Advertisment

୫ ସେକେଣ୍ଡରେ ଉଭେଇଯିବ ହ୍ୱାଟ୍ସଆପ୍‌ ମେସେଜ୍

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍ ସବୁବେଳେ କିଛି ନା କିଛି ନୂଆ ଫିଚର୍ ଆଣିଥାଏ। କିଛି ଦିନ ତଳେ ହ୍ୱାଟ୍ସଆପ୍ ଷ୍ଟାଟସ୍‌କୁ ଫେସବୁକ୍‌ରେ ଶେଆର କରିବାର ଫିଚର୍ ଆସିଥିଲା। ଏବେ ଏହା ଆଉ ଏକ ଫିଚର୍ ଆଣିବାକୁ ଯାଉଛି। ଏହି ଫିଚର୍ ସ୍ନାପଚ୍ୟାଟ୍‌ର ଏକ ଫିଚର୍ ସହ ମେଳ ଖାଉଛି। କମ୍ପାନୀ ଏହାର ନାଁ ‘Disappearing Messages’ ରଖିଛି। ସୂଚନା ଅନୁଯାୟୀ, ଏହି ନୂଆ ଫିଚର୍‌କୁ ଖୁବ୍‌ଶୀଘ୍ର ଉପଲବ୍ଧ କରାଯିବ। ସର୍ବପ୍ରଥମେ ଏହା Whatsaap Beta […]

ଅଦ୍ୟତନ ହୋଇଛି
୫ ସେକେଣ୍ଡରେ ଉଭେଇଯିବ ହ୍ୱାଟ୍ସଆପ୍‌ ମେସେଜ୍

whatsap

Advertisment

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍ ସବୁବେଳେ କିଛି ନା କିଛି ନୂଆ ଫିଚର୍ ଆଣିଥାଏ। କିଛି ଦିନ ତଳେ ହ୍ୱାଟ୍ସଆପ୍ ଷ୍ଟାଟସ୍‌କୁ ଫେସବୁକ୍‌ରେ ଶେଆର କରିବାର ଫିଚର୍ ଆସିଥିଲା। ଏବେ ଏହା ଆଉ ଏକ ଫିଚର୍ ଆଣିବାକୁ ଯାଉଛି। ଏହି ଫିଚର୍ ସ୍ନାପଚ୍ୟାଟ୍‌ର ଏକ ଫିଚର୍ ସହ ମେଳ ଖାଉଛି। କମ୍ପାନୀ ଏହାର ନାଁ ‘Disappearing Messages’ ରଖିଛି।

Advertisment

ସୂଚନା ଅନୁଯାୟୀ, ଏହି ନୂଆ ଫିଚର୍‌କୁ ଖୁବ୍‌ଶୀଘ୍ର ଉପଲବ୍ଧ କରାଯିବ। ସର୍ବପ୍ରଥମେ ଏହା Whatsaap Beta ୟୁଜରଙ୍କ ପାଇଁ ଉପଲବ୍ଧ ହେବ। ଏହି ଫିଚର୍ ଆସିବା ପରେ ଆପଣଙ୍କ ହ୍ୱାଟ୍ସଆପ୍‌ର ଚ୍ୟାଟ୍‌ବକ୍ସରୁ ମେସେଜ୍‌ ଉଭେଇଯିବ। ‘Disappearing Messages’ରେ ୟୁଜର ନିଜ ମେସେଜ୍‌କୁ ଡିଲିଟ୍‌ କରିବା ପାଇଁ ଟାଇମ୍ ସେଟ୍‌ କରିପାରିବେ, ଯାହାକି ୫ ସେକେଣ୍ଡରୁ ୧ ଘଣ୍ଟା ଭିତରେ ହୋଇପାରିବ। ଅର୍ଥାତ୍ ଆପଣ ଯେତିକି ଟାଇମ୍‌ ଲିମିଟ୍‌ ସେଟ୍‌ କରିବେ ମେସେଜ୍‌ ସେତିକି ସମୟ ଭିତରେ ଡିଲିଟ୍ ହୋଇଯିବ।

ମନେ ରଖନ୍ତୁ, ଏହି ଫିଚର୍‌ ଥରେ ବ୍ୟବହାର କଲେ ଏହା ଆପଣଙ୍କ ସମସ୍ତ ମେସେଜ୍‌ ପାଇଁ କାମ କରିବ। ଏହା କୌଣସି ନିର୍ଦ୍ଦିଷ୍ଟ ମେସେଜ୍ ପାଇଁ କାମ କରିବ ନାହିଁ। ଏଥିସହ ମେସେଜ୍‌ ଥରେ ରିମୁଭ୍ ହେବା ପରେ ଆଉ ରିକୋଭରି ହେଇପାରିବ ନାହିଁ। କମ୍ପାନୀ ଏହି ଫିଚର୍ ଜରିଆରେ ୟୁଜରଙ୍କ ଚ୍ୟାଟ୍‌ର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବାକୁ ଚାହୁଁଛି। ଏହି ଫିଚର୍ ଏବେ କେବେଳ ଆଣ୍ଡ୍ରଏଡ୍‌ ୟୁଜରଙ୍କୁ ଦିଆଯିବ। କିନ୍ତୁ ଆଶା କରାଯାଉଛି, ଆଇଓଏସ୍‌ ୟୁଜରଙ୍କ ପାଇଁ ମଧ୍ୟ ଏହା ଖୁବ୍‌ଶୀଘ୍ର ଉପଲବ୍ଧ କରାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe