Advertisment

ଓଡ଼ିଶାରେ ୨ଟି ସୁନା ଖଣିର ସନ୍ଧାନ ମିଳିଛି, ଆଉ ୧୦ଟି ସ୍ଥାନରେ ଚାଲିଛି ଅନୁସନ୍ଧାନ

ରାଜ୍ୟର ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବିକ୍ଷିପ୍ତ ଭାବେ ସୁନା ଥିବାର ସୂଚନା ରହିଛି ।

Gold Mines

Gold Mines

Advertisment

ଓଡ଼ିଶାରେ ୨ଟି ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି । ଆଉ ୧୦ଟି ସ୍ଥାନରେ ସୁନା ଖଣି ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଛି । ଏବେ ଗୋଟିଏ ସୁନା ଖଣି ଥିବା ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଆଉ ଗୋଟିଏ ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇନଥିବାରୁ ତା’ର ଉତ୍ତୋଳନ ପାଇଁ କୌଣସି ଯୋଜନା ହୋଇନାହିଁ ବୋଲି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି ।

Advertisment

ଆଜି ବିଧାନସଭାରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଦେବଗଡ଼ ଜିଲ୍ଲାର ଆଡ଼ାସ-ରାମପାଲ୍ଲୀ ଅଂଚଳରେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା ତମ୍ବାପଥର ପାଇଁ ଜି-୨ ସ୍ତରର ଅନ୍ୱେଷଣବେଳେ ସୁନାପଥରର ସନ୍ଧାନ ମିଳିଛି । ଭୂତାତ୍ତ୍ୱିକ ଆକଳନରୁ ଏହି ଅଂଚଳରେ ସୁନା ଗଚ୍ଛିତ ଥିବା ଜଣାପଡ଼ିଛି ଓ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତି କରାଯାଉଛି । ଏହି ଅଂଚଳରେ ୦.୯୦ନିୟୁତ ଟନ୍ ସୁନା ଗଚ୍ଛିତ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ୧୯୮୧-୮୩ ଓ ୧୯୮୯-୯୬ରେ ଚିହ୍ନଟ ହୋଇଥିବା କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ଅଂଚଳରେ ପ୍ରାଥମିକ ସର୍ବେକ୍ଷଣରୁ ମିଳିଥିବା ସୂଚନା ଆଧାରରେ ସୁନା ଖଣିର ପୁନଃ ଅନୁସନ୍ଧାନ କାର୍ଯ୍ୟକ୍ରମ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆନ ଓ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଜି-୨ ସ୍ତରରେ ୨୦୨୧-୨୨ରୁ ଚାଲୁ ରହିଛି । ଏହି ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇନଥିବାରୁ ଏହାର ଉତ୍ତୋଳନ ନିମନ୍ତେ ସରକାରୀସ୍ତରରେ ଏବେ କୌଣସି ଯୋଜନା ନାହିଁ । ଅବଶ୍ୟ ଏହି ଖଣି ଅଂଚଳରେ ୩୧୧.୦୭ କେଜି ସୁନା ଗଚ୍ଛିତ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ସୁନା ଖଣିଗୁଡ଼ିକ ଉତ୍ତୋଳନ କରି ଏକ ପ୍ରୋସେସିଂ ୟୁନିଟ୍ ଖୋଲିବା ପାଇଁ ଏବେ ସରକାରଙ୍କ କୌଣସି ଯୋଜନା ନଥିବା ମନ୍ତ୍ରୀ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି ।୧

Advertisment

ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାର ମାଙ୍କଡ଼ଚୁଆ, ସଲେଇକଣା, ଡିମିରିମୁଣ୍ଡା ଅଂଚଳରେ ଓଡ଼ିଶା ଖଣି ନିଗମ ଦ୍ୱାରା ଜି-୪/ଜି-୩ସ୍ତରରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି । ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ(ଧୁସୁରା ପାହାଡ଼) ଏବଂ ବାଦାମପାହାଡ଼ ଅଂଚଳରେ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା ସୁନା ଖଣି ଅନ୍ୱେଷଣ ନିମନ୍ତେ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଛି ।

ଏସବୁ ଅଂଚଳ ବ୍ୟତୀତ ରାଜ୍ୟର ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବିକ୍ଷିପ୍ତ ଭାବେ ସୁନା ଥିବାର ସୂଚନା ରହିଛି । ଯାହାର ସବିଶେଷ ଅନୁସନ୍ଧାନ କରାଯାଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଆଜି ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତି ଓ ଧ୍ରୁବଚରଣ ସାହୁଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା ଏହି ସୂଚନା ଦେଇଛନ୍ତି ।

Gold Mine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe