ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’, ଭୁବନେଶ୍ୱରରେ ସ୍ଥାପନ ହେବ ‘ଓମଫେଡ୍ ଭେଣ୍ଡିଂମେସିନ୍‌’

ଦୁଗ୍ଧ ଉତ୍ପାଦନ ଓ ପ୍ରାଣୀ ସମ୍ପଦର ବିକାଶ ପାଇଁ ‘ବିକଶିତ ଭାରତ’ର ସଂକଳ୍ପ ନେଇ ଆଜି ଓଡ଼ିଶାରେ ପ୍ରଥମଥର ପାଇଁ ‘ମନସୁନ୍ ମିଟ୍‌’ ଆୟୋଜିତ ହୋଇଛି । ଓମଫେଡର ନୂଆ ଗୋଲ୍ଡ ପ୍ଲସ୍

New Omfed Gold Plus Milk Package

ଆସିଲା ଓମଫେଡର ନୂଆ ଗୋଲ୍ଡ ପ୍ଲସ୍

Ordigital Desk
  • Published: Friday, 13 September 2024
  • Updated: 13 September 2024, 08:42 PM IST

Sports

Latest News

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ’ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ୫ବର୍ଷ ପାଇଁ ଏହି ଯୋଜନାରେ ମୋଟ ୧୪୨୩.୪୭କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟବରାଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସଂସ୍ଥା ‘ଓମଫେଡ୍‌’ ମଧ୍ୟ ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ଏକ ଭେଣ୍ଡିଂ ମେସିନ୍ ସ୍ଥାପନ କରି ଲୋକଙ୍କୁ ଓମଫେଡ୍ ସାମଗ୍ରୀ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ।

ଦୁଗ୍ଧ ଉତ୍ପାଦନ ଓ ପ୍ରାଣୀ ସମ୍ପଦର ବିକାଶ ପାଇଁ ‘ବିକଶିତ ଭାରତ’ର ସଂକଳ୍ପ ନେଇ ଆଜି ଓଡ଼ିଶାରେ ପ୍ରଥମଥର ପାଇଁ ‘ମନସୁନ୍ ମିଟ୍‌’ ଆୟୋଜିତ ହୋଇଛି । ଏଥିରେ ୧୫ଟି ରାଜ୍ୟ ଯୋଗ ଦେଇଥିଲେ । ଏହି ମନସୁନ୍ ମିଟକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ରାଜ୍ୟରେ ନୂତନ ଭାବେ ଦାୟିତ୍ୱ ନେଇଥିବା ସରକାର ଏପର୍ଯ୍ୟନ୍ତ ୧୦୦ଦିନ ପୂରଣ କରିନାହିଁ କିନ୍ତୁ ରାଜ୍ୟ ସରକାର ସବୁ କ୍ଷେତ୍ରରେ କାୟାକଳ୍ପ ପରିବର୍ତ୍ତନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ରେ ଆଗାମୀ ୫ବର୍ଷ ପାଇଁ ୧୪୨୩.୪୭କୋଟି ଟଙ୍କା ବ୍ୟୟ କରାଯିବ । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହ ଦୁଗ୍ଧ ସମବାୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଜାତୀୟ ଡାଏରୀ ବିକାଶ ବୋର୍ଡ(ଏନଡିଡିବି) ସହ ଆଜି ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏନଡିଡିବି ସହଯୋଗରେ ରାଜ୍ୟ ସରକାର ବ୍ରହ୍ମପୁରଠାରେ ଏକ ଟୀକା ଉତ୍ପାଦନ କେନ୍ଦ୍ର(ଭାକସିନ୍ ପ୍ରଡକ୍ଟ ୟୁନିଟ) ଏବଂ ଭୁବନେଶ୍ୱରରେଠାରେ ଏକ ଅତ୍ୟାଧୁନିକ ଗୋଖାଦ୍ୟ ବିଶ୍ଲେଷଣ କେନ୍ଦ୍ର(ଫିଡ୍ ଆନାଲିଟିକାଲ ଲାବ୍ରୋଟୋରୀ) ସ୍ଥାପନ କରିବେ । ରାଜ୍ୟରେ ଛେଳି,ମେଣ୍ଢା ଓ କୁକୁଡ଼ା ପାଳନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’ ଆରମ୍ଭ କରାଯିବ । ଏହାସହିତ ବୁଲା ଓ ଅବହେଳିତ ପ୍ରାଣୀସମ୍ପଦର ଯତ୍ନ ନେବା ପାଇଁ ‘ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା’ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ‘ବିକଶିତ ଓଡ଼ିଶା ୨୦୩୬’କୁ ଦୃଷ୍ଟିରେ ରଖି କୃଷକଙ୍କ ଦ୍ୱାରଦେଶରେ ୨୪ଘଂଟିଆ ପ୍ରାଣୀ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ପାଇଁ ଏକ ସମନ୍ୱିତ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଟକ ଜିଲ୍ଲାର ନରାଜ ତଳଗଡ଼ସ୍ଥିତ ସେଂଟ୍ରାଲ ପୋଲଟ୍ରି ଡେଭଲପମେଂଟ ସଂସ୍ଥାର ନୂଆ ୟୁନିଟ , ଓମଫେଡର ନୂଆ ଗୋଲ୍ଡ ପ୍ଲସ୍ ଦୁଗ୍ଧ ପ୍ୟାକେଟ, କିଷାନ କ୍ରେଡିଟ୍ କାର୍ଡ ଅଭିଯାନ, ନ୍ୟାସନାଲ ଲେବଲ ମନିଟରିଂ ଆପ୍ଲିକେସନର ଉଦଘାଟନ କରିବା ସହ ୧୦୧ଜଣ ମହିଳାଙ୍କ ସଫଳ କାହାଣୀ ଆଧାରିତ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ଏସପି ସିଂ ବଘେଲା ଓ ଜର୍ଜ କୁରିୟନଙ୍କ ସମେତ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀମାନେ ଯୋଗ ଦେଇଥିଲେ ।

Also Read

ଅନ୍ୟପକ୍ଷରେ ଲୋକସେବା ଭବନ ପରିସରରେ ଆୟୋଜିତ ଏହି ‘ମନସୁନ୍ ମିଟ’ରେ ଓମଫେଡ୍ ଦ୍ୱାରା ସ୍ଥାପନ କରାଯିବାକୁ ଥିବା ଭେଣ୍ଡିଂ ମେସିନ୍ ପ୍ରଦର୍ଶିତ କରାଯାଇଛି । ପ୍ରଥମ ଭେଣ୍ଡିଂ ମେସିନକୁ ଭୁବନେଶ୍ୱରର ଜନପଥରେ ସ୍ଥାପନ ହେବ ଓ ପରବର୍ତ୍ତୀ ସମୟରେ ରାଜଧାନୀର ଅନ୍ୟ ୨୦ଟି ସ୍ଥାନରେ ଏଭଳି ଭେଣ୍ଡିଂ ମେସିନ୍ ସ୍ଥାପନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଭେଣ୍ଡିଂ ମେସିନ୍ ମାଧ୍ୟମରେ ଗ୍ରାହକ ଡିଜିଟାଲ ମୋଡରେ ପେମେଂଟ କରି ଓମଫେଡର ବିଭିନ୍ନ ସାମଗ୍ରୀ ନେଇପାରିବେ ।

ଏନେଇ ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଞ୍ଜେ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମ(ବିଏମସି) ସହ ଏହି ଭେଣ୍ଡିଂ ମେସିନ୍ ସ୍ଥାପନ ପାଇଁ ସ୍ଥାନ, ବିଦ୍ୟୁତ ଯୋଗାଣ ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ପ୍ରସଙ୍ଗରେ ଓମଫେଡ଼ ଆଲୋଚନା କରିସାରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story