ମୋଦି ସରକାରଙ୍କ ସମୟରେ ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ଦୁଇଗୁଣ ବଢ଼ିବ
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ଭାରତରେ ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ପ୍ରାୟ ୨ ଗୁଣ ବୃଦ୍ଧି ପାଇବ। ବର୍ତ୍ତମାନର ମୋଦି ସରକାରଙ୍କ ୫ ବର୍ଷର ଶାସନ କାଳ ଶେଷ ହେବା ଭିତରେ ଦେଶରେ ଆୟକରଦାତାଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇବ। ଫଳରେ ଏହା ୭ କୋଟି ୫୦ ଲକ୍ଷରେ ପହଞ୍ଚିବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଗୁରୁବାର ଏଭଳି କହିଛନ୍ତି। କଳାଧନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଯେଉଁ ସବୁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ତାହା ହିଁ ଏହି […]
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ଭାରତରେ ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ପ୍ରାୟ ୨ ଗୁଣ ବୃଦ୍ଧି ପାଇବ। ବର୍ତ୍ତମାନର ମୋଦି ସରକାରଙ୍କ ୫ ବର୍ଷର ଶାସନ କାଳ ଶେଷ ହେବା ଭିତରେ ଦେଶରେ ଆୟକରଦାତାଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇବ। ଫଳରେ ଏହା ୭ କୋଟି ୫୦ ଲକ୍ଷରେ ପହଞ୍ଚିବ।
କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଗୁରୁବାର ଏଭଳି କହିଛନ୍ତି। କଳାଧନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଯେଉଁ ସବୁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ତାହା ହିଁ ଏହି ଟିକସଦାତାଙ୍କ ସଂଖ୍ୟାକୁ ବୃଦ୍ଧି କରିବ।