବିଗତ ନବେ ବର୍ଷ ମଧ୍ୟରେ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୫୦ରୁ ଉର୍ଦ୍ଧ୍ଵ ସିନେମା ଜିଓ-ସିନେମାରେ ଉପଲବ୍ଧ ରହିଛି ବୋଲି ଜିଓ ପକ୍ଷରୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe