Advertisment

ଭାରତରେ ବଢୁଛି ଧନୀଙ୍କ ଧନ; ବାର୍ଷିକ ୧୦ କୋଟିରୁ ଊର୍ଦ୍ଧ୍ୱ ଆୟକାରୀଙ୍କ ସଂଖ୍ୟା ୬୩% ବୃଦ୍ଧି

ଭାରତରେ ପ୍ରାୟ ୩୧ ହଜାର ୮୦୦ ଜଣ ଲୋକ ଅଛନ୍ତି ଯେଉଁମାନେ ବର୍ଷକୁ ୧୦ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Coins

Coins

ଭାରତରେ ବୃଦ୍ଧି ପାଉଛି ବାର୍ଷିକ ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା। ଗତ ୫ ବର୍ଷ ମଧ୍ୟରେ ଏହି ସଂଖ୍ୟା ୬୩% ବୃଦ୍ଧି ଘଟିଥିବା ସେଣ୍ଟ୍ରମ୍ ଇନଷ୍ଟିଚ୍ୟୁସନାଲ ରିସର୍ଚ୍ଚ ରିପୋର୍ଟ କରିଛି।

Advertisment

ରିପୋର୍ଟ ଅନୁସାରେ, ଭାରତରେ ପ୍ରାୟ ୩୧ ହଜାର ୮୦୦ ଜଣ ଲୋକ ବାର୍ଷିକ ୧୦ କୋଟିରୁ ଅଧିକ ରୋଜଗାର କରନ୍ତି। ଏହି ସଂଖ୍ୟା ଗତ ପାଞ୍ଚ ବର୍ଷ ମଧ୍ୟରେ ୬୩% ବୃଦ୍ଧି ପାଇଛି। ସେହିପରି ବର୍ଷକୁ ୫ କୋଟିରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୯% ବୃଦ୍ଧି ଘଟି ୫୮ ହଜାର ୨୦୦ରେ ପହଞ୍ଚି ଥିବାବେଳେ ୫୦ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ୨୫% ବୃଦ୍ଧି ପାଇ ୧୦ ଲକ୍ଷରେ ପହଞ୍ଚିଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଆର୍ଥିକ ବର୍ଷ ୨୦୧୯ରୁ ୨୦୨୪ ମଧ୍ୟରେ ବର୍ଷକୁ ୫୦ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ମୋଟ ଆୟ ୬୪% ବୃଦ୍ଧି ହୋଇ ୪୯ ଲକ୍ଷ କୋଟିରେ ପହଞ୍ଚିଛି। ସେହିପରି ଏହି ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ମୋଟ ଆୟ ୧୨୧% ବୃଦ୍ଧି ପାଇ ୩୮ ଲକ୍ଷ କୋଟିରେ ପହଞ୍ଚି ଥିବାବେଳେ ୫ କୋଟିରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ଆୟ ୧୦୬% ବୃଦ୍ଧି ପାଇ ୪୦ ଲକ୍ଷ କୋଟି ଟଙ୍କା ହୋଇଛି।

Advertisment

ରିପୋର୍ଟକୁ ଯଦି ଦେଖିବା ୫୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୫% ବୃଦ୍ଧି ହୋଇ ପ୍ରାୟ ୧୦ ଲକ୍ଷରେ ପହଞ୍ଚିଛି। 

ଇନଷ୍ଟିଚ୍ୟୁସନାଲ ରିସର୍ଚ୍ଚ ରିପୋର୍ଟ ପୂର୍ବାନୁମାନ କରିଛି ଯେ, ଭାରତରେ ଆଗକୁ ହାଇ ନେଟ୍ ୱର୍ଥ (HNI) ଏବଂ ଅଲ୍ଟ୍ରା ହାଇ ନେଟ୍ ୱର୍ଥ ବ୍ୟକ୍ତିବିଶେଷ (UHNI)ଙ୍କ ମିଳିତ ସମ୍ପତ୍ତି ହାରରେ ମଧ୍ୟ ବୃଦ୍ଧି ଘଟିବ। ୨୦୨୩ରେ ଏହା ୧.୨ ଲକ୍ଷ କୋଟି ଡଲାର ଥିବାବେଳେ ୨୦୨୮ ସୁଦ୍ଧା ୨.୨ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇବ। ଏହି ଉନ୍ନତି ହାର ବାର୍ଷିକ ୧୩-୧୪% ବୃଦ୍ଧି ପାଇବ। 

Indian Salary Hike Wealthy Indians Rich Indians Wealth Of Rich Indians India Earning Jump