Advertisment

ଆଇଓଟି ସମ୍ପର୍କିତ ପୁସ୍ତକ ଲେଖିଲେ ଯୁବ ଓଡ଼ିଆ ଇଞ୍ଜିନିୟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ସ୍ମାର୍ଟଫୋନ୍‌, କମ୍ପ୍ୟୁଟର କିମ୍ବା ଲାପ୍‌ଟପ୍‌ ଭଳି ଇଲେକ୍‌ଟ୍ରୋନିକ୍ ବା ଆଇଟି ପ୍ରଡକ୍ଟ୍ ନୁହେଁ। ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଚେୟାର, ଟେବୁଲ୍‌, ଡାଏନିଂ ଟେବୁଲ୍, ସୋଫା ଆଦି ବସ୍ତୁଗୁଡ଼ିକ ମଧ୍ୟ ଇଣ୍ଟରନେଟ୍‌ ଦ୍ୱାରା ସଂଯୋଗ ହୋଇପାରିବ। ଫଳରେ ଏହା ଅନ୍ୟ ଯାନ୍ତ୍ରିକ ଉପକରଣ ସହ ଯୋଗସୂତ୍ର ରକ୍ଷା କରିପାରିବ। ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍ ବା ଆଇଓଟି ପାଇଁ ଏହା ସମ୍ଭବ ହେବ। ଫଳରେ କୃଷି, ସ୍ୱାସ୍ଥ୍ୟସେବା, ସଡ଼କରେ ଟ୍ରାଫିକ୍ ନିୟନ୍ତ୍ରଣ, ପରିବେଶ […]

ଅଦ୍ୟତନ ହୋଇଛି
ଆଇଓଟି ସମ୍ପର୍କିତ ପୁସ୍ତକ ଲେଖିଲେ ଯୁବ ଓଡ଼ିଆ ଇଞ୍ଜିନିୟର

new-one

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ସ୍ମାର୍ଟଫୋନ୍‌, କମ୍ପ୍ୟୁଟର କିମ୍ବା ଲାପ୍‌ଟପ୍‌ ଭଳି ଇଲେକ୍‌ଟ୍ରୋନିକ୍ ବା ଆଇଟି ପ୍ରଡକ୍ଟ୍ ନୁହେଁ। ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଚେୟାର, ଟେବୁଲ୍‌, ଡାଏନିଂ ଟେବୁଲ୍, ସୋଫା ଆଦି ବସ୍ତୁଗୁଡ଼ିକ ମଧ୍ୟ ଇଣ୍ଟରନେଟ୍‌ ଦ୍ୱାରା ସଂଯୋଗ ହୋଇପାରିବ। ଫଳରେ ଏହା ଅନ୍ୟ ଯାନ୍ତ୍ରିକ ଉପକରଣ ସହ ଯୋଗସୂତ୍ର ରକ୍ଷା କରିପାରିବ। ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍ ବା ଆଇଓଟି ପାଇଁ ଏହା ସମ୍ଭବ ହେବ। ଫଳରେ କୃଷି, ସ୍ୱାସ୍ଥ୍ୟସେବା, ସଡ଼କରେ ଟ୍ରାଫିକ୍ ନିୟନ୍ତ୍ରଣ, ପରିବେଶ ସୁରକ୍ଷା, ଶକ୍ତି ସଂରକ୍ଷଣ ଆଦି ବିଭିନ୍ନ କାର୍ଯ୍ୟକୁ ସ୍ୱୟଂଚାଳିତ କରାଯାଇ ପାରିବ।

Advertisment

ଦିନକୁ ଦିନ ଏହି ଆଇଓଟିର ଆବଶ୍ୟକତା ଓ ଗୁରୁତ୍ୱ ବଢ଼ୁଥିବା ବେଳେ ଚଳିତ ବର୍ଷ ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ,  କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଏହି ଆଇଓଟିକୁ ପାଠ୍ୟକ୍ରମରେ ସ୍ଥାନିତ କରାଯାଇଛି।

ତେବେ ଏହାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୁବ ଲେଖକ ତଥା ଗବେଷକ ଇଞ୍ଜିନିୟର ସାଗର ପ୍ରଧାନ ଆଇଓଟି ଉପରେ ଏକ ପୁସ୍ତକ ଲେଖିଛନ୍ତି। ଇଂ ପ୍ରଧାନ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଏକ ଆମେରିକୀୟ କମ୍ପାନୀରେ ବରିଷ୍ଠର ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବେଳେ ପୁସ୍ତକଟି ଶେଷ ସପ୍ତାହରେ ଇଞ୍ଜିନିୟର ମାଇଣ୍ଡ୍‌(ଇଏମ୍‌) ପ୍ରକାଶନୀ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି।

Advertisment

ସୂଚନା ଅନୁସାରେ ଇଂ ପ୍ରଧାନ ପୂର୍ବରୁ ଇନ୍‌ଫୋସିସ୍‌ ଏବଂ ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ଭଳି ପ୍ରତିଷ୍ଠିତ ଆଇଟି ଫାର୍ମରେ ମଧ୍ୟ ଅଭିଜ୍ଞତା ଅର୍ଜନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe